ଓଡିଶାର ଜନତା କଂଗ୍ରେସ ଏବଂ ବାମପନ୍ଥୀଙ୍କ ବନ୍ଦ ଡାକରାକୁ ପ୍ରତ୍ୟାଖାନ କରିଛନ୍ତି :ବିଜେପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ): କଂଗ୍ରେସ ଏବଂ ବାମପନ୍ଥୀଙ୍କ ଭାରତ ବନ୍ଦ ଆଜି ସଂପୂର୍ଣ୍ଣ ଭାବେ ବିଫଳ ହୋଇଛି । ଆଜି ଜୀବନଯାତ୍ରା ପୂରା ସ୍ୱାଭାବିକ ରହିଥିଲା । କଂଗ୍ରେସ ବନ୍ଦ ସମୟରେ ହିଂସା ସୃଷ୍ଟି କରେ । ଏହାକୁ ଦୃଷ୍ଟିରେ ରଖି କିଛି ସ୍ଥାନରେ ଦୋକାନ ବଜାର ବନ୍ଦ ଥିଲା । ରାଜଧାନୀ ଭୁବନେଶ୍ୱର, କଟକ ସମେତ ସବୁ ବଡ ସହରରେ ଲୋକମାନେ ଏହି ବନ୍ଦକୁ ପ୍ରତ୍ୟାଖାନ କରିଛନ୍ତି ବୋଲି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି । 

ଶ୍ରୀ ମହାନ୍ତି କହିଛନ୍ତି ଯେ, ଦେଶର ଜନତା ଉଭୟ ବାମପନ୍ଥୀ ଓ କଂଗ୍ରେସକୁ ନିର୍ବାଚନୀ ମଇଦାନରେ ପ୍ରତ୍ୟାଖାନ କରିଛନ୍ତି | ସାରା ଦେଶ ଆଜି ମୋଦିଙ୍କ ବିକାଶରେ ସାମିଲ ହୋଇଛି । କଂଗ୍ରେସ ଓ ବାମପନ୍ଥୀ ମାନଙ୍କର ଏହି ବନ୍ଦ ପାଳନ ସେମାନଙ୍କର ହତାଶାଭାବକୁ ଦେଖାଉଛି । ମାତ୍ର ୬ ମାସରେ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କର ସରକାର ରାଷ୍ଟ୍ରହିତରେ ଅନେକ ପଦକ୍ଷେପ ନେଇଛନ୍ତି । ଧାରା ୩୭୦ର ଉଛେଦ, ନାଗରିକ ଆଇନରେ ସଂଶୋଧନ ଭଳି ଐତିହାସିକ ଦକ୍ଷେ ବାମପନ୍ଥୀ ଓ କଂଗ୍ରେସର ନିଦ ହଜାଇ ଦେଇଛି । ଦେଶରେ ବାମପନ୍ଥୀ ଓ କଂଗ୍ରେସର ବିଚାରାଧାରକୁ ଲୋକମାନେ ପ୍ରତ୍ୟାଖାନ କରିଛନ୍ତି । କେବଳ ନିଜର 

ପରିଚୟ ବଂଚାଇବା ପାଇଁ ସେମାନଙ୍କର ଏହି ବନ୍ଦ ପାଳନ ଥିଲା ଯାହାକୁ ଲୋକମାନେ ବୁଝିପାରିଛନ୍ତି ।  ଯେଉଁ ମାନେ ଭାରତ ବନ୍ଦ କରୁଛନ୍ତି ସେମାନେ କାହିଁକି ବନ୍ଦ କରୁଛନ୍ତି ତାହା ସେମାନେ ସ୍ପଷ୍ଟ କରିପାରୁନାହାନ୍ତି । 

ଏହାଦ୍ୱାରା ଶ୍ରମିକ ମାନଙ୍କର କ’ଣ କ୍ଷତି ହେବ ତାହା ସେମାନେ ବୁଝାଇବାରେ ଅକ୍ଷମ । ଅଣସଙ୍ଗଠିତ ଶ୍ରମିକ ମାନଙ୍କର ପେନସନ ପାଇଁ ଆଗରୁ କୌଣସି ସରକାର ଚିନ୍ତା କରିନଥିଲେ । ନରେନ୍ଦ୍ର ମୋଦିଙ୍କର ସରକାର ପ୍ରଧାନମନ୍ତ୍ରୀ ଶ୍ରମ ଯୋଗି ମାନ ଧନ ଯୋଜନା ଅଧିନରେ ଶ୍ରମିକ ମାନଙ୍କ ପାଇଁ ପେନସନର ବ୍ୟବସ୍ଥା କଲେ । ମାସକୁ ଅତିକମରେ ୩୦୦୦ ଟଙ୍କାର ପେନସନର ବ୍ୟବସ୍ଥା କରିଛନ୍ତି । କେବଳ ସେତିକି ନୁହେଁ ମୋଦି ସରକାର ପ୍ରୋଭିଡେଂଟ ଫଣ୍ଡରେ ସୁଧାର ଆଣି ଏହାକୁ ଶ୍ରମିକ କଲ୍ୟାଣ ଅଭିମୁଖି କରିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି । 

ଏହି ଅବସରରେ ବିଜେପି ରାଜ୍ୟ ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ଏବଂ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ପ୍ରମୁ୍ଖ ଉପସ୍ଥିତ ଥିଲେ ।

0
0
0
s2sdefault