ହେଡଲାଇନସ୍:

ଜାତୀୟ ସେବା ଯୋଜନା ସ୍ୱତନ୍ତ୍ର ଶିବିର ଉଦଯାପିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୋମନା (ଭାଗିରଥି ଭୋଇ)- ନୂଆପଡା ଜିଲ୍ଲା କୋମନାସ୍ଥିତ  ପଂଚାତୟ ସମିତି  ଡିଗ୍ରୀ କଲେଜର ଜାତୀୟ ସେବା ସ୍ୱତନ୍ତ୍ର ଶିବିର ଉଦଯାପିତ ହୋଇଯାଇଛି । କୋମନା ବ୍ଲକ କ୍ରିଷ୍ଣା ଗ୍ରାମର ଖଡିକାରପଡା ଠାରେ ଗତ ୭ ଦିନ ଧରି ଚାଲିଥିଲା ଏହି ଶିବିର । ଉଦ୍ଯାପନୀ ଦିବସରେ ମୁଖ୍ୟ ଅତିଥିଭାବରେ ଯୋଗ ଦେଇଥିଲେ କୋମନା ବନ୍ୟଜନ୍ତୁ ବନପାଳ ସଞ୍ଜୀବ ବନଗୋଲା, କଲେଜ  ଅଧ୍ୟକ୍ଷ ପ୍ରଭାସ କୁମାର ପଣ୍ଡା, ଅର୍ଥଶାସ୍ତ୍ର ଅଧ୍ୟାପକ ଫକୀର ଚରଣ ପାଢୀ, ସମାଜସେବୀ ହେମନ୍ତ କୁମାର କର, ପ୍ରୋଗ୍ରାମ ଅଫିସର ଦେବେନ୍ଦ୍ର କୁମାର ସୁନାନୀ ଓ ନଳିନୀକାନ୍ତୀ ସା । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା । ଓଡିଆ ବକ୍ତୃତାରେ ମାମାଶ୍ରୀ ଶବର ପ୍ରଥମ, ସୁନୀତା କୁମ୍ଭାର ଦ୍ୱିତୀୟ, ପ୍ରତିଭା ପାଣ୍ଡେ ତୃତୀୟ । ଶ୍ରେଷ୍ଠ ବାଳକ ସ୍ୱଚ୍ଛାସେବୀ ଭାବରେ ଡୋଳାମଣୀ ଭୋଇ ଓ ବାଳିକା ମଧ୍ୟରେ ପ୍ରତିଭା ପାଣ୍ଡେଙ୍କୁ ପୁରସ୍କୃତ କରାଯାଇଥିଲା । କୁଇଜ୍ ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ ସମଲେଶ୍ୱରୀ ଦଳ । ଶିବିର ବିଭିନ୍ନ ସମୟରେ ରାଜନୀତି ବିଜ୍ଞାନ ଅଧ୍ୟାପକ ଜିତେନ୍ଦ୍ର ସୁନା, ନୂଆପଡା ଜିୁଲ୍ଲାର ବିଶିଷ୍ଟ ଆଇନଜୀବୀ  ପ୍ରସନ୍ନ କୁମାର ପାଢୀ, ଝଗ୍ରାହୀ ଗ୍ରାମ ପଂଚାୟତ ର କୃଷି ଅଧିକାରୀ ଗଉରୀ ନନ୍ଦ, ବୋର୍ଡା କଳେଜ ଅଧ୍ୟାପକ ଧିରେନ୍ଦ୍ର କୁମାର ନିଆଳ ପ୍ରମୂଖ ଆସି ସ୍ୱଚ୍ଛାସେବୀମାନଙ୍କୁ ଉଦବୋଧନ ଦେଇଥିଲେ  । କମ୍ପୁ୍ୟଟର ଶିକ୍ଷା ଉପରେ ଭାଗିରଥି ଭୋଇ ଓ ତ୍ରିନାଥ ରଣା ତାଲିମ  ଦେଇଥିବା ବେଲେ ପୂର୍ବ ସ୍ବେଛାସେବୀ  ଗୁଡୁ, କାର୍ତିକ,ବଲବନ୍ତ,ଭବାନୀ, ସନ୍ତୋଷ, ମୁଜୀବ, ହର, ପ୍ରଶାନ୍ତ, ସିବୁ, ପିନ ପ୍ରମୂଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ  । ସ୍ୱଚ୍ଛ ଭାରତ, ସଫେଇ, ଶିକ୍ଷା, ଶୋଷଣ, ସ୍ୱା୍ସ୍ଥ୍ୟ, ବନୀକରଣ ବିଷୟରେ ଲୋକଙ୍କୁ ସଚେତନ କରାଯାଇଥିଲା । ଦେବେନ୍ଦ୍ର ସୁନାନୀ ରିପୋର୍ଟ ଉପସ୍ଥାପନ କରିଥିବା ବେଳେ  ନଳିନୀକାନ୍ତୀ ସା ଧନ୍ୟବାଦ ଅର୍ପଣ କରିଥିଲେ । 

 

 

0
0
0
s2sdefault