ମଥୁରା ନଗରୀରେ ନିଷ୍ଠା ପରିବାର ପକ୍ଷରୁ ରକ୍ତଦାନ ଶିବିର 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଅଚାନକ ମନ୍ତ୍ରୀ ସୁଶାନ୍ତ ପହଂଚି ରକ୍ତଦାତାଙ୍କୁ କଲେ ପ୍ରୋତ୍ସାହିତ  

 ବରଗଡ :-  ବରଗଡ଼ ସହର ବର୍ତ୍ତମାନ ମଥୁରା ନଗରୀ । ବର୍ତ୍ତମାନ ମଥୁରାରେ ଚାଲିଛି  ବିଶ୍ୱ ବିଜୟୀ ପ୍ରବଳ ପ୍ରତାପୀ ମହାରାଜ କଂସଙ୍କର  ଶାସନ । ଧନୁଯାତ୍ରା ଅବସରରେ କେତେ କଣ ରାଜକୀୟ ଆୟୋଜନ , ବିଭିନ୍ନ ପ୍ରକାର ଷ୍ଟଲ , ହେଲେ ଏହାରି ଭିତରେ ବରଗଡ଼ ନିଷ୍ଠା ପରିବାର ତରଫରୁ କରାଯାଇଥିଲା ଏକ ସ୍ୱତନ୍ତ୍ର ଆୟୋଜନ ।  ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଅବସରରେ ନିଷ୍ଠା ପରିବାର ତରଫରୁ ତିନି ଦିନ ଧରି ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର । ଜାନୁଆରୀ ୮ ତାରିଖ ଦିନ ଏହି  ରକ୍ତ ଦାନ ଶିବିର କୁ ଆରକ୍ଷୀ ଅଧିକ୍ଷକ ପଦ୍ମିନୀ ସାହୁ ଫିତା କାଟି ଉଦ୍ଘାଟନ କରିଥିଲେ ।

ଏହି ଶିବିର କୁ ଅଚାନକ ପରିଦର୍ଶନରେ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଆସି ରକ୍ତ ଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିର ରେ ସମ୍ବଲପୁର ରକ୍ତ ଭଣ୍ଡାର ଦ୍ବାରା ସର୍ବମୋଟ ୧୦୮ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଧନୁଯାତ୍ରା କୁ ଆସୁଥିବା ଦର୍ଶକ ମାନେ ଯାତ୍ରା ଦେଖିବା ସହ ରକ୍ତ ଦାନ ଭଳି ଶ୍ରେଷ୍ଠ ଦାନ କରି ଖୁସି ଅନୁଭବ କରିଥିଲେ । ବରଗଡ଼ର ନିଷ୍ଠା ପରିବାର ସମାଜ ସେବା ପାଇଁ ନିଜକୁ ସମ୍ପୁର୍ଣ୍ଣ ଭାବରେ ନିୟୋଜିତ କରି ବିଭିନ୍ନ ସମୟରେ ପ୍ରସଂଶାର ପାତ୍ର ହେଇ ପାରିଛି । ଧନୁଯାତ୍ରା ଅବସରରେ ଏହି ଭଳି ଶିବିରର ଆୟୋଜନ ନିଷ୍ଠା ପରିବାରକୁ ଆହୁରି ପ୍ରଶଂସନୀୟ କରିପାରିଛି ।ଏହି ରକ୍ତ ଦାନ କାର୍ଯ୍ୟକ୍ରମ କୁ ନିଷ୍ଠା ପରିବାରର ସଭାପତି ଶ୍ରୀ ରକ୍ଷପାଳ ସାହୁ , ସମ୍ପାଦକ ଶ୍ରୀ ଅଶ୍ୱିନୀ ତ୍ରିପାଠୀ , ଦିଲୀପ ସ୍ୱାଡିଆ , ଶୋଭନ ରଥ , ସ୍ୱସ୍ତିକ ଦାସ , ଅମନ ପ୍ରଧାନ ଓ ନିଷ୍ଠା ପରିବାରର ସମସ୍ତ ସଭ୍ୟ ସୁଚାରୁ ରୁପେ ପରିଚାଳନା କରୁଛନ୍ତି। ସମସ୍ତ ରକ୍ତ ଦାତା ତଥା ଶୁଭେଚ୍ଛୁ ମାନଙ୍କୁ ନିଷ୍ଠା ପରିବାର ତରଫରୁ ଅନେକ ଅନେକ ଧନ୍ୟବାଦ ଜ୍ଞାପନ କରାଯାଇଛି।

0
0
0
s2sdefault