ହେଡଲାଇନସ୍:

ଟ୍ରକ ଓ ଟ୍ୟାଙ୍କର ମୁହାଁମୁହିଁ ଧକ୍କା : ଘଟଣା ସ୍ଥଳରେ ହିଁ ଜଳିଗଲା ଟ୍ୟାଙ୍କର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାୟଗଡ(ସରୋଜ ସାହୁ) – ରାୟଗଡ ସଦର ମହକୁମା ୪ କି.ମି ଦୂର ସ୍ଥିତ ପିତାମହଲ ନିକଟରେ ଏକ ଟ୍ରକ ଓ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଟ୍ୟାଙ୍କର କ୍ୟାବିନ ଜଳି ଯାଇଥିଲା । ସୂଚନା ମୁତାବକ ବିଳମ୍ବିତ ରାତ୍ର ଏକ ହାଇଡ୍ରୋଜେନ ପେରଅକ୍ସସାଇଡ ବୋଝେଇ ଟ୍ୟାଙ୍କର ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରୁ ରାୟଗଡ ଜେକେ କାଗଜ କଳ ଅଭିମୁଖେ ଆସୁଥିଲା । ବିପୀରତ ଦିଗରୁ ଏକ ଲୁହା ବୋଝଇ ଟ୍ରକ ବିଶାଖାପାଟଣା ଅଭିମୁଖେ ଯାଉଥିଲା । ପିତାମହଲ ଗ୍ରାମ ନିକଟରେ ଉଭୟ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ଏତେ ଶକ୍ତ ଥିଲା ଯେ ଘଟଣା ସ୍ଥଲରେ ହିଁ ଟ୍ୟାଙ୍କର କ୍ୟାବିନରେ ନିଆଁ ଲାଗିଯାଇଥିଲା । ଦୁର୍ଘଟଣା ଖବର ପାଇ ଘଟଣା ସ୍ଥଳରେ ରାୟଗଡ ଅଗ୍ନିଶମ ବାହିନୀ ପହଂଚି ନିଆକୁ ଆୟତ କରିଥିଲେ । ଦୁର୍ଘଟଣାରେ ଟ୍ୟାଙ୍କର ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ବେଳେ ଟ୍ରକ ଡ୍ରାଇଭରର କୌଣସି କ୍ଷୟକ୍ଷତି ଘଟି ନଥିବା ଜଣାପଡିଛି । ଦୁର୍ଘଟଣା ଫଳରେ ଓଡିଶା-ଆନ୍ଧ୍ରପ୍ରଦେଶ ଯାତାୟତ ସକାଳ ୭ ଟା ପର୍ଯ୍ୟନ୍ତ ବାଧାପ୍ରାପ୍ତ ହୋଇଥିଲା ।  

 

 

 

0
0
0
s2sdefault