ହେଡଲାଇନସ୍:

ଭୂଗୋଳ ବିଭାଗ ପକ୍ଷରୁ  "ପ୍ରେରଣାତ୍ମକ ବକ୍ତବ୍ୟ" ଉପରେ ଆଲୋଚନା ଚକ୍ର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟର ଭୂଗୋଳ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣା ଓ ଉତ୍ସାହିତ କରିବା ଉଦ୍ଦେଶ୍ୟ ନେଇ "ପ୍ରେରଣାତ୍ମକ ବକ୍ତବ୍ୟ" ସମ୍ପର୍କିତ ଏକ ସକାରାତ୍ମକ ସଭା ଅନୁଷ୍ଠିତ ହୋଇଯାଇଛି ।

   ଏହି କାର୍ଯ୍ୟକ୍ରମରେ ନୂଆଦିଲ୍ଲୀ ସ୍ଥିତ ଜେଏନୟୁ : ବିଶ୍ୱବିଦ୍ୟାଳୟର ଶିକ୍ଷାରେ ବିଭାଗ  ପ୍ରାଧ୍ୟାପକ ଡ଼ଃ. ପ୍ରଦୀପ କୁମାର ଚୌଧୁରୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଜ୍ଞାନ ଅର୍ଜନର ସହଜ ଓ ସରଳ ମାର୍ଗ ଉପରେ ଆଲୋକପାତ କରି କଠୋର ପରିଶ୍ରମ ମାଧ୍ୟମରେ ହିଁ ସଫଳତା ପ୍ରାପ୍ତି ହୋଇଥାଏ ବୋଲି କହିଥିଲେ। ।  ଅନ୍ୟପକ୍ଷରେ ଗଜପତି ଭଳି ଉପାନ୍ତ ଅଞ୍ଚଳରୁ ଛାତ୍ରଛାତ୍ରୀ ମାନେ ଜେଏନୟୁ(ଦିଲ୍ଲୀ) ଏବଂ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ କିଭଳି ପଢ଼ିବାର ସୁଯୋଗ ପାଇପାରିବେ କହି ବିଭିନ୍ନ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ବିଗତ ବର୍ଷର ପ୍ରବେଶିକା ପରୀକ୍ଷାର ପ୍ରଶ୍ନାବଳୀ ଓ ଉତ୍ତର ସବୁକୁ ଗଭୀର ଭାବେ ବିସ୍ଲେସନ କରି ପ୍ରସ୍ତୁତି ହେବାକୁ ପରାମର୍ଶ ଦେଇଥିଲେ ।

   ବିଭାଗୀୟ ମୁଖ୍ୟ ଇନ୍ଦୁଭୂଷଣ ସାହୁ ଛାତ୍ରଛାତ୍ରୀ ମାନଙ୍କୁ ନିଜସ୍ୱ ଆତ୍ମ ଆବିଷ୍କାର ଓ ସମୀକ୍ଷା କରିବା ପରାମର୍ଶ ଦେଇ ନିଷ୍ଠାର ସହ ଦୃଢ଼ ମନୋବଳ ଓ କଠୋର ପରିଶ୍ରମ ଦ୍ୱାରା ଜ୍ଞାନ ଆହରଣ ହିଁ ସଫଳତା ଆଣିଦେଇଥାଏ ବୋଲି କହିଥିଲେ ।  ବିଭାଗୀୟ ଅଧ୍ୟାପକ ବୈଲୋଚନ ବେହେରା ଯୋଗଦେଇ  ଅତିଥି ପରିଚୟ ପ୍ରଦାନ କରି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଲକ୍ଷ ଉପରେ କହିଥିଲେ। ମୁଖ୍ୟତଃ ଶ୍ରେଣୀଗୃହ ଶିକ୍ଷା ପରେ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣା , ଉତ୍ସାହ ଓ ମାର୍ଗଦର୍ଶନର ଆବଶ୍ୟକତାକୁ ଉପଲବ୍ଧି କରି ଶ୍ରୀଯୁକ୍ତ ସାହୁ ଓ ଶ୍ରୀଯୁକ୍ତ ବେହେରା ଏଭଳି କାର୍ଯ୍ୟକ୍ରମର ଆୟୋଜନ  କରିଥିଲେ ।

   ଉପସ୍ଥିତ ଛାତ୍ରଛାତ୍ରୀ ମାନେ ସେମାନଙ୍କ ଦୁର୍ବଳତା , ଆଶଙ୍କା ଓ ନିଜସ୍ୱ ପ୍ରସ୍ତୁତି ଆଧାରିତ ବିଭିନ୍ନ ପ୍ରଶ୍ନୋତ୍ତର ମାଧ୍ୟମରେ ସନ୍ଦେହ ମୋଚନ କରିଥିଲେ । ଆଲୋଚନା ଚକ୍ରର ସଭା କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶୁଶ୍ରୀ କଳ୍ପନା  ନାୟକ ଏବଂ ନିର୍ମଳା ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ । ବିଭାଗୀୟ ଅଧ୍ୟାପକ ଅନୀଲ କୁମାର ପାଣୀ , ସମ୍ପାଦିକା ଗୀତାଞ୍ଜଳି ପଣ୍ଡା ମଞ୍ଚାସୀନ ଥିଲେ ।  ଶେଷରେ ବିଭାଗୀୟ ଆଲୋଚନା ଚକ୍ରର ସମ୍ପାଦିକା ରୂପାଲିନ ବେହେରା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

0
0
0
s2sdefault