ହେଡଲାଇନସ୍:

ଅନ୍ତଃରାଜ୍ୟ ହକି ଟୁର୍ଣ୍ଣାମେଣ୍ଟ ଉଦଘାଟିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର   ଗିନ୍ଦିରଲାମାଲ ଖେଳପଡିଆ ରେ ଉଲୁଣ୍ଡା ଯୁବ ମହାସଂଘ ଓ ଆଦିବାସୀ ବିକାଶ କ୍ଳବ ଗିନ୍ଦିରଲାମାଲ ର ମିଳିତ ଆନୁକୂଲ୍ୟରେ ଆଜି ଅନ୍ତରାଜ୍ୟ ହକି ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟ ଓ ରାଜ୍ଯ ବାହାରୁ ମୋଟ ୩୨ ଗୋଟି ଦଲ ଯୋଗଦେବାର କାର୍ଯ୍ୟକ୍ରମ ରହିଅଛି । ଆଜିର ଉଦଘାଟନି ମ୍ୟାଚରେ ସମ୍ବଲପୁର ରାଣପାଲ ଓ ବୁଢୀଝରଣ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୩-୧ ଗୋଳ ରେ ରାଣପାଲ ବିଜୟ ହୋଇଥିଲା । ଦ୍ବିତୀୟ ମ୍ୟାଚ ରେ  ସୁନ୍ଦରଗଡ ଦୁର୍ଗାତି ଓ ଯୁଜୋମୁରା ମଧ୍ୟରେ ଖେଳ ହୋଇଥିବା ବେଳେ ୨-୧ ଗୋଳରେ ଯୁଜୋମୁରା ବିଜୟ ହୋଇଥିଲା । ଅପରାହ୍ନରେ ତୃତୀୟ ମ୍ୟାଚରେ ଆୟୋଜକ ଗିନ୍ଦିରଲାମାଲ ଓ ଦାବପାଲ ହୋଇଥିଲା । ଏହି ମ୍ୟାଚରେ ଗିନ୍ଦିରଲାମାଲ ଦଳ ୧-୦ ଗୋଳରେ ବିଜୟ ହାସଲ କରିଥିଲେ । ପୁରସ୍କାର ବିତରଣ ଉତ୍ସବରେ ମୁଖ୍ଯ ଅତିଥି ଭାବେ ଉଲୁଣ୍ଡା ଯୁବ ମହାସଂଘ ର ସଭାପତି ପ୍ରମୋଦ ପଧାନ ଙ୍କ ସହ ଅନ୍ଯାନ୍ଯ ଅତିଥି ଗଣ ଯୋଗ ଦେଇଥିଲେ । ଜୋହାନ ବାଲ୍ମା, ଗୁଲସନ ହରୋ, ଫନସିସ ଟପ୍ନୋ ଓ ନୁଆଁସ ବାଲ୍ମା ଖେଳ ପରିଚାଳନା କରିଥିଲେ ।

0
0
0
s2sdefault