ହେଡଲାଇନସ୍:

ଭାରତ ବନ୍ଦକୁ ମୟୂରଭଞ୍ଜ ଜିଲ୍ଲାରେ ମିଳିଛି ଅଦ୍ଭୁତପୂର୍ବ ଜନସମର୍ଥନ :ଜନ ଜୀବନ ପ୍ରଭାବିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦୋକାନବଜାର, କୋର୍ଟକଚେରୀ, ବ୍ୟବସାୟ ପ୍ରତିଷ୍ଠାନ , ବ୍ୟାଙ୍କ ସେବା, ପରିବହନ ଓ ଗମାନଗମନ ବ୍ୟବସ୍ଥା ଠପ୍

ବାରିପଦା(ଦିଲ୍ଲୀପ ମହାନ୍ତି)- ସିଟୁ, ଆଇଏନ୍ଟିୟୁସି, ଏଆଇଟିୟୁସି, ଏଆଇୟୁଟିୟୁସି ଓ ଏଚ୍ଏମ୍ଏସ୍ ଆଦି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ତଥା ବିଭିନ୍ନ ଫେଡେରେସନ ପକ୍ଷରୁ  ଦିଆଯାଇଥିବା ଜାନୁଆରୀ ୮ ସକାଳ ୬ରୁ ଜାନୁଆରୀ ୯ ସକାଳ ୬ ପର୍ଯ୍ୟନ୍ତ ସର୍ବଭାରତୀୟ ୨୪ ଘଣ୍ଟିଆ ଧର୍ମଘଟ ଡ଼ାକରାକୁ ମୟୂରଭଞ୍ଜ ଜିଲ୍ଲାରେ ମିଳିଛି ଅଦ୍ଭୁତପୂର୍ବ ଜନସମର୍ଥନ । ଉକ୍ତ ଧର୍ମଘଟକୁ ବାମପନ୍ଥି ସାମୁଖ୍ୟ ସହ କଂଗ୍ରେସ ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସମର୍ଥନ  ଜଣାଇଥିବାରୁ ଶହ ଶହ ମହିଳା ଓ ପୁରୁଷ ରାଜରାସ୍ତାକୁ ଉହ୍ଲାଇ ଆସିଥିଲେ । ଫଳରେ ଜନଜୀବନ ଉପରେ ଏହାର ପ୍ରଭାବ ବିଶେଷ ଭାବେ ପ୍ରତିଫଳିତ ହୋଇଥିବାର ପରିଲକ୍ଷିତ ହୋଇଥିଲା । ଦୋକାନ ବଜାର, କୋର୍ଟ କଚେରୀ, ବ୍ୟବସାୟ ପ୍ରତିଷ୍ଠାନ , ବ୍ୟାଙ୍କ ଓ ଡ଼ାକ ସେବା, ପରିବହନ ଓ ଗମନାଗମନ ବ୍ୟବସ୍ଥା ଆଦି ଠପ୍ ହୋଇପଡ଼ିଥିଲା । କେବଳ ଔଷଧ ଦୋକାନ ସହ କେତେକ ଜରୁରୀ କାଳୀନ ସେବା ଉକ୍ତ ଧର୍ମଘଟରୁ ବାଦ ଦିଆଯାଇଥିଲା ।

              ଦରଦାମ ନିୟନ୍ତ୍ରଣ କରିବା, ମାସିକ ୨୧ ହଜାର ଟଙ୍କା ସର୍ବନିମ୍ନ ମଜୁରୀ ପ୍ରଦାନ କରିବା, ଶିଳ୍ପପତିମାନଙ୍କୁ ସ୍ୱାର୍ଥ ରକ୍ଷା ଉଦେ୍ଧଶ୍ୟରେ ଶ୍ରମ ଆଇନ ସଂଶୋଧନକୁ ବନ୍ଦ କରିବା, କୃଷି, କୃଷକ ଓ କୃଷି ଶ୍ରମିକମାନଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେଇ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରିବା ସହ କୃଷି ଋଣକୁ ସମ୍ପୂର୍ଣ୍ଣ ଭାବେ ଛାଡ଼ କରାଯିବା, ରାଷ୍ଟ୍ରାୟତ ଲାଭଦାୟକ ଉଦ୍ୟୋଗଗୁଡ଼ିକରୁ ସରକାରୀ ପୁଞ୍ଜି ପ୍ରତ୍ୟାହାରକୁ ବନ୍ଦ କରିବା, ଠିକା ଓ ଆଉଟସୋର୍ସିଂ ବ୍ୟବସ୍ଥାକୁ ବନ୍ଦ କରାଯିବା, ମୋଟରଯାନ ଆକ୍ଟ ୧୯୮୮ର ସଂଶୋଧନକୁ ତୁରନ୍ତ ବାତିଲ କରାଇବା, ବେକାର ଯୁବକଯୁବତୀମାନଙ୍କୁ ରୋଜଗାର ପ୍ରଦାନ ନିମନ୍ତେ ବ୍ୟାପକ ଭାବେ ନିଯୁକ୍ତିର ସୁଯୋଗ ସୃଷ୍ଟି କରାଇବା, ମୌଳିକ ଶିଳ୍ପ କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ ବନ୍ଦ କରାଯିବା, ଅସଙ୍ଗଠିତ କ୍ଷେତ୍ରରେ ଶ୍ରମିକମାନଙ୍କ ନିମନ୍ତେ ପେନସନ, ଇଏସଆଇ ଆଦି ସାମାଜିକ ସୁରକ୍ଷା ଗ୍ୟାରେଣ୍ଟି ପ୍ରଦାନ କରିବା, ଆନ୍ତର୍ଜାତିକ ଶ୍ରମସଂଗଠନର ୮୭ ଓ ୮୯ କନଭେନସନ ଅନୁସାରେ ସଙ୍ଗଠନ ଗଢ଼ିବାର ଅଧିକାର ଓ ମୂଲଚାଲ କରିବାର ଅଧିକାରକୁ ସ୍ୱୀକୃତି ପ୍ରଦାନ ସହ ୪୫ ଦିନ ମଧ୍ୟରେ ୟୁନିୟନକୁ ପଞ୍ଜିକରଣ କରାଇବା ଏବଂ ଆଶା, ଅଙ୍ଗନବାଡ଼ି, ପାଚିକା ଶ୍ରମିକମାନଙ୍କୁ ଶ୍ରମିକର ମାନ୍ୟତା ପ୍ରଦାନ କରିବା ଆଦି ୧୨ ଦଫା ଦାବି ନେଇ ଆଜିର ଭାରତ ଡ଼ାକରାକୁ ସଫଳ କରାଇବା ନିମନ୍ତେ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାଠାରେ ଆଜି ସକାଳ ସମୟରେ ସିଆଇଟିୟୁ ସଭାପତି କମ୍ରେଡ଼ ରବି ଗୋସ୍ୱାମୀ ଓ ସମ୍ପାଦକ ଅମଲ ଦେ ପ୍ରମୁଖଙ୍କ ସହ ସିପିଆଇର ମୟୂରଭଞ୍ଜ ଜିଲ୍ଲା ସମ୍ପାଦକ ଜଗବନ୍ଧୁ ମିଶ୍ର, ମୋଟର ଟ୍ରାନ୍ସପୋର୍ଟ ୱାର୍କାରସ ୟୁନିଆନ ସଭାପତି ମନୋରଞ୍ଜନ ପରିଡ଼ା, ରଘୁନାଥ ପଣ୍ଡା, ଅକ୍ଷୟ ଖୁଣ୍ଟିଆ, ଅଶୋକ ଭଞ୍ଜଦେଓ, ଗଙ୍ଗାଧର ସାମଲ, ଜୟନାରାୟଣ ଷଢ଼ଙ୍ଗୀ, ଅଶୋକ ବେହେରା, ଉକ୍ରଳ ବାଲବ ୟୁନିଅନର ଶକ୍ତିପଦ ସାହୁ, ସଞ୍ଜୟ ଜେନା, ଆଶା ସଙ୍ଗଠନର ରେବତୀ ପରିଡ଼ା, ଅଶୋକ ବେହେରା, ରେବତୀ ଦତ୍ତ, ପାଚିକା ସଙ୍ଘର କୁଞ୍ଜଲତା ମହାନ୍ତ, ମାଳତୀ ମହାନ୍ତ, ରଞ୍ଜିତା ରାଉତ, ସନ୍ଧ୍ୟା ବେହେରା, ଆଲ୍ଲାଦି ହେମ୍ବ୍ରମ, କାଲୁ ଦେହୁରୀ, ବିଏସଏନଏଲ କର୍ମଚାରୀ ୟୁନିଅନର କ୍ଷିତିଶ ସାସମଲ, କମଲ ମହାନ୍ତ, ସେକ୍ ରେଜୁଆନ, ସତ୍ୟନାରାୟଣ ସେଠୀ, ଅନୀଲ ମହାନ୍ତ, ଏଲଆଇସି ଏବଂ ବାରିପଦା ଟାଉନ କୋ-ଅଡର଼୍ିନେସନ କମିଟିର କନଭେନର ନାଥ ସିଂ, ଏଲଆଇସି ୟୁନିଆନର ବାରିପଦା ଶାଖା ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ମାଝି, କୃଷକ ସଙ୍ଗଠନ ନେତା ବୁଦ୍ଧୁ ରାମ ସିଂ , ଡ଼ାକସେବା ବିଭାଗର ଗଣେଶ୍ୱର ପାଣ୍ଡେ ଓ ସେକ ମୁସକାନ, ବନ୍ଦକୁ ସମର୍ଥନ ଜଣାଇଥିବା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଜିଲ୍ଲା ସଭାପତି ଫାଗୁ ହାଁସଦାଃ, ଜାତୀୟ କଂଗ୍ରେସ ଜିଲ୍ଲା ସଭାପତି ହେମନ୍ତ ଦାସ, ଅଜୟ ମହାପାତ୍ର, ଯୁଗେଶ ଅଗ୍ରୱାଲା, ସସ୍ମୀତା ଘୋଷାଲ, ସ୍ୱରୂପ ମିଶ୍ର, ଅରବିନ୍ଦ ଦାସ ପ୍ରମୁଖଙ୍କ ନେତୃତ୍ୱରେ ଶହ ଶହ ନେତା, କର୍ମୀ, ସମର୍ଥକ ଏକଜୁଟ ହୋଇ ବାରିପଦା ସହର ମଧ୍ୟଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥରେ ପିକେଟିଂ ଆରମ୍ଭ କରିଥିଲେ । ଫଳରେ ରାସ୍ତାର ଉଭୟ ପଟରେ ଶହ ଶହ ଟ୍ରକ, ବସ ଗାଡ଼ି ମୋଟର ଅଟକି ରହିଥିଲା । ସେହିପରି ବାରିପଦା ସହର ମଧ୍ୟରେ ରହିଥିବା ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ , ପୋଷ୍ଟ ଅଫିସ, ଆଦାଲଦ , ବାରିପଦା ପୌରପରିଷଦ ଆଦିର ଫାଟକ ସମ୍ମୁଖରେ ପିକେଟିଂ ଆରମ୍ଭ କରିଥିଲେ । ଫଳରେ କୌଣସି କର୍ମଚାରୀ ଭିତରକୁ ପ୍ରବେଶ କରିନ ପାରି ଫେରିଯାଇଥିଲେ । ବାରିପଦା ସହରରେ ଶାନ୍ତି ବଜାୟ ରଖିବା ନିମନ୍ତେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ଡ଼ାକ ଘର, ମୁଖ୍ୟ ରାସ୍ତା, ଛକଗୁଡ଼ିକରେ ପୁଲିସ ମୁତୟନ କରାଯାଇଥିଲା । ବାରିପଦା ସହର ସହ ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ସମ୍ପୂର୍ଣ୍ଣ ରୂପେ ସଫଳ ହୋଇଛି ବୋଲି ବନ୍ଦ ପାଳନକାରି ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି ଏବଂ ଏହାକୁ ସ୍ୱତଃପ୍ରବୃତ ଭାବେ ଜନସାଧାରଣ ସମର୍ଥନ ଦେବାକୁ ଆଗେଇ ଆସିଥିଲେ ବୋଲି ଦାବି କରାଯାଇଛି ।  

 

 

 

 

 

 

0
0
0
s2sdefault