ହେଡଲାଇନସ୍:

ଫୁଲବାଣୀ କ୍ଳବକୁ  ୫-୦ ଗୋଲରେ ପରାସ୍ତ କରି ହାଲ ସୁନାବେଡା ଚମ୍ପିୟାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସରିଲା ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ ଓଡଗାଁ କପ୍ ୨୦୨୦

ଓଡଗାଁ,(ଶ୍ରୀକାନ୍ତ ମିଶ୍ର): ୪ର୍ଥ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ ଓଡ଼ଗାଁ କପ୍ ୨୦୨୦ ଫାଇନାଲ ମ୍ୟାଚରେ ପଦ୍ମଶ୍ରୀ ସ୍ପୋର୍ଟିଂ  କ୍ଳବ ଫୁଲବାଣୀକୁ ୫-୦ ଗୋଲରେ ପରାସ୍ତ କରି ହାଲ ସୁନାବେଡା କୋରାପୁଟ୍ ଓଡ଼ଗାଁ କପ୍ ଚମ୍ପିୟାନ ଟ୍ରଫି ହାସଲ କରିଛି । ପ୍ରଥମାର୍ଦ୍ଧ ମ୍ୟାଚ୍ ଆରମ୍ଭର ୨୭ ମିନିଟ ପରେ ସୁନାବେଡାର ୧୧ ନମ୍ବର ଜର୍ସି ସଞ୍ଜିତ ଖୋରା ପ୍ରତିପକ୍ଷକୁ  ପ୍ରଥମ ଗୋଲ ଦେଇଥିଲେ । ୫ ମିନିଟ  ବ୍ୟବଧାନରେ ସେହି ଦଳର ଜର୍ସି ନମ୍ବର ୧୦ କାର୍ତିକ୍ ହଂଟାଲ୍ ଅନ୍ୟ ଏକ ଗୋଲ ସ୍କୋର କରିଥିଲା ବେଳେ ତାର ୧୦ମିଟିଟ ପରେ ସଞ୍ଜିତ୍ ଖୋରା ପୁଣି ଏକ ଗୋଲ ଦେଇ ଦଳକୁ ୩-୦ରେ ଅଗ୍ରଣୀ ରଖିଥିଲେ । 

ଦିତୀୟାର୍ଦ୍ଧ ଖେଳ ଆରମ୍ଭ ହେବାର ୧୪ ମିନିଟ୍ ପରେ ସୁନାବେଡାର କାର୍ତିକ୍ ହଂଟାଲ୍  ୪ର୍ଥ ଗୋଲ କରିଥିବା ବେଳେ ୧୫ ମିନିଟ ବ୍ୟବଧାନରେ ସେହି ଦଳର ୬ ନମ୍ବର ଜର୍ସି ରଞ୍ଜିତ ମାଝି ୫ମ ଗୋଲ ସ୍କୋର କରିଥିଲେ । ସୁନାବେଡା ଦଳର ଖେଳର କୈାଶଳକୁ କଳନା କରିନପାରି କୈାଣସି ଗୋଲ ନକରି ଫୁଲବାଣୀ ଟିମ୍ ପରାସ୍ତ ହୋଇ ରନର୍ସ ଅପ  ଟ୍ରଫିରେ ସନ୍ତୁଷ୍ଟ ହେବାକୁ ପଡିିଥିଲା । ଫାଇନାଲ ଖେଳର  ମ୍ୟାନ୍ଅଫ ଦି ମ୍ୟାଚ୍ ପୁରସ୍କାର ସୁନାବେଡାର ୧୦ ନମ୍ବର ଜର୍ସି କାର୍ତିକ୍ ହଂଟାଲ୍କୁ ଏବଂ ମ୍ୟାନ ଅଫ ଦି ସିରିଜ୍ ୧୧ ନମ୍ବର ଜର୍ସି ସଞ୍ଜିତ୍ ଖୋରାଙ୍କୁ ପ୍ରଦାନ କରାଯାଇଥିଲା । ଉଦଯାପନୀ ମ୍ୟାଚରେ  ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗଦେଇ ଉଭୟ ଦଳକୁ ଚମ୍ପିୟାନ ଏବଂ ରନର୍ସ ଅପ  ଟ୍ରଫି ପ୍ରଦାନ କରିଥିଲେ । ବିଡିଓ ସ୍ୱାତୀଲେଖା ଦାସ, ଏସଡ଼ିପିଓ ସିଲଭରିୟସ୍ ଟପ୍ନୋ, ଆଇଆଇସି ମମତା ପତି, ଏନଏସି ନିର୍ବାହୀ ଅଧିକାରୀ ପ୍ରଫୁଲ ଚନ୍ଦ୍ର ମହାପାତ୍ର, ଓଡ଼ିଶା କଳିଙ୍ଗ ବୈଶ୍ୟ ସଂଘ ସଭାପତି ପୁରୁଷୋତ୍ତମ ପାତ୍ର, ସୂର୍ଯ୍ୟନାରାୟଣ ଚୈାଧୁରୀ, ରବିନାରାୟଣ ପୃଷ୍ଟି ଏବଂ ବରିଷ୍ଠ  ନାଗରିକ ଶିବ ପଟ୍ଟନାୟକ  ସମ୍ମାନିତ  ଅତିଥି ଭାବେ ଯୋଗ ସେଇଥିଲେ । ଆବାହାକ ଲୋକନାଥ ସାହୁଙ୍କ ସହିତ ବିଭୁ ପ୍ରସାଦ ସାହୁ, ବିଜନ ପାଇକରାୟ, ଦିଲ୍ଲୀପ୍ କୁମାର ମାର୍ଥା, ଦିବାକର ନାୟକ, ଗୋବିନ୍ଦ ଚନ୍ଦ୍ର ସାୁ, ପ୍ରମୋଦ କୁମାର ପାତ୍ର, କୁମାର ଦେବଦତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶିବପ୍ରସାଦ ଦାସ ଆଜିର ମ୍ୟାଚ ପରିଚାଳନା କରିଥିବା ବେଳେ ପ୍ରଶାନ୍ତ ପାଲ, ପ୍ରିୟବ୍ରତ ବାହିନୀ ପତି, ରାଜୁ ମହାନ୍ତି, ରତ୍ନାକର ବାରିକ, ଅବିନାସ ପଟ୍ଟନାୟକ, ସରୋଜ ଦାଶ, ଜୟକୃଷ୍ଣ ଜେନା, ଅଜୟ ବାରିକ, ରମେଶ ଚନ୍ଦ୍ର ପତଙ୍ଗ ଲାଇନ୍ସରେ ସହାୟତା କରିଥିଲେ । ଆଜି ପୂର୍ବାହ୍ନରେ ଓଡ଼ଗାଁ ଭେଟରାନ୍ ଓ ଯୁବ ଖେଳାଳୀ ମାନଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ  ହୋଇଥିଲା । ରଞ୍ଜନ କୁମାର ଦାଶ, ପଂଚାନନ ପଣ୍ଡା ସହଯୋଗ  କରିଥିବା ବେଳେ ସୁଶାନ୍ତ କୁମାର ପାତ୍ର, ନରେଶ ପାଣିଗ୍ରାହୀ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । 

 

0
0
0
s2sdefault