ହେଡଲାଇନସ୍:

ଓଡ଼ଗାଁ ରଘୁନାଥ ବିଦ୍ୟାପୀଠ ୧୯୮୩ ବ୍ୟାଚର  ବନ୍ଧୁମିଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ରଘୁନାଥ ବିଦ୍ୟାପୀଠ ଓଡ଼ଗାଁ ୧୯୮୩ ବ୍ୟାଚର ସ୍ଥାନୀୟ ବୁଢାବୁଢିଆଣୀ ପୀଠରେ ଅନୁଷ୍ଠିତ  ହୋଇଯାଇଛି । ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ବନ୍ଧୁମାନେ ଦୀର୍ଘ ୩୬ ବର୍ଷର ବ୍ୟବଧାନ ପରେ ଗୋଟିଏ ସ୍ଥାନରେ ସମ୍ମିଳୀତ ହୋଇ ଭାବର ଆଦାନ ପ୍ରଦାନ କରିଥିଲେ । ସମସ୍ତେ କିଛି ସମୟ ପାଇଁ ମାଟ୍ରିକ୍ ପରୀକ୍ଷା ଦେଇଥିବା ସମୟକୁ ଚାଲିଯାଇଥିଲେ । ଏବଂ ସ୍ମୃତିକୁ ସାଉଁଟିବା ବେଳେ ଭାବବିହ୍ୱଳ ହୋଇ ପଡିଥିଲେ ।  ପୁଣିଥରେ ଫେରି ଆସନ୍ତାକି ସେ ସମୟ ! ପରୋକ୍ଷରେ ହେଉ ବା ପ୍ରତ୍ୟକ୍ଷରେ ଏକ ସବୁଜ ସୁନ୍ଦର ସ୍ୱଚ୍ଛ ଓ ସୁସ୍ଥ ସମାଜ ଗଠନ ପାଇଁ ଆଜିର ସମ୍ମିଳନୀରେ ସାଥିମାନେ ସଙ୍କଳ୍ପ କରିଥିଲେ । ସଙ୍ଗଠନକୁ ସୁଦୃଢ କରି ତାକୁ ଉଜ୍ଜୀବିତ  ରଖିବା ସହିତ ପ୍ରତିବର୍ଷ ଏହି ସମୟରେ ବନ୍ଧୁ ମିଳନ ଆୟୋଜନ କରିବା ପାଇଁ ନିଷ୍ପତି ନେଇଥିଲେ ।   

 

0
0
0
s2sdefault