ହେଡଲାଇନସ୍:

ପାଞ୍ଚ ଲକ୍ଷ ଟଙ୍କାର ବିଲ ପାଇଁ ୩୦୦୦୦ ଟଙ୍କା ଲାଞ୍ଚ, ମାନେ ପୁରା ୬ ପରସେଣ୍ଟ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୩୦ହଜାର ଲାଞ୍ଚ ନେଇ ଡାଟା ଅପରେଟର ଭିଜିଲାନ୍ସ ହାତରେ ଗିରଫ !

ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ) : ଦୁର୍ନୀତିରେ ଉବୁଟୁବୁ ଭଦ୍ରକ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟରେ ରେଡ କରିଥିଲା  ଭଦ୍ରକ ଭିଜିଲାନସ ବିଭାଗ | । ଖାପଚରେ ପଡ଼ିଥିଲେ ଡାଟା ଏଣ୍ଟ୍ରି ଅପରେଟର ପ୍ରିୟବ୍ରତ ପଣ୍ଡା | ବିଲ କରିବା ପାଇଁ ୩୦ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗ ହେବାପରେ ଯୋଜନା ଅନୁଯାୟୀ ଟଙ୍କା ନେବା ବେଳେ ରେଡ ହାଣ୍ଡ ଧରାପଡ଼ିଛନ୍ତି ଏହି କରିତ୍କର୍ମା ଡାଟା ଏଣ୍ଟ୍ରି ଅପରେଟର |

 ସୂଚନା ଅନୁଯାଇ ଭଦ୍ରକ କାଉପୁର ଅଞ୍ଚଳର କଣ୍ଟ୍ରାକଟର ଦିଗମ୍ବର ଦାସଙ୍କ ୫ଲକ୍ଷ ଟଙ୍କାର ବିଲ କରାଇବା ପାଇଁ ଏହି ବିଭାଗର ଡାଟା ଅପରେଟର ପ୍ରିୟବ୍ରତ ପଣ୍ଡା ୩୦ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭଦ୍ରକ ଭିଜିଲାନ୍ସ ବିଭାଗ ଦ୍ୱାରା ହୋଇଛନ୍ତି ଗିରଫ ! ପ୍ରିୟବ୍ରତଙ୍କ ନିକଟରୁ ନଗଦ ୩୦ ହଜାର ଟଙ୍କା ଭିଜିଲାନ୍ସ ବିଭାଗ ଜବତ କରିଥିବା ବେଳେ ଅନ୍ୟ ସ୍ଥାନରେ ଚଡାଉ ଚାଲିଥିବା କହିଛି ଭିଜିଲାନ୍ସ ବିଭାଗ ।

0
0
0
s2sdefault