ଦରଶୁଣା ହେଲା ଲୋକଙ୍କ ଗୁହାରି, ନିରାଶ ହୋଇ ଲୋକ ଗଲେ ଫେରି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ନୟାଗଡ଼ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର 

ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରୁ ବହୁ ହିତାଧିକାରୀ ବାଦ୍ ନେଇ ଜନ ଅସନ୍ତୋଷ

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର)  : ନୟାଗଡ ଜିଲ୍ଲାପାଳ ଡ. ପୋମା ଟୁଡୁ ଏବଂ ଏସ୍ ପି ଶଶୀଭୁଷଣ ଶତପଥିଙ୍କ ଉପସ୍ଥିତିରେ ଓଡଗାଁ ବ୍ଲକ ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର ବ୍ଳକ ପରିସରରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ ଜିଲ୍ଲପାଳଙ୍କ ଜନଶୁଣାଣି ଶିବିରରେ ବିଭିନ୍ନ ପଂଚାୟତରୁ ବହୁ ସଂଖ୍ୟାରେ ଅଭିଯୋଗକାରୀ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଥିଲା । ପଂଞ୍ଜିକୃତ କୋଇଥିବା ୫୮ ଅଭିଯୋଗ ମଧ୍ୟରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ), ବିଜୁ ପକାଘର ଯୋଜନା, ଭତ୍ତା , ରାସନକାର୍ଡ ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ  ୪୬ଟି ଅଭିଯୋଗ ହୋଇଥିଲା । ୯ଟି ଗ୍ରାମ ସମସ୍ୟା ସହିତ  ଚିକିତ୍ସା ସହାୟତା ପାଇଁ ୩ଟି ଅଭିଯୋଗ ମଧ୍ୟରୁ ଜଣେ ବ୍ୟକ୍ତିଙ୍କୁ ତୁରନ୍ତ ୪ ହଜାର ଟଙ୍କାର ଅର୍ଥ ସହାୟତା ପ୍ରଦାନ କରାଯାଇଥିଲା ।  ତେବେ ନୟାଗଡ଼ ଜିଲ୍ଲାର ୮ଟି ବ୍ଲକ ମଧ୍ୟରୁ ଓଡ଼ଗାଁ ବ୍ଲକରେ ସର୍ବେକ୍ଷଣ ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ହିତାଧିକାରୀ ବାଦ ପଡ଼ିଥିବା କାରଣକୁ ନେଇ ଆଜି ବହୁ ସଂଖ୍ୟକ ଅଭିଯୋଗ ହୋଇଥିଲା । ଏବଂ ବାଦ ପଡିବା  କଥାର କାରଣ ସମ୍ପର୍କରେ ହିତାଧିକାରୀମାନେ ଜାଣିବାକୁ ଚେଷ୍ଟା କରିଥିବା ବେଳେ ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ  ଜିଲ୍ଲାପାଳ ଶିବିର ଅଧାରୁ ଚାଲିଯାଇଥିଲେ । ଫଳରେ ହିତାଧିକାରୀଙ୍କ ସମସ୍ୟା ସିଧାସଳଖ ଭାବେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିପାରିନଥିବାରୁ ଅଭିଯୋଗକାରୀମାନଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ିଥିଲା । ଏହି ଶିବିରରେ ନୟାଗଡ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ  ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ସ୍ୱାତୀଲେଖା ଦାସ, ଚିକିତ୍ସା ବିଭାଗ, ଶିକ୍ଷା, କୃଷି, ମତ୍ସ୍ୟ , କୃଷିଉଦ୍ୟାନ, ପ୍ରାଣୀ, ଜଳବିଭାଜିକା, ଜଳସେଚନ, କ୍ଷୁଦ୍ରଜଳସେଚନ, ସାମାଜିକ ସୁରକ୍ଷା, ସାଧାରଣ ବଂଟନ, ଶ୍ରମ, ବିଦ୍ୟୁତ, ଜଙ୍ଗଲ ଓ ଅନ୍ୟାନ୍ୟ ବିଭାଗର ଜିଲ୍ଲା ଅଧିକାରୀମାନେ ଯୋଗଦେଇଥିଲେ ।  

0
0
0
s2sdefault