ହେଡଲାଇନସ୍:

କେନ୍ଦ୍ରୀୟ ଟ୍ରେଡ ୟୁନିୟନର ବନ୍ଦ ଡାକରା ରାୟଗଡ ଜିଲ୍ଲାରେ ସଫଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ (ସରୋଜ ସାହୁ):  ସାରା ଭାରତ ବର୍ଷରେ ଭାରତର ୧୦ଟି କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଏବଂ ଫେଡରେସନ କର୍ମଚାରୀ ସଂଘ ଡାକରାରେ ୧୨ ଦଫା ଦାବୀ ନେଇ ବନ୍ଦ ଡାକରା ଦେଇଥିବା ବେଳେ ବନ୍ଦର ପ୍ରଭାବ ରାୟଗଡ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି  ।  ଆଜି ସକାଳ ସକାଳୁ ବିଭିନ୍ନ ଟ୍ରେଡ ୟୁନିୟନର କର୍ମକର୍ତା ମାନେ ରାୟଗଡାର ଲାଇଫ ଲାଇନ କୁହାଯାଉଥିବା ଓଭରବ୍ରିଜକୁ ବେରିକେଟ କରି ରାସ୍ତା ଜାମ କରିଦେଇଥିଲେ । ଫଳରେ ଶହ ଶହ ସଂଖ୍ୟରେ ମାଲବାହୀ ଟ୍ରକ ଓ ଅନ୍ୟ ଯାନ ଗୁଡିକ ରାସ୍ତା ଉପରେ ଅଟକ ରହିଥିଲା । କଟକ-ଭୂବନେଶ୍ୱରରୁ ରାୟଗଡ ଅଭିମୁଖେ ଆସୁଥିବା ଦୂରଗାମୀ ବସ ଗୁଡିକ ଠିକ ସମୟରେ ନିଜ ନିଜ ଗନ୍ତବ୍ୟ ସ୍ଥଳରେ ପହଂଚି ଯାଇଥିଲେ ମଧ୍ୟ ସ୍ଥାନୀୟ ବସ ଚଳାଚଳ ହୋଇପାରିନଥିଲା । ରାୟଗଡ ସହରରେ ଥିବା ସମସ୍ତ ବ୍ୟାଙ୍କ, ଡାକ ଘର, ସ୍କୁଲ, କଲେଜ ଓ ବ୍ୟବସାୟୀକ ପ୍ରତିଷ୍ଠାନ ଗୁଡିକ ମଧ୍ୟ ବନ୍ଦ ରହିଥିଲା । ବନ୍ଦକୁ ଦୃଷ୍ଟିରେ ରଖି ରାୟଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟ ଗୁଡିକରେ ପୋଲିସ ମୁତୟନ କରାଯାଇଥିଲା ।

ଏହି ବନ୍ଦ ଡାକରାର  ପ୍ରମୁଖ ଦାବୀ ମାନଙ୍କ ମଧ୍ୟରେ ଦରବୃଦ୍ଧିର ପ୍ରତିକାର, ବେକାରୀ ବୃଦ୍ଧିର ପ୍ରତିକାର, ଶ୍ରମ ଆଇନକୁ କଡାକଡି ଲାଗୁ, ଶ୍ରମିକ ମାନଙ୍କୁ ସାର୍ବଜନନୀ କଲ୍ୟାଣ ବ୍ୟବସ୍ଥା, ମାସିକ ସର୍ବନିମ୍ନ ମଜୁରି ୨୧ ହଜାର ଟଙ୍କା, କେନ୍ଦ୍ରୀୟ ରାଷ୍ଟ୍ରାୟତ ସଂସ୍ଥାର ଘରୋଇକରଣ ବନ୍ଦ, ସମାନ କାମ ପାଇଁ ସମାନ ଦରମା ପ୍ରଦାନ, ରେଳବାଇ, ବୀମା ଓ ପ୍ରତିରକ୍ଷା ବିଭାଗକୁ ଘରୋଇକରଣ ଉଦେ୍ଧଶ୍ୟରେ ପୁଜିଂ ପ୍ରତ୍ୟାହାର ବନ୍ଦ ଆଦି ଉପରେ ଟ୍ରେଡ ୟୁନିୟନ ପକ୍ଷରୁ ବନ୍ଦର ଡାକରା ଦିଆଯାଇଥିଲା । ଏହି ବନ୍ଦକୁ କଂଗ୍ରେସ ତରଫରୁ ସମର୍ଥନ ଦିଆଯାଇଥିଲା । ରାୟଗଡା ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା ଟ୍ରେଡ ୟୁନିୟନର ବନ୍ଦ ଡାକରାରେ ସାମିଲ ହୋଇ ଆଗାମୀ ଦିନରେ ଯଦି ସରକାର ଦାବୀ ଗୁଡିକ ନ ମାନନ୍ତି ତା ହେଲେ ଆନେ୍ଦାଳନ ଆହୁରି ତୀବ୍ରତର ହେବ ବୋଲି ପ୍ରକାଶ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆଇଏନଟିୟୁସିର ସାଧାରଣ ସଂପାଦକ ଭବାନୀ ଶଙ୍କର ଜେନା, ସିଟୁ ରାୟଗଡା ଜିଲ୍ଲା ସଭାପତି ହରେନ୍ଦ୍ର ନାଥ, ଏଆଇସିସିଟିୟୁର ଜିଲ୍ଲା ସଭାପତି ବୃନ୍ଦାବନ ହିିମିରିକା ପ୍ରମୁଖ ଧର୍ମଘଟରେ ସାମିଲ ହୋଇଥିଲେ । କୌଣସି ଅପ୍ରିତକର ପରିସ୍ଥିର ମୁକାବିଲା କରିବା ପାଇଁ ଘଟଣା ସ୍ଥଳରେ ପୋଲିସ କର୍ମଚାରୀ ମୁତୟନ ହୋଇଥିଲେ ।      

 

0
0
0
s2sdefault