ହେଡଲାଇନସ୍:

ବଳାଙ୍ଗୀ ମହୋତ୍ସବ କମିଟି ପକ୍ଷରୁ ବନ୍ଧୁମିଳନ ଓ ପ୍ରସ୍ତୁତି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା (ଦିଲ୍ଲୀପ ମହାନ୍ତି )-  ମୟୂରଭଞ୍ଜ ଜିଲ୍ଲାରେ ଅବଲୁପ୍ତ ପ୍ରାୟ ଭାଷା-ସାହିତ୍ୟ, କଳା ଓ ସଂସ୍କୃତି ସହ ପର୍ଯ୍ୟଟନ ଆଦି କ୍ଷେତ୍ରରେ ବିକାଶ ଆଣିବା ନିମନ୍ତେ  ବାରିପଦା ପୌରପରିଷଦ ଉପକଣ୍ଠସ୍ଥି  ବୁଢା ବଳଙ୍ଗ , ଚିପଟ ଓ ଇଟାଯୋଡି ନଦୀର ସଂଗମ ସ୍ଥଳରେ ୨୦୦୩ରୁ ଓଡିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ଅବସରରେ ପାଳିତ ହୋଇ ଆସୁଥିବା ମୟୂରଭଞ୍ଜ ବାଲିମେଳା ବଳାଙ୍ଗୀ ମହୋତ୍ସବର ଏକ ବନ୍ଧୁମିଳନ ଓ ପ୍ରସ୍ତୁତି ବୈଠକ ୧୮ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ   ମଞ୍ଚାବନ୍ଧା ଶାଳବଣ ପରିସରରେ ଅନୁଷ୍ଠିତ  ହୋଇଯାଇଛି ।

ଏହି ଅବସରରେ ବଳାଙ୍ଗୀ ମହୋତ୍ସବର ସଭାପତି ତଥା ମୋରଡା ବିଧାୟକ ରାଜକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ପ୍ରତିଷ୍ଠା  ସମ୍ପାଦକ ଶରତ ଚନ୍ଦ୍ର ନାୟକ ବାର୍ଷିକ ବିବରଣୀ ପାଠ କରିବା ସହିତ ସଭା ପରିଚାଳନା କରିଥିଲେ । ସେହିପରି ମହୋତ୍ସବ କମିଟିର ଚେୟାର ପର୍ଶନ ଆଇନଜୀବୀ  ଶ୍ରୀନିବାସ ପ୍ରଧାନ, ମୁଖ୍ୟ ଉପଦେଷ୍ଟା ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ, ଉପଦେଷ୍ଟା ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ, ସାମ୍ବାଦିକ ଡଃ ବିଜୟ କୁମାର ଅଗ୍ରୱାଲା, ଜିଲ୍ଲା ପରିଷଦ ସଦସ୍ୟ ବ୍ରଜ ମୋହନ ବେହେରା, ପଣ୍ଡିତ ଭାଗବତ ପଣ୍ଡା, ଅଧ୍ୟାପକ ସୁନୀଲ କୁମାର ଜେନା, ଡା. ସୁମିତ୍ରା ସୋରେନ, ସାମ୍ବାଦିକ କଲ୍ୟାଣ କୁମାର ସ୍ନିହା, କୃଷ୍ଣ ଚନ୍ଦ୍ର ଶତପଥୀ, ପରିତୋଷ ଦାସ, ନରେନ୍ଦ୍ର ମୋହନ ସେନାପତି, ପ୍ରଦୀପ କୁମାର ନାୟକ, ଜ୍ଞାନ ରଞ୍ଜନ ତ୍ରିପାଠୀ, ଉଦୟନାଥ ଜେନା, ଡ଼ ଅସୀମା ସାହୁ, ବିଜୟ କୁମାର ଦାଶ, ଗୋପାଳ ଚନ୍ଦ୍ର ସାଓ, ରାଜଲକ୍ଷ୍ମୀ ତ୍ରିପାଠୀ, ସାଗରିକା ମହାନ୍ତି, କବିତା ନନ୍ଦ, ତପସ୍ୱିନୀ ଦାଶ, ବୀଣାପାଣି ପଣ୍ଡା, ମୁର୍ଚ୍ଛନା ଦାସପଟ୍ଟନାୟକ,  ନୀରୋଜ କୁମାର ପୋଥାଳ, ଡଃ ଦୀନବନ୍ଧୁ ଭଞ୍ଜ ପ୍ରମୁଖ ୨୦୦ରୁ ଉର୍ଦ୍ଧ ସଦସ୍ୟ ସଦସ୍ୟାମାନେ  ବଳାଙ୍ଗୀ ମହୋତ୍ସବ -୨୦୨୦ ପ୍ରସ୍ତୁତି ବୈଠକ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।  ଆଗାମୀ ୧୮ ତମ ବଳାଙ୍ଗୀ ମହୋତ୍ସବ ଏପ୍ରିଲ ୧୩ ରୁୁ ଆରମ୍ଭ ହୋଇ ୧୭ ପର୍ଯ୍ୟନ୍ତ ୫ଦିନ ଧରି ବାରିପଦାର ବୁଢାରାଉଳ ମଠ ନିକଟ ବଳାଙ୍ଗୀ ତ୍ରିବେଣୀ ପୀଠଠାରେ ପାଳିତ ହେବାକୁ ଯାଉ ଥିବା ବେଳେ, ପ୍ରତିବର୍ଷ ଭଳି ଚଳିତ ଥର ମଧ୍ୟ ଆସନ୍ତା ମାର୍ଚ୍ଚ ୧୩ ରୁ ୧୫ ପର୍ଯ୍ୟନ୍ତ ୩ ଦିନ ସାଂସ୍କୃତିକ ଜାଗରଣ ଯାତ୍ରା (ବାଇକ ରେଲି) ଓ ମହାରାଜା ଶ୍ରୀରାମ ଚନ୍ଦ୍ର ଜ୍ୟୋତି ରଥ ସମଗ୍ର ମୟୂରଭଞ୍ଜ ଜିଲ୍ଲା ପରିକ୍ରମା କରିବ ବୋଲି ଜଣାଯାଇଛି । ସେହିପରି ନୃତ୍ୟ କଳାକାର ଚୟନ ପାଇଁ ଏପ୍ରିଲ ୫ ବାରିପଦାଠାରେ ମେଗା ଅଡିସନ ଅନୁଷ୍ଠିତ  ହେବ ବୋଲି କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଚଳିତ ବର୍ଷ ମେଳାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ଜିଲ୍ଲା ତଥା ରାଜ୍ୟର ଲୋକନୃତ୍ୟ ଟ୍ରପକୁ  ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ କରାଯିବା ସହିତ ବିଭିନ୍ନ ନୂତନ କାର୍ଯ୍ୟକ୍ରମମାନ ସାମିଲ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ଅବସରରେ ଜିଲ୍ଲାର ବିଭିନ୍ନ ସବଡିଭିଜନ ଅଂଚଳର ବଳାଙ୍ଗୀ ମହୋତ୍ସବ ସଦସ୍ୟ ସଦସ୍ୟାଙ୍କ ସହିତ ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନେଯୋଗଦେଇଥିବା ବେଳେ ବଳାଙ୍ଗୀ ସେନାର ସଭାପତି କୁମାରେଶ ନାୟକ, ସମ୍ପାଦକ ମିଥୁନ ବାରିକଙ୍କ ନେତୃତ୍ୱରେ ବଳାଙ୍ଗୀ ସେନାର ସମସ୍ତ ସଂସ୍କୃତି ସୈନିକମାନେ ସମସ୍ତ ପ୍ରକାର କାର୍ଯ୍ୟକ୍ରମରେ   ସହଯୋଗ କରିଥିଲେ |

0
0
0
s2sdefault