ହେଡଲାଇନସ୍:

ଆଡ ଆଖିରେ ପ୍ରଶାସନ ଚାହିଁଦେଲେ ଘୁଞ୍ଚିଯାଆନ୍ତା ହଂସ ପରିବାରର ଦୁଃଖ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସିନାପାଲି/ ନିରାକାର ମେହେର : ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଅସହାୟ ଲୋକଙ୍କ ସୁବିଧା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବାସଗୃହ, ରାସନ କାର୍ଡ, ବାର୍ଦ୍ଧକ୍ୟ ଭତ୍ତା, ବିକଳାଙ୍ଗ ଭତ୍ତା ପ୍ରଦାନ କରୁଥିଲେ ମଧ୍ୟ ଏହି ଯୋଜନାରୁ ସୁଫଳରୁ ବଂଚିତ ହେଉଛନ୍ତି ଅନେକ ଯୋଗ୍ୟ ତଥା ଅସହାୟ ହିତାଧିକାରୀ | ରାଜ୍ୟ ସରକାରଙ୍କ ଜଣ ମଙ୍ଗଳକାରୀ  ୫-ଟି ଓ  ମୋ ସରକାର ସତ୍ତ୍ୱେ ପ୍ରଶାସନିକ ଉଦାସୀନତା ବା ରାଜନୈତିକ  ପାତରଅନ୍ତର ଯୋଗୁ ଉପଯୁକ୍ତ ହିତାଧିକାରୀ ପାଖକୁ ପହଂଚି ପାରୁନାହିଁ ସରକାରଙ୍କ ଯୋଜନାର ସୁଫଳ |  ଆଉ ଏଇଠି ପାଇଁ ଏହି ସବୁ ଯୋଜନା ଏଠାରେ ପ୍ରହସନ ପାଲଟିଛି ଯାଇଛି ଅନେଖା କ୍ଷେତ୍ରରେ ! ସରକାରୀ ବାବୁ ଙ୍କ ନାଲି ଫିତା ତଳେ ଚାପି ହୋଇ ରହି ଯାଉଛି କିଛି ଅସହାୟ ପରିବାରଙ୍କ ଭାଗ୍ୟ ଜାତକ  !

ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ଡା ଗ୍ରାମର କେଦାର ହଂସଙ୍କ ପରିବାର କ୍ଷେତ୍ର  ! ନିଜସ୍ୱ ଜମିବାଡ଼ି ନ  ଥିବା ବେଳେ ଦିନ ମଜୁରୀ କରି ପରିବାର ଚଳାଉଛନ୍ତି କେଦାର | ହେଲେ ସରକାରୀ ଯୋଜନା ଏ ମାନଙ୍କ ପାଇଁ ସାତ ସପନ ପାଲଟିଛି ଯାଇଛି ! ପ୍ରବଲ ଶୀତ ରେ ମଧ୍ୟ ପଲିଥିନ ତଳେ ଦିନ ରାତି କାଟୁଛନ୍ତି  କେଦାର ଙ୍କ ପରିବାର !କେଦାର ହଂସଙ୍କ ସ୍ତ୍ରୀ ଗୁଞ୍ଜ ହଂସ ସରକାରୀ ଯୋଜନା ପାଇବା ପାଇଁ ପଂଚାୟତରୁ ଆରମ୍ବ କରି ବ୍ଲକ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ଥକି ଗଲେଣି | ହେଲେ କୌଣସି ସରକାରି ବାବୁ କର୍ଣ୍ଣପାତ୍ କରୁ ନାହାନ୍ତି ! ସରକାର ଗରିବଙ୍କ ବିକାଶ ପାଇଁ ଯୋଜନା ଉପରେ ଯୋଜନା କରୁଥିଲେ ମଧ୍ୟ ଏହି ସରକାରୀ ବାବୁ ଙ୍କ ଖାମ ଖିଆଲୀ ନୀତି ଯୋଗୁ ଆଜି ପ୍ରକୁତ ହିତାଧିକାରୀ ମାନଙ୍କ ପାଖକୁ ଯୋଜନା ପହଂଚି ପାରୁନାହିଁ !ଏବେ ଦେଖିବାକୁ ବାକି ରହିଲା କେଦାର ଙ୍କୁ କେବେ ଏହି ସୁବିଧା ମିଲୁଛି !

 

0
0
0
s2sdefault