ହେଡଲାଇନସ୍:

୧୭,୮୩୩ କୋଟିର ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ , ସୃଷ୍ଟି ହେବ ୬,୫୩୯ ନିଯୁକ୍ତି ସୁଯୋଗ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ)  ରାଜ୍ୟରେ ଆଉ ତିନୋଟି ପ୍ରକଳ୍ପରେ ୧୭,୮୩୩ କୋଟି ତାଙ୍କ ପୁଞ୍ଜିନିବେଶ ପ୍ରସ୍ତାବକୁ ଆଜି ଲୋକ ସେବା ଭବନଠାରେ ଅନୁଷ୍ଠିତ ୨୧ତମ ଉଚ୍ଚ କ୍ଷମତା ସମ୍ପନ୍ନ ମଞ୍ଜୁରୀ କମିଟି ବୈଠକରେ ଅନୁମୋଦନ ମିଳିଛି | ଏହି ତିନୋଟି ପ୍ରକଳ୍ପ କାର୍ୟକାରି ହେଲେ ଓଡିଶାରେ ୬୫୩୯ ନିଯୁକ୍ତି ସୃଷ୍ଟି ହେବ ବୋଲି ବୈଠକ ଶେଷରେ ଶିଳ୍ପ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଛନ୍ତି | 

ଆଜି ମଂଜୁର ପାଇଥିବା ପ୍ରକଳ୍ପ ପ୍ରସ୍ତାବ ଗୁଡିକ ମଧ୍ୟରେ ପ୍ରଥମ ପ୍ରସ୍ତାବଟି ହେଲା  ହଜାର କୋଟି ଟଙ୍କାର ପୁଞ୍ଜିନିବେଶରେ ରାୟଗଡା ଜିଲ୍ଲାରେ  ହିଣ୍ଡାଲକୋର ୨ ନିୟୁତ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଇସ୍ପାତ ପ୍ରକଳ୍ପ  । ହିଣ୍ଡାଲକୋର ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୪୨୫୦ ଜଣଙ୍କୁ ନିଯୁକ୍ତି  ମିଳିବ ।  ରୁଙ୍ଗଟା ମାଇନ୍ସ ଲିମିଟେଡ଼  ସୁନ୍ଦରଗଡ ଜିଲ୍ଲାରେ  ତାହାର ୦ .୨୭  ନିୟୁତ ଟନ ଇନଟିଗ୍ରେଟେଡ଼  ଇସ୍ପାତ ପ୍ରକଳ୍ପର କ୍ଷମତା ୦.୯ନିୟୁତ ଟନକୁ ବୃଦ୍ଧି କରିବା ପାଇଁ  ପ୍ରାୟ ୨,୧୩୫  କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ କମିଟି ମଞ୍ଜୁରୀ ଦେଇଛି | ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୨,୨୮୯ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଶିଳ୍ପମନ୍ତ୍ରୀ ଶ୍ରୀ  ମିଶ୍ର  ସୂଚନା ଦେଇଛନ୍ତି । 

0
0
0
s2sdefault