ହେଡଲାଇନସ୍:

କି ପ୍ରଗାଢ ବିଶ୍ବାସ :  "ଯିଏ ଏହି କୂଅରେ ପକାଇଛନ୍ତି ସେ ହିଁ ଉଦ୍ଧାର କରିବେ"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଆସ ବୁଲି ଯିବା , ଭୀମଭୋଇଙ୍କ ସୃତିପୀଠ କନ୍ଧରା 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ରେ ଆଉ ଏକ ପବିତ୍ର ପୀଠ ହେଉଛି କନ୍ଧରା I ସନ୍ଥ କବି ଭୀମ ଭୋଇଙ୍କ ପାଇଁ ପ୍ରସିଦ୍ଧ କନ୍ଧରା I ମହିମା ଧର୍ମର ପ୍ରବକ୍ତା ଭାବେ ସନ୍ଥ କବି ଭୀମ ଭୋଇ ସାରା ବିଶ୍ୱରେ ବେଶ୍ ସୁପରିଚିତ I ଭୀମ ଭୋଇଙ୍କ ଜନ୍ମ ସ୍ଥାନକୁ ନେଇ ଏବେ ବି ବିବାଦ ରହିଛ I ସନ୍ଥ କବି ଙ୍କ ଜନ୍ମ ଭୂମିକୁ ନେଇ ବିଭିନ୍ନ ଲୋକେ ଭିନ୍ନ ଭିନ୍ନ ମତ ଦିଅନ୍ତି I କିନ୍ତୁ ଭୀମ ଭୋଇଙ୍କ ପାଇଁ ଆଜି ରେଢାଖୋଲ କୁ ସମସ୍ତେ ଜାଣନ୍ତି I ରେଢାଖୋଲ ଠାରୁ ବୌଦ୍ଧ ଜିଲ୍ଲା କୁ ଯିବା ରାସ୍ତାରେ  ୨୦ କିଲୋମିଟର ଗଲେ ପଡେ 'କନ୍ଧରା ' ଗାଁ I ଏହି ଗାଁ ସହିତ ଯୋଡି ହୋଇରହିଛି ସନ୍ଥ କବିଙ୍କ ଜୀବନର ବହୁ ସଜଳ ସୃତି I ଭୀମ ଭୋଇଙ୍କ ଜୀବନର ଏକ ରୋମାଞ୍ଚକର ଘଟଣା ଲୋକ ମୁଖରୁ ଶୁଣିବାକୁ ମିଳେ I ଏକଦା ଭୀମ ଭୋଇ ଗାଇ ଚରାଉ ଥିବା ସମୟରେ ସେଠାରେ ଥିବା ଏକ କୂଅରେ ପଡିଯାଇଥିଲେ I ଏହି ଖବର ପାଇ ଗ୍ରାମବାସୀ ଘଟଣା ସ୍ଥଳକୁ ଧଇଁ ଯାଇଥିଲେ I ଆଉ କବିଙ୍କୁ କୂଅ ମଧ୍ୟରୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲେ I କିନ୍ତୁ କବି ସେମାନଙ୍କୁ ବାରଣ କରିଥିଲେ I ଯିଏ ତାଙ୍କୁ ଏହି କୂଅରେ ପକାଇଛନ୍ତି ସେ ହିଁ ତାଙ୍କୁ ଉଦ୍ଧାର କରିବେ ବୋଲି କହିଥିଲେ I  ସତକୁ ସତ କିଛି ସମୟ ପରେ ମହିମା ସ୍ୱାମୀ ତାଙ୍କୁ ସେଇ କୂଅରୁ ଉଦ୍ଧାର କରିଥିଲେ I ସେଇ କୂଅଟି ଏବେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି I ରେଢାଖୋଲ ରୁ ବୌଦ୍ଧ ଯିବା ରାସ୍ତାରେ ରହିଛି ଏହି କୂଅ ଟି I ବସ୍ ରେ ଯାଉଥିବା ଯେ କୌଣସି ଯାତ୍ରୀ ଙ୍କ ନଜର ନିଶ୍ଚୟ ପଡିବ ସେହି କୂଅ ପଟେ I କନ୍ଧରା ର ଏହି କୂଅର ଦକ୍ଷିଣ ପାର୍ଶ୍ୱରେ ରହିଛି ଡିମ୍ବିରି ବଣ I ଏହି ଡିମ୍ବିରି ବଣ ରେ ରାତିରେ ଧୂନି ଜାଳି ଭୀମ ଭୋଇ ଶୋଉଥିଲେ ବୋଲି ସେଠାକାର ଲୋକେ କହନ୍ତି I ସେହି ଆଖ ପାଖ ଜଙ୍ଗଲରେ ଗାଇ ଚରାଇ ଭୀମଭୋଇ ନିଜର ଗୁଜୁରାଣ ମେଣ୍ଟାଉ ଥିଲେ I ଆଉ ଶୋଷ ହେଲେ ପାଖ ନଦୀରୁ ପାଣି ପିଇ ତୃଷା ମେଣ୍ଟାଉ ଥିଲେ I ସେଇ କଥାକୁ ନେଇ ଭୀମ ଭୋଇ ଏକ କବିତା ବର୍ଣ୍ଣନା କରିଛନ୍ତି ,

” ବୁଲୁ ଥାଇ ବନେ ନିତି ପ୍ରତିଦିନେ ବସାକୁ ସଙ୍ଗତେ ଘେନି 

କ୍ଷୁଧାତୃଷା କଲେ ଜୀବନ ବିକଳେ ପିଉଥାଇ ନଦୀ ପାଣି “ 

ଭୀମଭୋଇ ଙ୍କ ସଂପର୍କରେ ଏପରି ଅନେକ କଥା ଶୁଣିବାକୁ ମିଳେ I ଏପରିକି କବି ତାଙ୍କ କବିତାରେ ମଧ୍ୟ ନିଜ ଜୀବନ ସମ୍ପର୍କରେ ଅନେକ କଥା ଉଲ୍ଲେଖ କରିଛନ୍ତି | 

ଅଉ ମଧ୍ୟ ଲେଖିଛନ୍ତି ,

“ ଯହିଁ ଇଛା ତହିଁ ପରିହାସ କରି ଭୀମଭୋଇ କନ୍ଧ ବୋଲି 

ପାଦଧୂଆଁ ଜଳ ପିଆଇଲା ବୋଲି ସର୍ବେ ଦେଉଛନ୍ତି ଗାଳି” 

କନ୍ଧରାରେ ରହିଛି ମହିମା ସ୍ୱାମୀଙ୍କ ଏକ ଆଶ୍ରମ I ଏବେବି ସେଠାରେ କିଛି ମହିମା ଧର୍ମାବଲମ୍ବୀ ରୁହନ୍ତି I 

ସନ୍ଥ କବି ଭୀମଭୋଇ ଙ୍କ ଜୟନ୍ତୀ , ଶ୍ରାଦ୍ଧ ଦିବସରେ କନ୍ଧରା ହୋଇଉଠେ ଉତ୍ସବ ମୁଖର I ଓଡିଶା ର ପର୍ଯ୍ୟଟନ ମାନଚିତ୍ରରେ କନ୍ଧରା ର ସ୍ଥାନ ସ୍ୱତନ୍ତ୍ର I

 

0
0
0
s2sdefault