ହେଡଲାଇନସ୍:

କଲେଜ ହତାରେ ଭାଲୁ ପଲ : ଆଶଙ୍କାରେ ପିଲା ଓ କର୍ମଚାରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡ଼ା,(ଅମିତ ପୁରୋହିତ); ନୂଆପଡ଼ା ଜିଲ୍ଲା ସଦର ମହକୁମାରେ ଥିବା ନ୍ୟାସନାଲ କଲେଜ ହତାରେ  ୩ଟି ବଣୁଆ ଭାଲୁ ବୁଲୁ ଥିବାର ଦେଖାଇଯାଇଥିଲା । ଏହା କଲେଜ କର୍ମଚାରୀମାନଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଥିଲା । ନୂଆପଡ଼ା ସହରକୁ ଲାଗି ରହିଛି ସୁନାବେଡା ଅଭୟାରଣ୍ୟ ଏବଂ ଭାଲୁର ଗଡ କୁହାଯାଉଥିବା ସାଲିହା ଜଙ୍ଗଲ । ଏହି ଜଙ୍ଗଲ ଇଲାକାରେ ବେନିୟମ ଭାବେ କ୍ରସର ଖୋଲାଯାଇ ପଥର ବ୍ଲାଷ୍ଟିଂ କରାଯାଉଛି ଓ ପଥର ଚୋରା ଚାଲାଣ କରାଯାଉଥିବାର ବାରମ୍ବାର ଅଭିଯୋଗ ହେଉଅଛି । ଏପରି ପଥର ବ୍ଲାଷ୍ଟିଂ ଯୋଗୁଁ ଜଙ୍ଗଲି ଭାଲୁ ଆତଙ୍କିତ ହୋଇ ସାହାରାଭିମୁଖୀ ହେଉଛନ୍ତି । । ଏହାର ନଜିର ନେସନାଲ କଲେଜରେ ଦେଖିବାକୁ ମିଳିଛି । ଗତ କାଲି କଲେଜ କ୍ୟାମ୍ପସକୁ ଅପରାହ୍ନରେ ୩ ଗୋଟି ଭାଲୁ ଚାଲିଆସିିଥିଲେ । ଏମାନେ କ୍ୟାମ୍ପସରେ ଥିବା ଅଡିଟରିୟମ ସାମନାରେ ଥିବା ପଡିଆରେ ସନ୍ଧ୍ୟା ପର୍ଯ୍ୟନ୍ତ  ବୁଲୁଥିବାର ଦେଖା ଯାଇଥିଲା । ଏମାନଙ୍କୁ ଦେଖି ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଛାତ୍ରାଛାତ୍ରୀ ଆତଙ୍କିତ ହୋଇ ପଡିଥିଲେ । ଏ ନେଇ ବନ୍ୟପ୍ରାଣୀ ବିଭାଗକୁ ଯୋଗାଯୋଗ କରିବାରୁ ସେମାନେ ଆସି ଭାଲୁ ଗୁଡିଙ୍କୁ ଘଉଡାଇବାର ବ୍ୟବସ୍ଥା କରିଥିଲେ । ଭାଲୁ ମାନଙ୍କ ଅବାଧ ପ୍ରବେଶ କଲେଜ କର୍ମଚାରୀ, ଅଧ୍ୟାପକ ଓ ପିଲାମାନଙ୍କ ମନରେ ଛନକା ଓ ଆଶଙ୍କା ପୁରାଇ ଦେଇଛି | ଆଉ ଯେତେବେଳେ ପୁଣି ହଠାତ ଆସିଯିବେନି ତ ଭାଲୁ |  ଅନ୍ୟପକ୍ଷେ ପଥର ବ୍ଲାଷ୍ଟିଂ ଉପରେ ପ୍ରଶାସନ ଅଙ୍କୁଶ ଲଗାଇବାର ଜରୁରୀ ବୋଲି ବୁଦ୍ଧିଜିବୀ ମହଲରେ ଦାବୀ ହେଉଛି  । 

0
0
0
s2sdefault