ଲକ୍ଷ ଲକ୍ଷ ଟଙ୍କାର ସାପ୍ତାହିକ ବଜାର ପିଣ୍ଡି ଖତ ଖାଉଛି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସାପ୍ତାହିକ ବଜାର ପିଣ୍ଡିକୁ କଲ୍ୟାଣ ମଣ୍ଡପ କରିବା ପାଇଁ ଦାବୀ ହେଉଛି

ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ  :-ରଙ୍ଗାଢ଼ିପା ଛକ ଉପରେ ନବନିର୍ମିତ ହେଉଥିବା ସାପ୍ତାହିକ ବଜାର ପାଇଁ ପୂର୍ବତନ ସୁନ୍ଦରଗଡ଼ ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମିନାଙ୍କ ସମୟରେ କେରଳରଜଣେ ଠିକାଦାରଙ୍କ ଦ୍ୱାରା ନିର୍ମିତ ହୋଇଥିବା ଡିଏମଏଫ ଟଙ୍କାର ବଜାର ପିଣ୍ଡି ଏବେ କୌଣସି କାମରେ ଆସୁନାହିଁ ବେପାରୀଙ୍କ କାମ ଆସୁନଥିବାରୁ ତାକୁ ଗରିବ ଜନସାଧାରଣଙ୍କ ପାଇଁ ପୌରପାଳିକା ପକ୍ଷରୁ କଲ୍ୟାଣ ମଣ୍ଡପ କରାଯାଉ ବୋଲି ଚର୍ଚ୍ଚା ଜୋର ଧରିଛି | ସୁନ୍ଦରଗଡ଼ ଜିଲ୍ଲାର ମୁଖ୍ୟ ରାସ୍ତା ଅବରୋଧ କରି ରଙ୍ଗାଢ଼ିପା ସାପ୍ତାହିକ ବଜାର ବହୁ ବର୍ଷଧରି ରାସ୍ତାରେ ରବିବାର ଏବଂ ବୁଧବାର ବସି ଆସୁଛି ତେଣୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ନଜିର ରହିଛି | ଏହି ରାସ୍ତା ଗୋଟିଏ ହିସାବରେ ଦେଖିବା ପାଇଁ ଗଲେ ଜିଲ୍ଲାର ପାଞ୍ଚ ଗୋଟି ବ୍ଲକର୍ ଜନସାଧାରଣ  ଏହି ରାସ୍ତାରେ ପ୍ରତ୍ୟେକ ଦିନ ଯିବା ଆସିବା କରିଥାନ୍ତି ଏବଂ ଏହି ରାସ୍ତା ଦେଇ ଗୋପାଳ ପୁର ବସୁନ୍ଧରା ମାଇନ୍ସ ,ଏନଟିପିସି, ଦୁଲିଙ୍ଗା କୋଇଲା ଖଣି, ପରି ବିଭିନ୍ନ ବଡ଼ ବଡ଼ କମ୍ପାନୀଙ୍କୁ ଯିବାଆସିବା ପାଇଁ ପ୍ରତ୍ୟେକ ଦିନ ୧୦ହଜାର ରୁ ଉର୍ଦ୍ଧ୍ବ ଜନସାଧାରଣ ଏବଂ କମ୍ପାନୀ କର୍ମଚାରୀ ମାନେ ଯିବା ଆସିବା ପାଇଁ ଜିଲ୍ଲାକୁ ଏହାହିଁ ଗୋଟିଏ ରାସ୍ତା ,୫ଗୋଟି ବ୍ଲକର୍ ଜନସାଧାରଣ ମଧ୍ୟ ସୁନ୍ଦରଗଡ଼ ଜିଲ୍ଲା ହେଡ଼ କୁଆଟର ର୍ ବିଭିନ୍ନ ଅଫିସ କିମ୍ବା କୌଣସି କାମରେ ସହରକୁ ଆସିବା ପାଇଁ ଏହି ରାସ୍ତା ହିଁ ଏକମାତ୍ର ବିକଳ୍ପ ତେଣୁ ଜିଲ୍ଲାର ଜନସାଧାରଣଙ୍କ ସୁବିଧା ସୁଯୋଗ ପାଇଁ ଏହି ମୁଖ୍ୟ ରାସ୍ତାରୁ ବଜାରକୁ  ହଟେଇ  ୪୦ ଲକ୍ଷଟଙ୍କା ପାଖାପାଖି ଡିଏମଏଫ ପାଣ୍ଠିରୁ ଖର୍ଚ୍ଚକରି ସାପ୍ତାହିକ ବଜାର କୁ ରାସ୍ତାରୁ ହଟାଇ ରଙ୍ଗାଢ଼ିପା ଛକ ଉପରେ ହିଁ ନୂତନ ବଜାର ପିଣ୍ଡି ତିଆରି କରାଗଲା ବିଭିନ୍ନ ଗ୍ରାମାଞ୍ଚଳରୁ ବିଭିନ୍ନ ପାଖ ପଡୋଶୀ ଜିଲ୍ଲାରୁ ବେପାରୀ ଆସି ଏହି ପିଣ୍ଡିରେ ଖରାବର୍ଷା ଦାଉରୁ ରକ୍ଷାପାଇ ନିଜ ବେପାର କରିବେ ଆଉ ମୁଖ୍ୟ ରାସ୍ତାକୁ ଯୋଉ ଅବରୋଧ କରି ରଖିଛନ୍ତି ତାହା ଜନସାଧାରଣ ପାଇଁ ଗମନାଗମନ ପାଇଁ ଅସୁବିଧା ନହଉ ତେଣୁ ଏହି ନୂତନ ବଜାର ପିଣ୍ଡିଟି ତିଆରି କରାଯାଇଥିଲା ହେଲେ ଅତ୍ୟନ୍ତ ଦୁର୍ଭାଗ୍ୟ ପୂର୍ଣ୍ଣ ବିଷୟ ଆଜିବି ସେଇ ପୁରୁଣା ନୀତି ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ମଧ୍ୟ ବେପାରୀ ରାସ୍ତାରେ ତେଣୁ ଜନସାଧାରଣ ପାଇଁ ଯେଉଁ ଅସୁବିଧା ଥିଲା ଆଜିବି ତାହା ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ମୁଖ୍ୟ ରାସ୍ତାକୁ ଅବରୋଧ କରି ବସିରହିଥିବା ବେପାରୀଙ୍କୁ ତୁରନ୍ତ ରାସ୍ତା ଉପରୁ ହଟେଇ ବଜାର ପିଣ୍ଡିରେ ବେପାର ବଣିଜ କରିବା ପାଇଁ ଜନସାଧାରଣ ଦାବୀ କରିଛନ୍ତି ନଚେତ ଏହି ନୂତନ ବଜାର ପିଣ୍ଡିକୁ ଗରିବ ଆଦିବାସୀ ଦଳିତ ଜନସାଧାରଣଙ୍କ ପାଇଁ କଲ୍ୟାଣ ମଣ୍ଡପ କରାଯାଉ ଯେଉଁ କଲ୍ୟାଣ ମଣ୍ଡପରେ ଗରିବ ଲୋକ କମ ପରିମାଣରେ ନିଜ ପୁଅଝିଅ ବିଭାହ, କିମ୍ବା କୌଣସି ଶୁଭ କାର୍ଯ୍ୟ ନିମନ୍ତେ ଲଗେଇ ପାରିବ ବୋଲି ଏବେ ବରିଷ୍ଠ ନାଗରିକ ,ଜିଲ୍ଲାର ସଚେତନ ନାଗରିକ ମାନେ ଦାବୀ କରୁଛନ୍ତି ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଧ୍ୟାନ ଦିଅନ୍ତୁ ବୋଲି ଜିଲାରେ ଏବେ ଚର୍ଚ୍ଚାର୍ ବିଷୟ ହୋଇଛି |

0
0
0
s2sdefault