ହେଡଲାଇନସ୍:

ବର୍ଜ୍ୟବସ୍ତୁ ପରିଚାଳନା ଚିନ୍ତା : ୬ଟି ଜିଲ୍ଲାର ସହରାଚଂଳରେ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ସମୀକ୍ଷା କଲେ ସଚିବ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର ,(Shasak Prashasak): ସହରାଚଂଳରେ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥନନ୍‍ ପରାମର୍ଶ ଦେଇଛନ୍ତି । ଗତ କାଲି ବଲାଙ୍ଗିର ଠାରେ ୬ ଗୋଟି ଜିଲ୍ଲାର ସହରାଚଂଳରେ ବର୍ଜ୍ୟବସ୍ତୁ ପରିଚାଳନା ସଂପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ  ହୋଇଯାଇଛି । ଏହି  ଜିଲ୍ଲାଗୁଡିକ ହେଉଛି ବଲାଙ୍ଗିର, କଳାହାଣ୍ଡି , ସୋନପୁର , ନୂଆପଡା, ବରଗଡ ଓ ବୌଦ୍ଧ । ଜାତୀୟ ଗ୍ରୀନ୍‍ ଟ୍ରିବ୍ୟୁନାଲର ନିୟମ ଅନୁଯାୟୀ ସମସ୍ତ ସହରାଚଂଳମାନଙ୍କରେ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ପରିପ୍ରେକ୍ଷୀରେ ଏହି ସମୀକ୍ଷା କରାଯାଇଛି । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ ପୌରପରିଷଦ ଏହି ବ୍ୟବସ୍ଥା କାର୍ଯ୍ୟକରିବାକୁ କୁହାଯାଇଛି । ଏତଦ୍‍ବ୍ୟତିତ ଜାଗା ମିଶନ , ମାଇକ୍ରୋ କମ୍ପୋଷ୍ଟିଂ କେନ୍ଦ୍ରଗୁଡିକୁ କାର୍ଯ୍ୟକ୍ଷମ କରାଯିବା , ସାମଗ୍ରୀ ଅସୁଲି ସୁବିଧା ଉପଲବ୍ଧ କରାଯିବା , ପାନୀୟଜଳ ଯୋଗାଣ , ସ୍ମାର୍ଟ ଷ୍ଟ୍ରିଟ୍‍ ଲାଇଟ ଏବଂ ଜୀବିକା ମିଶନ ସଂପର୍କରେ ମଧ୍ୟ ସମୀକ୍ଷା କରାଯାଇଛି । କାର୍ଯ୍ୟକାରୀ କରାଯାଉଥିବା ପ୍ରତ୍ୟେକ କାର୍ଯ୍ୟର ସଫଳ ରୂପାୟନ , ସୁପରିଚାଳନା ଓ ଧାର୍ଯ୍ୟ ଲକ୍ଷ୍ୟ ହାସଲକରିବା ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ପୌରପରିଷଦ ଗୁଡିକ ନିଜର ରାଜସ୍ୱ ବୃଦ୍ଧି ପାଇଁ ଉଦ୍ୟମ କରିବା ସାଙ୍ଗକୁ ବିଭିନ୍ନ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନ କାର୍ଯ୍ୟଗୁଡିକୁ ତ୍ୱରାନ୍ନିତ କରିବା ଆବଶ୍ୟକ । ଆର୍ଥିକ ପରିଚାଳନା ଉପରେ ଗୁରୁତ୍ୱ ସହିତ ପ୍ରଦାନ କରାଯାଇଥିବା ଅର୍ଥ ବିନିଯେଗ କରି ତୁରନ୍ତ ବିନିଯୋଗ ପ୍ରମାଣପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପରିମଳ ବ୍ୟବସ୍ଥା ଓ ଜମି ମାଲିକାନା ପ୍ରମାଣପତ୍ର ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା । 

ବଲାଙ୍ଗିରଠାରେ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥି ଭାଥନନ୍‍ଙ୍କ ଅଧ୍ୟକ୍ଷତାରେ ଆନୁଷ୍ଠିତ  ଉକ୍ତ ବୈଠକରେ ପୌର ନିଦେ୍ର୍ଧଶକ ସଂଗ୍ରାମଜିତ୍‍ ନାୟକ , ବିଭାଗୀୟ ଯୁଗ୍ମ ଶାସନ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର ଏବଂ ଉପଶାସନ ସଚିବ ସାରଦା ପଣ୍ଡା , ବଲାଙ୍ଗିର , କଳାହାଣ୍ଡି , ସୋନପୁର , ନୂଆପଡା, ବରଗଡ ଓ ବୌଦ୍ଧ ପ୍ରକଳ୍ପ ନିର୍ଦ୍ଦେଶକର ଜିଲ୍ଲାପାଳ,  , କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସମେତ ଜିଲ୍ଲା ପ୍ରଶାସନ ଓ ପୌର ପରିଷଦଗୁଡିକର  ପଦାଧିକାରୀମାନେ ଯୋଗ ଦେଇଥିଲେ ।

0
0
0
s2sdefault