ହେଡଲାଇନସ୍:

ଗଂଜେଇ ସହ ୧ ଗିରଫ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର,(ଶାସକ ପ୍ରଶାସକ) ପୋଲିସକୁ ଚକମା ଦେଖାଇ ବେଆଇନ ଭାବରେ ଗଂଜେଇ ଆଣି ବିକ୍ରି କରୁଥିବା ଜଣେ ବ୍ୟବସାୟୀକୁ ମେଲଛାମୁଣ୍ତା ପୋଲିସ କାବୁ କରିବାରେ ସକ୍ଷମ ହୋଇଛନ୍ତି ।  ବିଶ୍ବସ୍ଥସୂତ୍ର ରୁ ଖବର ପାଇ ଥାନା ଅଧିକାରୀ ସ୍ବପ୍ନାରାଣୀ ଗୋଛାୟତ ଏକ ଟିମ ଗଠନ କରି ପଣ୍ତରୀପାନିର  ପବିତ୍ର ପାଣିଗ୍ରାହୀ ଉପରେ ଚଢଉ କରିଥିଲେ ।ତାଂକ ଠାରୁ ୧.୭୫୦ ଗ୍ରାମ ଗଂଜେଇ ଜବତ କରିଥିଲେ । ଅନେକ ଥର ଚତୁରତା ସହ ଗଂଜେଇ ଆଣି ତାର ବ୍ୟବସାୟ ଚଲାଇ ଥିଲା । ତେଣୁ ପୋଲିସ ତା ଉପରେ ତୀକ୍ଷ୍ଣ ନଜର ରଖିଥିଲେ ।ଏ ପ୍ରସଂଗରେ ପୋଲିସ ଥାନା କେଶ ନଂ ୦୨ ରେ ଏକ ମୋକଦ୍ଦମା ରୁଜ୍ଜୁ କରି ଅଭିଯୁକ୍ତକୁ ଗିରଫ କରାଯାଇଛି । କେଶର ତଦନ୍ତ ଏସ.ଆଇ. ପି.କେ.ସାହୁ କରୁଛନ୍ତି ।

 

0
0
0
s2sdefault