ହେଡଲାଇନସ୍:

ବିକାଶକୁ ସରମ ନାହିଁ , ବିକାଶର ଠିକାଦାରମାନଙ୍କୁ ବି ...(see Video)

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 ମେଡିକାଲ ଯିବା ପାଇଁ ଖଟରେ ପୁଣି ୨ କିଲୋମିଟର ବୁହା ହେଲେ ଗର୍ଭବତୀ 

 ଗୋଡ଼ ପୋଡି ଯାଇ ଆହତ ହୋଇଥିଲେ ଗର୍ଭବତୀ ମହିଲା  

ସୁନ୍ଦରଗଡ଼/ ( ହୋରାଚାନ୍ଦ ଦେଉରିଆ) : ଆମେ କେବେଠୁ ସ୍ୱାଧୀନ ହେଲେଣି, କେତେ ସରକାର ଗଲେଣି ବିକାଶ ବିକାଶ ହେଇ ହେଇ | ହେଲେ ବିକାଶ ଏହି ଅଂଚଳକୁ ଆସିବାର ନା ଧରୁନି | ଲୋକ ବିକାଶ କୁ ଖୋଜି ଖୋଜି ପାଗଳ, ହେଲେ ଧରାଛୁଆଁ ହେଉନି ବିକାଶ | ନଙ୍ଗଲ ମୁକୁଳା ହୋଇ ବୁଲୁଛି ବିକାଶ | ଆଉ ସେଇ ବିକାଶର ଫୁଙ୍ଗୁଳା  ଚିତ୍ର ପୁଣି ଆଉ ଥରେ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲାରେ । ଗାଁ କୁ ରାସ୍ତା ନଥିବା ଯୋଗୁଁ ଖଟରେ ବୁହା ହୋଇ ୨ କିଲୋମିଟର ଆଣିଲା ପରେ ଆମ୍ବୁଲାନ୍ସରେ ମେଡିକାଲ ଆସିଲେ ଜଣେ ୬ ମାସର ଗର୍ଭବତୀ ମହିଳା । 

ଘଟଣାଟି ଘଟିଛି ଲେଫ୍ରିପଡା ବ୍ଲକ ସରଫଗଡ଼ ପଞ୍ଚାୟତର ହାତୀଟୁକୁ ଗାଁରେ  । ଗାଁ ର ଜଣେ ଗର୍ଭବତୀ ମହିଳା ଏମ୍ବ୍ରିତା ଆଇନ୍ଦ ୬ ମାସ ର ଗର୍ଭବତୀ ଥିବା ବେଳେ ଆଜି ସକାଳେ ଘରେ ରୋଷେଇ କରୁଥିବା ବେଳେ ଡିବିରିରୁ ତାଙ୍କ ପଣତରେ ନିଆଁ ଲାଗିଯାଇଥିଲା । ସେହି ନିଆଁରେ ତାଙ୍କ ଗୋଡ ପୋଡିଯିବା ପରେ ତାଙ୍କୁ ଘର ଲୋକ ଉଦ୍ଧାର କରି ମେଡିକାଲ ନେବା ପାଇଁ 102 ଆମ୍ବୁଲାନ୍ସ ଡାକିଥିଲେ । ତେବେ ସେହି ଗାଁ କୁ ଯିବା ପାଇଁ ରାସ୍ତା ନାହିଁ ଏହା ସହିତ ଚଲା ବାଟ ମଝିରେ ଏକ ନାଳ ମଧ୍ୟ ପଡେ ତେଣୁ ଆମ୍ବୁଲାନ୍ସ ସେହି ଗାଁ କୁ ପହଁଚି ନ ପାରି ନିକଟ ଗାଁ ରେ ଅଟକି ଯାଇଥିଲା । ବାଧ୍ୟ ହୋଇ ଘର ଲୋକ ଏବଂ ସେଠାକାର ସମିତି ସଭ୍ୟ ଅମୀର ନାଏକ ଗର୍ଭବତୀ ମହିଳାଙ୍କୁ ଦୁଇ କିଲୋମିଟର ରାସ୍ତା ଖଟରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ । ଲେଫ୍ରିପଡା ବ୍ଲକ ର ସରଫଗଡ଼ ପଞ୍ଚାୟତ ଉପାନ୍ତ ଅଞ୍ଚଳ ହୋଇଥିବା ବେଳେ ଏମିତି ଅନେକ ଗାଁ କୁ ଆଜି ବି ରାସ୍ତା ଟିଏ ନାହିଁ ।

0
0
0
s2sdefault