ଏନ୍ଆଇଏନ୍ଏଲ୍ ଓ ଏମ୍ଏମ୍ଡିଆର୍ ଆକ୍ଟ୍ ନେଇ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି : ମୋଦିଙ୍କ ଐତିହାସିକ ନିଷ୍ପତି ଓଡିଶାକୁ ଅଧିକ ଲାଭ ଦେବ - ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଏମଏମଡିଆର୍ ଓ ସିଏମ(ସିପି) ନିୟମ ପରିବର୍ତନ ଦ୍ୱାରା ଓଡିଶାରେ କୋଇଲାର ଉତ୍ପାଦନ ବୃଦ୍ଧି ହେବା ସହ ରାଜ୍ୟର ରାଜସ୍ୱ ବଢିବ

 ଓଡିଶାର ନୀଳାଚଳ ଇସ୍ପାତ ନିଗମର ୧.୧ ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ପ୍ରକଳ୍ପକୁ ୧୦ ମିଲିୟନରେ ପରିଣତ କରାଯିବ

 ଏହି ନିଷ୍ପତି ଓଡିଶାର ଇସ୍ପାତ ଉତ୍ପାଦନ କ୍ଷମତାକୁ ବଢାଇବା ସହ ବ୍ୟବସାୟ ଓ ରୋଜଗାର ବଢାଇବ

 କଳିଙ୍ଗ ନଗରକୁ ଷ୍ଟିଲ୍ ହବ୍ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ ଏନ୍ଆଇଏନ୍ଏଲ

 ଏହି ନିୟମ ଦ୍ୱାରା କୋଲ ବ୍ଲକ ଆବଂଟନ ସୁବିଧା ଓ ସରଳ ହେବ 

 ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ ମୋଦି ସରକାରଙ୍କ ପ୍ରାଥମିକତା 

ନୂଆଦିଲ୍ଲୀ/ଭୁବନେଶ୍ୱର, (ଶାସକ ପ୍ରଶାସକ) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟରେ  ନିଆଯାଇଥିବା ଐତିହାସିକ ନିଷ୍ପତି ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସରେ ବଡ ଦ ପଦକ୍ଷେପଏହି ନିଷ୍ପତି ଦ୍ୱାରା ଓଡିଶା ଭଳି ରାଜ୍ୟ ଅଧିକ ଲାଭ ପାଇବ ବୋଲି ନୂଆଦିଲ୍ଲୀ ଠାରେ କ୍ୟାବିନେଟ ବୈଠକରେ ପରେ ଅନୁଷ୍ଠିତ  ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟବିନେଟ୍  ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ତନ୍ମଧ୍ୟରୁ ଓଡିଶାର ନୀଳାଚଳ ଇସ୍ପାତ ନିଗମ(ଏନଆଇଏନଏଲ୍)ରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତିକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ପ୍ରଦାନ କରିଛି । ଯଦ୍ୱାରା ଏନ୍ଆଇଏନ୍ଏଲରେ ନୂଆ ଉପାୟରେ ପୁଞ୍ଜି ପ୍ରତ୍ୟାହାର ଓ ସ୍ୱଚ୍ଛ ଉପାୟରେ ନିଲାମୀ ମାଧ୍ୟମରେ ଆଗାମୀ ଦିନରେ ଏହି ୧.୧ ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ପ୍ରକଳ୍ପକୁ ୧୦ ମିଲିୟନରେ ପରିଣତ କରାଯିବ । ଏହା ଦ୍ୱାରା ନାଳାଚଳ ଇସ୍ପାତ କାରଖାନାର ସଂପ୍ରସାରଣ ହେବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ସାରା ଦେଶରେ ୨୦୩୦ ସୁଦ୍ଧା ୩୦୦ ମିଲିୟନ ଟନ୍ ଇସ୍ପାତ୍ ଉତ୍ପାଦନର ଲକ୍ଷ୍ୟ ରହିଥିବା ବେଳେ ଓଡିଶା ୩୦ ପ୍ରତିଶତ ବା ପ୍ରାୟ ୧୦୦ ମିଲିୟନ ଟନ୍ ଇସ୍ପାତ୍ ଉତ୍ପାଦନ କରିବ । ଏହି ନିଷ୍ପତି ଓଡିଶାର ଇସ୍ପାତ୍ ଉତ୍ପାଦନ କ୍ଷମତାକୁ ବଢାଇବ ଓ ଚାକିରି, ବ୍ୟବସାୟ ଓ ରାଜ୍ୟର ରୋଜଗାର ବଢାଇବ । କଳିଙ୍ଗ ନଗରକୁ ଷ୍ଟିଲ୍ ହବ୍ କରିବାରେ ଏନଆଇଏନଏଲ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

କ୍ୟାବିନେଟ୍ ବୈଠକରେ ମାଇନ୍ସ ଆଣ୍ଡ ମିନେରାଲ୍ସ ଡେଭଲପମେଂଟ ରେଗୁଲେସନ ଆକ୍ଟ(ଏମ୍ଏମ୍ଡିଆର) ଏବଂ କୋଲ ମାଇନ୍ସ(ସ୍ପେଶିଆଲ ପ୍ରୋଭିଜନ) ନିୟମରେ ପରିବର୍ତନ କରାଯାଇଛି । ଏବେ କୋଇଲା କ୍ଷେତ୍ରରେ ପୁଞ୍ଜିନିବେଶ ଓ କୋଇଲା ଉତ୍ପାଦନ ବୃଦ୍ଧି ପାଇଁ ବ୍ୟବସ୍ଥାକୁ ସରଳୀକରଣ କରାଯାଇଛି । ଏହା କାରଣରୁ ଓଡିଶା ଭଳି କୋଇଲା ଭଣ୍ଡାର ଥିବା ରାଜ୍ୟର ରାଜ୍ୟ ରଜକୋଷ ଓ ସ୍ଥାନୀୟ ବ୍ୟବସାୟ ତଥା ଶିଳ୍ପ ପ୍ରଗତିରେ ବଡ ସହଯୋଗ ଦେବ । କୋଇଲା କ୍ଷେତ୍ରରେ ବିଦେଶୀ ପୁଞ୍ଜି ନିବେଶ କଟକଣାକୁ ମଧ୍ୟ ହଟାଯାଇଛି । ଇସ୍ପାତ ଶିଳ୍ପକୁ ଏଥିରୁ ବେଶୀ ଲାଭ ମିଳିବ । ଇସ୍ପାତର ଦାମ୍ କମିବା ସହ କୋଇଲାର ଆମଦାନୀ ହ୍ରାସ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । 

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ନିୟମ ଦ୍ୱାରା କୋଲ ବ୍ଲକ ଆବଂଟନରେ ସୁବିଧା ହେବା ସହ ବାଣିଜ୍ୟିକ କୋଇଲା ଅଧିକ ମାତ୍ରାରେ ଉତ୍ପାଦନ  ହେବ । ଏହି ସଂଶୋଧନ ସହ କୋଲ ବ୍ଲକର ଆବଟଂନ ଖଣି ଲାଇସେନ୍ସ ପ୍ରାପ୍ତଙ୍କ ଦ୍ୱାରା କରାଯିବ ଯାହା ପୂର୍ବରୁ ଉପଲବ୍ଧ ନଥିଲା । କେନ୍ଦ୍ର ସରକାରଙ୍କୁ ମଧ୍ୟ ଏହି ସଂଶୋଧନ ନିୟମ ସୁବିଧା ଦାୟକ ହେବ । ଖଣି ଲିଜ୍ ପ୍ରକ୍ରିୟା ମଧ୍ୟ ସରଳୀକରଣ ହେବାରୁ ଫାଇଦା ମିଳିବ । ଏମଏମଡିଆର ଆକ୍ଟ ସଂଶୋଧନ ଦ୍ୱାରା ଓଡିଶା ଅଧିକ ଲାଭ ପାଇବ ବୋଲି ସେ କହିଛନ୍ତି । 

ଶ୍ରୀ ପ୍ରଧାନ କହିଛନ୍ତି ଯେ ଉତର-ପୂର୍ବ ରାଜ୍ୟ ମୋଦି ସରକାରଙ୍କ ପ୍ରାଥମିକତା । ଇନ୍ଦ୍ରଧନୁଷ ଗ୍ୟାସ୍ ଗ୍ରୀଡ ଲିମିଟେଡର ଉତର-ପୂର୍ବ ଗ୍ୟାସ ଗ୍ରୀଡ୍ ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇଛି । ପୂର୍ବୋତରର ୮ଟି ରାଜ୍ୟରେ ଗ୍ୟାସ ଗ୍ରିଡ୍ ପ୍ରତିଷ୍ଠା କରାଯିବାର କ୍ୟାବିନେଟରେ ନିଷ୍ପତି ହୋଇଛି । ଏହି ପ୍ରକଳ୍ପ ଅଧୀନରେ ୧୬୫୬ କିମି ଗ୍ୟାସ ଗ୍ରୀଡରେ ୯ ହଜାର ୨୬୫ କୋଟି ଟଙ୍କା ଖର୍ଚ୍ଚ ହେବ । ଦେଶର ୩୦ ପ୍ରତିଶତରୁ ୪୦ ପ୍ରତିଶତ ଗ୍ୟାସ ଉତର ପୂର୍ବାଂଚଳରେ ଉତ୍ପାଦନ  ହେବ । 

ଦେଶର ବ୍ୟବସାୟକୁ ଅଧିକ ସୁଗମ କରିବା ପାଇଁ ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସକୁ ସରକାର ଅଧିକ ପ୍ରାଥମିକତା ଦେଉଛନ୍ତି । କ୍ୟାବିନେଟ୍ ନିଷ୍ପତି ଅନୁଯାୟୀ ଇସ୍ପାତ ଶିଳ୍ପରେ ଭଲ ଅଭିବୃଦ୍ଧି ଘଟିବ । ସେହିପରି ମୋଦି ସରକାରଙ୍କ କ୍ୟବିନେଟରେ  ନିଆଯାଇଥିବା ନିଷ୍ପତି କାରଣରୁ ଆଗାମୀ ଦିନରେ ଦେଶର ଆମଦାନୀ ହ୍ରାସ ପାଇବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । 

 

0
0
0
s2sdefault