ହେଡଲାଇନସ୍:

ଭୁଜାଲିରେ ଆକ୍ରମଣ କରି ଚାଷୀଙ୍କ ଛ ଲକ୍ଷ ଟଙ୍କା ଲୁଟ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜୁନାଗଡ/ ଆଦିତ୍ୟ ମହାନ୍ତି : କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଦୂନନ୍ଦେଲ ମାଳ ପଞ୍ଚାୟତର ଚାଷୀ କ୍ଷିତ ନାଇକ ଏବଂ  ତାଙ୍କ ପୁଅ ବଳଭଦ୍ର ନାଇକ ଏକ ଗ୍ଲାମର ବାଇକ ଯୋଗେ ଭବାନୀ ପାଟନା ଏଚ୍ଡିଫସି  ବ୍ୟାଙ୍କରୁ  କପା ବିକି ଥିବା ଛ ଲକ୍ଷ ଟଙ୍କା ନେଇ ତାଙ୍କ ଗାଁ ବୋର ଗୁଡାକୁ ଫେରୁଥିବା ବେଳେ ବୋରଗୁଡା ଛକଠାରେ ତିନି ଜଣ ମୁଖା ପିନ୍ଧା ଦୁର୍ବୁତ୍ତ  ଭୁଜାଲି ଓ ବନ୍ଧୁକରେ ଆକ୍ରମଣ କରିଥିଲେ |  ବାପା ପୁଅ ଧରିଥିବା ଛ ଲକ୍ଷ୍ ଟଙ୍କା ନେଇ ସେଠାରୁ ଫେରାର୍ ହୋଇଯାଇଥିଲେ | ରାସ୍ତାରେ  ଗୁରୁତର ହୋଇ ପଡିଥିବା ଦେଖି ତାଙ୍କ ସମ୍ପର୍କୀୟମାନେ ଜୁନାଗଡ ଡାକ୍ତରଖାନାରେ ଭର୍ତି କରାଇଥିଲେ |  ଏ ସମ୍ପର୍କରେ ଜୁନାଗଡ ଥାନା ରେ ମାମାଲା ରୁଜୁ ହେବା ପରେ ଜୁନାଗଡ ଥାନା ଅଧିକାରୀ ଉତ୍ତମ କୁମାର ଦାଶ ଡାକ୍ତରଖାନାକୁ ଆସି ଘଟନାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି | 

0
0
0
s2sdefault