‘ଓଡ଼ିଶା ମୋ ପରିବାର’ କାର୍ଯ୍ୟକ୍ରମର ପ୍ରଥମ ଆନୁଷ୍ଠାନିକ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପରିବେଶ ସୁରକ୍ଷା,ରକ୍ତଦାନ  ଏବଂ ପ୍ରବାସୀ ଓଡ଼ିଆଙ୍କ କଲ୍ୟାଣ ଉପରେ ଗୁରୁତ୍ୱ 

ଭୂବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବିଜେଡିର ‘ଓଡ଼ିଶା ମୋ ପରିବାର’ କାର୍ଯ୍ୟକ୍ରମର ପ୍ରଥମ ଆନୁଷ୍ଠାନିକ ବୈଠକ ନବୀନ ନିବାସରେ ଅନୁଷ୍ଠିତ ହୋଇଛି ।  ଏହି ବୈଠକରେ ମୁଖ୍ୟତଃ  ପରିବେଶ ସୁରକ୍ଷା, ରକ୍ତଦାନ ଏବଂ ପ୍ରବାସୀ ଓଡ଼ିଆଙ୍କ କଲ୍ୟାଣ ଉପରେ ଆଲୋଚନ ହୋଇଥିବା ଜଣାପଡିଛି । ସାଂସଦ ପିନାକୀ ମିଶ୍ରଙ୍କୁ ପରିବେଶ ସୁରକ୍ଷା ଓ ପ୍ଲାଷ୍ଟିକ୍‌ମୁକ୍ତ ଓଡ଼ିଶା କାର୍ଯ୍ୟକ୍ରମ ଦାୟିତ୍ୱ , ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ସ୍ୱାସ୍ଥ୍ୟସେବା ଓ ଜୀବନ ବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ ଦାୟିତ୍ୱ  ପାଇଁ  ଏବଂ ସେହିପରି   ପ୍ରବାସୀ ଓଡ଼ିଆଙ୍କ କଲ୍ୟାଣ ପାଇଁ ସଂସାଦ ଚନ୍ଦ୍ର ଶେଖର ସାହୁଙ୍କୁ ଦାୟିତ୍ୱ ଦିଆଯାଇଛି । ଏଯାବତ  ବିଜେଡିର ‘ଓଡ଼ିଶା ମୋ ପରିବାର’ର ସଦସ୍ୟତା ସଂଖ୍ୟା ୧ଲକ୍ଷ ହୋଇଥିବା ଏହାର ଆବାହକ ଅରୂପ ପଟ୍ଟନାୟକ ସୂଚନା ଦେଇଛନ୍ତି । 

0
0
0
s2sdefault