ହେଡଲାଇନସ୍:

ସରକାରଙ୍କ ହଜାରେ ଯୋଜନା ପ୍ରତି ଉପହାସ :  ଥମୁନି ଦାଦନ ଚାଲାଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୪ ଦାଦନ ଶ୍ରମିକ ଉଦ୍ଧାର, ଦଲାଲ ଗିରଫ

ନୂଆପଡ଼ା,(ଅମିତ ପୁରୋହିତ) : ଲୋକଙ୍କ ପାଇଁ ସରକାର ହଜାରେ ଯୋଜନା କରିଛନ୍ତି | ହେଲେ ଲୋକଙ୍କ ପାଖରେ ଯୋଜନାର ସୁଫଳ ଏମିତି ପହଂଚିଛି ବା ଲୋକଙ୍କ ରୋଜଗାର ଏମିତି ବଢିଛି ଯେ ଲୋକ ବାଧ୍ୟ ହୋଇ ପେଟ ପାଟଣା ପାଇଁ ଦାଦନ ଖଟିବାକୁ ଯାଉଛନ୍ତି | ଆଉ ସବୁଠାରୁ ଦୁଃଖର କଥା ଆଉ କେଉଁ ଜିଲ୍ଲାରେ ସ୍ଥିତି କଣ, ହେଲେ ସୀମାନ୍ତ ବର୍ତ୍ତୀ ଜିଲ୍ଲା ନୂଆପଡାରେ କିନ୍ତୁ ନିଇତି ପ୍ରତିଦିନ ଦାଦନ ଯାଉଛନ୍ତି ଲୋକେ | 

 ଲଗାତାର ଭାବେ ଦାଦନ ଶ୍ରମି ଚାଲାଣ ବେଳେ ଉଦ୍ଧାର ପ୍ରକ୍ରିୟା ଜାରି ରହିଥିବା ବେଳେ ନଗଦ ନଗଦ  ନୂଆପଡ଼ା ଜିଲ୍ଲା ଲଖନା ଥାନା ପୁଲିସ ଦାଦନ ଚାଲାଣ ବେଳେ ୪ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି ।  ଏହାସହ ବେଆଇନ ଦାଦନ ଚାଲାଣ  ଅଭିଯୋଗରେ ଲଖନା ଥାନା ଡୋଙ୍ଗରପଡାର ଶ୍ରମିକ ଦଲାଲ ରଂଜିତ ବାଗ (୨୩) କୁ ଗିରଫ କରିଛି । ଲଖନା ଅଂଚଳରେ କାମଧନ୍ଦା ଅଭାବରୁ ପ୍ରତିବର୍ଷ ରାଜ୍ୟ ବାହାରକୁ ଶତାଧିକ ଲୋକ ଦାଦନ ଖଟିବାକୁ ଯାଇଥାନ୍ତି ।  ମଧ୍ୟାହ୍ନରେ ଲଖନା ଥାନା ମୁରଲିବାହାଲି ଗାଁର ସୁବଳ ବାଗ (୫୮), ସ୍ତ୍ରୀ ଶ୍ୟାମା ବାଗ (୫୫), ହରେକୃଷ୍ଣ ସୁନା(୪୫), ସ୍ତ୍ରୀ ଚମ୍ପା ସୁନା (୪୦) ପ୍ରମୁଖ ୪ ଜଣ ଦାଦନ ଶ୍ରମିକ ଡୋଙ୍ଗରପଡାର ଶ୍ରମିକ ଦଲାଲ ରଂଜିତଙ୍କ ଜରିଆରେ ରାଜ୍ୟ ବାହାରକୁ ଦାଦନ ଖଟି ଯିବାକୁ ବାହାରିଥିଲେ । ଦାନଦ ଦଲାଲ ଶ୍ରମିକମାନଙ୍କୁ କୁରୁମପୁରିରୁ ବସ୍ରେ ବସାଇ ରାୟପୁର ନେବାକୁ ଯୋଜନା କରିଥିଲେ । ସେଠାରୁ ଟ୍ରେନ ଯୋଗେ ଆନ୍ଧ୍ରପ୍ରଦେଶ ୱାରଙ୍ଗଲ ଜିଲ୍ଲାକୁ ଚାଲାଣ କରିବାକୁ ସ୍ଥିର କରିଥିଲେ । ମଧ୍ୟାହ୍ନରେ ଦାଦନ ଶ୍ରମିକମାନେ କୁରୁମପୁରି ଛକ ନିକଟରେ ବସ୍କୁ ଅପେକ୍ଷା କରିଥିଲେ । ଲଖନା ପୁଲିସ କୌଣସି ସୂତ୍ରରୁ ଖବର ପାଇ ଆଇଆଇସି ତପନ ଦାସଙ୍କ ନେତୃତ୍ୱରେ ଏକ ପୁଲିସ ଟିମ କୁରୁମପୁରି ବସ ଷ୍ଟାଣ୍ଡରେ ଚଢଉ କରିଥିଲେ । ସେଠାରେ ୪ଦାଦନ ଶ୍ରମିକଙ୍କୁ ଉଦ୍ଧାର କରି ବେଆଇନ ଶ୍ରମିକ ଚାଲାଣ ଅଭିଯୋଗରେ ଦଲାଲ ରଂଜିତକୁ ଗିରଫ କରିଥିଲେ ।  ଅଧିକ ତଦନ୍ତ କରି ଶ୍ରମିକମାନଙ୍କୁ ତାଙ୍କ ଗାଁରୁ ପଠାଇ ଦେଇଥିବା ବେଳେ ରଂଜିତଙ୍କୁ କୋର୍ଟଚାଲାଣ କରିଛି । ତେବେ ରଂଜିତର ଜାମିନ ନାମଞୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ଲଖନା ଆଇଆଇସି ତପନ ଦାସ ସୂଚନା ଦେଇଛନ୍ତି ।   

0
0
0
s2sdefault