ହେଡଲାଇନସ୍:

ଗଜପତି ଜିଲ୍ଲାରେ ଦ୍ଵତୀୟ ପର୍ଯ୍ୟାୟ  "ସ୍ୱତନ୍ତ ସଶକ୍ତ ମିଶନ-ଇନ୍ଦ୍ରଧନୁଷ୍-୨.୦" ଟୀକାକରଣ କାର୍ଯ୍ୟକ୍ରମ ଜାରି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଆଦିବାସୀ ବହୁଳ ଗଜପତି ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରାୟୋଜିତ କାର୍ଯ୍ୟକ୍ରମ  ଦ୍ଵିତୀୟ ପର୍ଯ୍ୟାୟ  ସ୍ବତନ୍ତ ଟୀକାକରଣ କାର୍ଯ୍ୟକ୍ରମ "ସଶକ୍ତ ମିଶନ ଇନ୍ଦ୍ରଧନୁଷ୍-୨.୦ କାର୍ଯ୍ୟକ୍ରମ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଆନୁକୂଲ୍ୟରେ   ଆରମ୍ଭ ହୋଇଯାଇଛି । 

  ବିଭିନ୍ନ କ୍ଷେତ୍ରାଞ୍ଚଳରେ ମୁଖ୍ୟତଃ  ଶିଶୁ ଓ ଗର୍ଭବତୀ ମହିଳା ମାନଙ୍କୁ ଭୁତାଣୁ ଓ ଜୀବାଣୁ ଜନିତ ବିଭିନ୍ନ ପ୍ରକାରର ରୋଗ ବ୍ୟାପୁଥିବା ଯୋଗୁଁ ଏହାକୁ ରୋକିବା ପାଇଁ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ଲୋକପ୍ରିୟ କାର୍ଯ୍ୟକ୍ରମ "ସ୍ବତନ୍ତ୍ର ସଶକ୍ତ ମିଶନ ଇନ୍ଦ୍ରଧନୁଷ୍-୨.୦  ସମ୍ପୂର୍ଣ୍ଣ ଟୀକାକରଣ କାର୍ଯ୍ୟକ୍ରମ । 

   ସରକାରଙ୍କ ଏହି ଟୀକାକରଣ କାର୍ଯ୍ୟକ୍ରମ ଜରିଆରେ ମୁଖ୍ୟତଃ ୨-ବର୍ଷ ବୟସରୁ କମ୍ ବୟସର ସମସ୍ତ ଶିଶୁ ଓ ଗର୍ଭବତୀ ମହିଳା ମାନଙ୍କୁ ସମ୍ପୂର୍ଣ୍ଣ ଟୀକାକରଣରେ ନିଶ୍ଚିତ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ରାଜ୍ୟରେ ୬ ଟି ଜିଲ୍ଲାରେ ଏହି ସ୍ବତନ୍ତ୍ର ସଶକ୍ତ ମିଶନ ଇନ୍ଦ୍ରଧନୁଷ୍- ୨.୦ ସମ୍ପୂର୍ଣ୍ଣ ଟୀକାକରଣ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଥିବା ବେଳେ ଗଜପତି ଜିଲ୍ଲାରେ ମଧ୍ୟ ଏହି ସମ୍ପୂର୍ଣ୍ଣ  ଟୀକାକରଣ କାର୍ଯ୍ୟକ୍ରମ ଅତ୍ୟନ୍ତ ସଫଳତାର ସହ ଆଗେଇ ଚାଲିଛି ।

 

ସଶକ୍ତ ମିଶନ ଇନ୍ଦ୍ରଧନୁଷ୍-୨.୦ କାର୍ଯ୍ୟକ୍ରମ ମାଧ୍ୟମରେ ମୁଖ୍ୟତଃ ଯେଉଁ ଶିଶୁ ଓ ଗର୍ଭବତୀ ମହିଳା ମାନେ  ପୂର୍ବରୁ ଏହି ଟୀକାକରଣ କାର୍ଯ୍ୟକ୍ରମରେ କୌଣସି କାରଣରୁ ଟୀକା ନ ନେଇ ବାଦ ପଡି ଯାଇଛନ୍ତି , ସେମାନଙ୍କୁ ଏହି କାର୍ଯ୍ୟକ୍ରମ ଜରିଆରେ ଟୀକାକରଣ କରାଯାଉଛି। ଏହି ଅବସରରେ ଗଜପତି ଜିଲ୍ଲାରେ ଦ୍ଵିତୀୟ ପର୍ଯ୍ୟାୟ ସ୍ବତନ୍ତ୍ର  ସଶକ୍ତ ମିଶନ ଇନ୍ଦ୍ରଧନୁଷ୍-୨.୦   କାର୍ଯ୍ୟକ୍ରମରେ ଶିଶୁ ମାନଙ୍କୁ କିଭଳି ଟୀକାକରଣ କରାଯିବ , ସେଥିପାଇଁ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ  ପୂର୍ବରୁ ଏକ ପ୍ରସ୍ତୁତି ବୈଠକରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

   ଗଜପତି ଜିଲ୍ଲାରେ ଗତ ଡିସେମ୍ବର ମାସ ୨ରେ  ସପ୍ତାହ ବ୍ୟାପୀ ଅନୁଷ୍ଠିତ ହୋଇଥିବାଏହି ଟୀକାକରଣ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ମୋଟ ୨୪୬ ଜଣ ଶିଶୁ ଓ ୭୮ ଜଣ ଗର୍ଭବତୀ ମହିଳାଙ୍କୁ ଟୀକାକରଣ କରାଯାଇଥିଲା । ସେହିଭଳି  ମିଶନ ଇନ୍ଦ୍ରଧନୁଷ୍-୨.୦ ଦ୍ଵିତୀୟ ପର୍ଯ୍ୟାୟ ଟୀକାକରଣ କାର୍ଯ୍ୟକ୍ରମରେ ୧୮୨ ଜଣ ଶିଶୁ ଓ ୩୯ ଜଣ ଗର୍ଭବତୀ ମହିଳାଙ୍କୁ ଟୀକାକରଣ କରାଯିବା ନିମନ୍ତେ ଲକ୍ଷଧାର୍ଯ୍ୟ କରାଯାଇଛି ।   ଏହି ସମ୍ପୂର୍ଣ୍ଣ ଟୀକାକରଣ କାର୍ଯ୍ୟକ୍ରମରେ ସମଗ୍ର ଗଜପତି ଜିଲ୍ଲାପାଇଁ ୧୩୦୦ ଜଣ ଆଶା ଓ ୨୩୭୫ ଜଣ ଅଙ୍ଗନବାଡି କର୍ମୀଙ୍କ ସହାୟତାରେ ୧୩୬ ଟି ଗ୍ରାମ୍ୟ ସ୍ତରରେ ଥିବା ଉପ-କେନ୍ଦ୍ର ଓ ୪ ଟି ସହରାଞ୍ଚଳରେ ଥିବା ଉପକେନ୍ଦ୍ରରେ ସ୍ବାସ୍ଥ୍ୟ କର୍ମୀ ମାନଙ୍କ ଦ୍ୱାରା ସ୍ବାସ୍ଥ୍ୟ ଅଧିକାରୀ ମାନଙ୍କ ପ୍ରତ୍ୟକ୍ଷ ତଦାରଖରେ ଟୀକାକରଣ କରାଯାଉଛି । ଏଥିସହିତ ଟୀକାକରଣ ପରେ ମା' ଓ ଶିଶୁ ସୁରକ୍ଷା କାର୍ଡରେ ସମ୍ପୂର୍ଣ୍ଣ ତଥ୍ୟ ସବୁ ପୁରାଣ କରାଯାଉଛି ।

    ଗଜପତି ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ସମେତ ଗୋଷାଣୀ ବ୍ଲକର ତାଟିପେଟି ଗ୍ରାମରେ କେନ୍ଦ୍ର ସରକାରଙ୍କ ଏହି ଲୋକପ୍ରିୟ କାର୍ଯ୍ୟକ୍ରମ "ସ୍ବତନ୍ତ୍ର ସଶକ୍ତ ମିଶନ ଇନ୍ଦ୍ରଧନୁଷ୍-୨.୦ ସମ୍ପୂର୍ଣ୍ଣ ଟୀକାକରଣ କାର୍ଯ୍ୟକ୍ରମ ଅତ୍ୟନ୍ତ ସଫଳତାର ସହ ଆଗେଇ ଚାଲିଛି ।

 ତାଟିପେଟି ଗ୍ରାମରେ ନିଯୁକ୍ତି ତଥା କାର୍ଯ୍ୟରତ ଥିବା ୯ ଜଣ ଅଙ୍ଗନବାଡି ଓ ୨ ଜଣ ଆଶା କର୍ମୀ ପୂର୍ବରୁ କରା ଯାଇଥିବା ଚିହ୍ନଟ ପ୍ରକାରେ ଟୀକାକରଣରେ ବାଦ ପଡି ଯାଇଥିବା ଶିଶୁ ମାନଙ୍କ ଘରକୁ ଯାଇ ଶିଶୁର ମା' ଓ ପରିବାର ଲୋକଙ୍କୁ ମିଶନ ଇନ୍ଦ୍ରଧନୁଷ୍- ୨.୦ ରେ ଟୀକାକରଣର ମହତ  ସମ୍ପର୍କରେ ବୁଝାଇ ଏହି ସମ୍ପୂର୍ଣ୍ଣ ଟୀକାକରଣ ଫଳରେ ଏହା କିଭଳି ଏବଂ କେଉଁ ପ୍ରକାରର ୧୧ ଟି ପ୍ରାଣଘାତି ରୋଗରୁ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରଖି ପାରିଥାଏ ,  ତାହା ବୁଝାଇ କହୁଥିଲେ । ମା' ମାନେ ଏହି କାର୍ଯ୍ୟକ୍ରମ ପ୍ରତି ଅତ୍ୟଧିକ  ଉତ୍ସାହିତ ହୋଇ ବହୁ ସଂଖ୍ୟାରେ ସେମାନଙ୍କ ଶିଶୁ ମାନଙ୍କୁ ଧରି ଅଙ୍ଗନବାଡି କେନ୍ଦ୍ରକୁ ଆସିଥିଲେ।

    ଅଙ୍ଗନବାଡି କେନ୍ଦ୍ରରେ ଉପସ୍ଥିତ ସମସ୍ତ ମା' ମାନଙ୍କୁ , ଶିଶୁ ମାନଙ୍କୁ ଟୀକାକରଣ କରାଯିବା ପୂର୍ବରୁ  ସେଠାରେ ଗୁରାଣ୍ଡି ସ୍ବାସ୍ଥ୍ୟ କେନ୍ଦ୍ରର ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ ଡାଃ ଅନଙ୍ଗ ସୁଦନ ଭୂୟାଁ , ଏଏନ୍ ଏମ୍-- ନର୍ମଦା ବିଶ୍ବାଳ ଏବଂ ବିପିଏମ୍ -- ଏମ.ଖଗେଶ୍ୱର ରାଓ ଓ ସ୍ବାସ୍ଥ୍ୟ କର୍ମୀ ବାବୁଲା କୁମାର ଜେନା ପ୍ରମୁଖ ଉପସ୍ଥିତ ରହି ମା' ମାନଙ୍କୁ ଟୀକାକରଣ ଦ୍ୱାରା କିଭଳି ବିଭିନ୍ନ ରୋଗରୁ ସୁରକ୍ଷିତ ହୋଇଥାଏ , ବୁଝାଇ କହିଥିଲେ । ତାପରେ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ଟୀକାକରଣ କାର୍ଯ୍ୟକ୍ରମରେ ଡାଃ ଅନଙ୍ଗ ସୁଦନ ଭୂୟାଁ ଶିଶୁଙ୍କୁ ପୋଲିଓ ଓ ରୋଟା ବୁନ୍ଦା ଖୁଆଇବା ପରେ ଏଏନ୍ ଏମ୍-ନର୍ମଦା ବିଶ୍ବାଳ  ଶିଶୁ ମାନଙ୍କୁ ୨ ଟି ଲେଖାଏଁ ଇନ୍ଦ୍ରଧନୁଷ୍ ଟୀକା ଦେଇଥିଲେ ।

   ଏ ସମ୍ପର୍କରେ ଉପସ୍ଥିତ ଥିବା ମିଶନ ଇନ୍ଦ୍ରଧନୁଷ୍ ୨.୦ ର  ପ୍ରଥମ  ଓ ଚଳିତ ପର୍ଯ୍ୟାୟ ଟୀକାକରଣ କାର୍ଯ୍ୟକ୍ରମରେ ଉପକୃତ ହୋଇଥିବା  ମା' ହିତାଧିକାରୀ  ୱାଇ. ମଧୁର ମିନାକ୍ଷୀ , ବି. ଶୋଭା , ଜି. ଶ୍ରୀଲତା ଓ ବି. ବାସନ୍ତୀ ପ୍ରମୁଖ ସେମାନଙ୍କ ନିଜସ୍ୱ ଅନୁଭୁତିରୁ ପ୍ରକାଶ କରି କହିଛନ୍ତି , ଯେ କିଭଳି ସେମାନେ ଏହି ଟୀକାକରଣ କାର୍ଯ୍ୟକ୍ରମରେ ସାମିଲ ହେଲେ ଏବଂ କିଭଳି ଉପକୃତ ହୋଇଛନ୍ତି ।

   ଅନ୍ୟପକ୍ଷରେ ଗୁରାଣ୍ଡି ସ୍ବାସ୍ଥ୍ୟ କେନ୍ଦ୍ରର ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ ଡାଃ. ଅନଙ୍ଗ ସୁଦନ ଭୂୟାଁ ମଧ୍ୟ ଏହି ଟୀକାକରଣ କାର୍ଯ୍ୟକ୍ରମ ପାଇଁ କିଭଳି ପୂର୍ବ ପ୍ରସ୍ତୁତି ରହିଥିଲା , ସେ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।

0
0
0
s2sdefault