ହେଡଲାଇନସ୍:

ଏ ମାଟିରେ ଅଛି ଚନ୍ଦନର ଶୀତଳତା- ଶାନ୍ତି,ମୈତ୍ରୀ ଆଉ ଭାଇଚାରାର ନିରୁତା ପରଶ : ଡ଼ ଅରୁଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗାଁରେ ମଉଛବର ମାହୋଲ : ଉଦଘାଟିତ ହେଲା ଓଡଗାଁ ମହୋତ୍ସବ ୨୦୨୦ 

ଓଡଗାଁ(ଶ୍ରୀକାନ୍ତ ମିଶ୍ର) : ଏ ମାଟି ଚନ୍ଦନ ଭଳି ଶିତଳତା ପ୍ରଦାନ କରେ । ଶାନ୍ତି ମୈତ୍ରୀ ପ୍ରୀତି ଭାତୃ ପ୍ରେମର ସଙ୍କେତ ବହନ କରୁଥିବା ଶ୍ରୀରଘୁନାଥ ଜିଉଙ୍କ ବିଜେ ସ୍ଥଳୀ ଓଡ଼ଗାଁରେ ସୃଷ୍ଟି କରୁଛି ଶାନ୍ତ ସ୍ନିିଗ୍ଧ ଭାବମୟ ପରିବେଶ । ଦଳମତ ନିର୍ବିଶେଷରେ ସମସ୍ତଙ୍କ ସହଯୋଗ ମହୋତ୍ସବକୁ ଅଧିକ ସହଜ ଓ ସରଳ କରି ଗଢିତୋଳୁଛି । ଏ ଅଂଚଳର ଶିଳ୍ପୀ ଓ କାରୀଗର ଦେଶ ତଥା ରାଜ୍ୟର କୋଣେ ଅନୁକୋଣେ ନିହାଣ ମୁନରେ ସୃଷ୍ଟି କରିଛି ଅନେକ ସମ୍ଭାବନା । ଏ ସବୁ ଗୁରୁତ୍ୱ ବହନ କରୁଥିବା ଓଡ଼ଗାଁ ପ୍ରକୃତରେ ମହିମା ବିମଣ୍ଡିତ ଏବଂ ଗରିମାମୟ । ସ୍ଥାନୀୟ ମହୋସôବ ପଡିଆରେ ଓଡଗାଁ ମହୋତ୍ସବ  ଓ ପଲ୍ଲିଶ୍ରୀମେଳା ୨୦୨୦ କୁ ଗୁରବାର ସନ୍ଧ୍ୟାରେ ସ୍ଥାନୀୟ ବିଧାୟକ ତଥା କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ  ଓ ପ୍ରାଣୀ ସମ୍ପଦ ଏବଂ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଉଦ୍ଘାଟନ କରି ନିଜ ଅଭିଭାଷଣରେ ମତବ୍ୟକ୍ତ  କରିଛନ୍ତି  ।

ଗୁରୁବାର  ସନ୍ଧ୍ୟା ୬ ଟାରେ ମନ୍ତ୍ରୀ ଅରୁଣ ସାହୁ ସ୍ଥାନୀୟ ବିଦ୍ୟାଳୟ ଗୁଡ଼ିକର ଛାତ୍ର/ଛାତ୍ରୀ ମାନଙ୍କ ସହିତ ରଘୁନାଥ ଜିଉଙ୍କ ଆଜ୍ଞାମାଳ ଓ ମଶାଲ ନେଇ ଏକ ବିରାଟ ପଟୁଆରରେ ଆସି ମହୋତ୍ସବ  ମଣ୍ଡପରେ ସ୍ଥାପନା କରିଥିଲେ । ପରେ ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଲୋକନାଥ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ସଦସ୍ୟ  ବିଭୁପ୍ରସାଦ ସାହୁ, ନୟାଗଡ଼ ବ୍ଲକ ଅଧ୍ୟକ୍ଷା ଗୋଲାପ ଦଳ ବେହେରା, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷା ମମତା ବେହେରା, ଉପାଧ୍ୟକ୍ଷା ବିରଜାଲକ୍ଷ୍ମୀ ସାହୁ, ସମାଜସେବୀ ସୁର୍ଯ୍ୟ ନାରାୟଣ ଚୈାଧୁରୀ, ହସକ୍ଳବ ସଭାପତି ବସନ୍ତ କୁମାର ମିଶ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ଓଡ଼ଗାଁର ବିକାଶ ସମ୍ପର୍କିତ ସୁଚନା ଦେଇଥିଲେ ।

ସମସ୍ତ ଅତିଥି ମାନଙ୍କୁ ପ୍ରଭୁ ଶ୍ରୀ ରଘୁନାଥ ଜିଉଙ୍କ ଫଟୋଚିତ୍ର ଉପହାର ଦିଆଯାଇଥିଲା । ଅପରାହ୍ନ ୪ଟା ଠାରୁ ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ଚିତାକର୍ଷକ ଦଳଗତ ନୃତ୍ୟ ସଙ୍ଗୀତ ପରିବେଷଣ ଦର୍ଶକମାନଙ୍କୁ ଆକୃଷ୍ଟ କରିଥିଲା । ବିଚାରକମଣ୍ଡଳୀ ମାନଙ୍କ ଦ୍ୱାରା ବରିଷ୍ଠ  ବିଭାଗର ଇଂଗଲିସ ପଏଂଟ୍ ଓ ଷ୍ଟେପ ଅପ ଏକାଡେମୀ ଏବଂ କନିଷ୍ଠ  ବିଭାଗର ସତ୍ୟଂ ପବ୍ଲିକ୍ ସ୍କୁଲ୍ ଓ ଜାଭିୟର ହାଇସ୍କୁଲର ଡ୍ୟାନ୍ସ୍ ଗୃପ୍ ଏହି ୪ରୋଟି ଦଳ ମହୋତ୍ସବର ଉଦ୍ଯାପନୀ  ଉତ୍ସବରେ ପୁନଃ ନୃତ୍ୟ ପରିବେଷଣ ପାଇଁ ମନୋନୀତ ହୋଇଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ମୟୂରଭଞ୍ଜର ଛଉ ନୃତ୍ୟ, ରଣପୁରୁର ନୃତ୍ୟ ପ୍ରଣାମ, ପୁରୀର ଫାୟାର ଡ୍ୟାନ୍ସ, ସମ୍ବଲ ପୁରୀ ନୃତ୍ୟ ସହିତ ଟ୍ରାକ ସିଙ୍ଗର ବିଦିସା ପାତ୍ରଙ୍କ ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ  ହେବ । 

 

0
0
0
s2sdefault