ହେଡଲାଇନସ୍:

ପଦୋନ୍ନତି ପରେ ନୂତନ ଦାୟିତ୍ୱ ଗ୍ରହଣ କଲେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଏବଂ ଜଜ୍ ପରିବାର ଅଦାଲତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାୟଗଡ(ସରୋଜ ସାହୁ):ରାୟଗଡ ଜିଲ୍ଲା ଅଦାଲତରେ କାର୍ଯ୍ୟରତ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଆଶିଷ କୁମାର ତ୍ରିପାଠୀଙ୍କୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ପୂନର୍ବାର ରାୟଗଡରେ ଜଜ୍ ପରିବାର ଅଦାଲତ ଭାବେ ପଦୋନ୍ନତି ଦେଇ ଅବସ୍ଥାପିତ କରିଛନ୍ତି । ସେହିଭଳି ମୁଖ୍ୟ ବିଚାର ବିଭାଗୀୟ ଜଜ୍ ଜ୍ଞାନେନ୍ଦ୍ର କୁମାର ବାରିକଙ୍କୁ ମଧ୍ୟ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଭାବେ ପଦୋନ୍ନତି ଦେଇ ରାୟଗଡ ଠାରେ ଅବସ୍ଥାପିତ କରିଛନ୍ତି । ପଦୋନ୍ନତି ପାଇବା ପରେ  ଦୁଇଜଣ ବିଚାରପତି ସେମାନଙ୍କ ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ଉଭୟ ଜଜଙ୍କୁ  ରାୟଗଡ ଓକିଲ ସଂଘ ତରଫରୁ ସ୍ୱାଗତ କରାଯାଇଥିଲା । ରାୟଗଡ ଜିଲ୍ଲା ଜଜ୍ ସୋମ ଶେଖର ଜେନା, ରେଜିଷ୍ଟାର ସୁନନ୍ଦା ପାଢୀ, ସବଜଜ୍ ଶତରୁପା ଶତପଥୀ, ଜେ.ଏମ.ଏଫ.ସି. ଶୋଭନ କୁମାର ପଣ୍ଡା, ସୂର୍ଯ୍ୟ ନାରାୟଣ ମହାନ୍ତି, ଡି.ଏଲ.ଏସ.ଏ. ସଂପାଦକ ନିରଞ୍ଜନ ମିଶ୍ର, ପି.ୟୁ.ଏସ. ଅଧ୍ୟକ୍ଷ ହିମାଂଶୁ ଶେଖର ବ୍ରହ୍ମା, ଓକିଲ ସଂଘ ସଭାପତି ବ୍ରଜ ସୁନ୍ଦର ନାୟକ, ସଂପାଦକ ପଦ୍ମନାଭ ଦାସ (ଟୁଟୁ), ଓକିଲ ମହେଶ ପଟନାୟକ, ସି.ଏଚ. ଶ୍ରୀନୁ, ଅରୁଣ କୁମାର ପାଣିଗ୍ରାହୀ, କେ.ସି.ଏଚ.ଜି.ଏସ. କୁମନ୍ଦନ, ମହେଶ୍ୱର  ମହାପାତ୍ର, ଉମାକାନ୍ତ ମିଶ୍ର, ବିଶ୍ୱନାଥ ଗନ୍ତାୟତ ଓ ଲାବଣ୍ୟ ମୋହନ ପଟନାୟକଙ୍କ ସମେତ ସମସ୍ତ ଓକିଲ ଉପସ୍ଥିତ ଥିଲେ ।

 

 

 

 

0
0
0
s2sdefault