ଟିଭି ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣା :ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ରାୟଗଡ ସାମ୍ବାଦିକମାନଙ୍କ ତରଫରୁ ସ୍ମାରକ ପତ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ(ସରୋଜ ସାହୁ ) ଗତ କାଲି ଶନିବାର ତା. ୨୮.୧୨.୨୦୧୯ ରିଖ ଦିନ ଭୂବନେଶ୍ୱର ଠାରେ ଥିବା (ଇଏସ ପ୍ଲାନେଡ) ସପିଙ୍ଗ ମଲରେ ଅର୍ଗୁସ ଟିଭିର ସାମ୍ବାଦିକା ସ୍ୱାତୀ ଜେନା ଓ ତାଙ୍କର ସହଯୋଗୀଙ୍କୁ ବେଆଇନ ପାର୍କିଙ୍ଗ ଫି ନେଇ ଖବର ସଂଗ୍ରହ କରୁଥିବା  ସମୟରେ ସପିଙ୍ଗ ମଲର ସେକୁ୍ୟରିଟି କର୍ମଚାରୀ ଓ ମଲର ଅନ୍ୟ କର୍ମଚାରୀ ମାନେ କରିଥିବା ମରଣାନ୍ତକ ଅକ୍ରମଣ ଘଟଣାର ପ୍ରତିବାଦରେ ଆଜି ରାୟଗଡ ସମ୍ବାଦିକଙ୍କ ତରଫରୁ ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ରାୟଗଡ ଆରକ୍ଷୀ ଅଧିକ୍ଷକ ଡଃ. ସର୍ବଣା ବିବେକ ଏମ ଙ୍କ ଜରୀଆରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଏହି ଭଲି କାର୍ଯ୍ୟରତ ମହିଳା ସାମ୍ବାଦିକାଙ୍କୁ ଖବର ସଂଗ୍ରହ ସମୟରେ ଆକ୍ରମଣ କରିବା ଓ ଆଶାଳୀନ ବ୍ୟବହାରକୁ ଦୃଢ ନିନ୍ଦା କରିବା ସହ ଏଥିରେ ସଂପୃକ୍ତ ଥିବା ଦୋଷୀ ବ୍ୟକ୍ତୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ  ନେବାକୁ ସମସ୍ତ ସାମ୍ବଦିକ ଦାବୀ କରିଥିଲେ । ବର୍ତମାନ ଓଡିଶାରେ ସମସ୍ତଙ୍କ ପାଇଁ ସବୁ ପ୍ରକାରର ଆଇନ ପ୍ରଣୟନ କରୁଥିବା ବେଳେ କର୍ତବ୍ୟରତ ସାମ୍ବାଦିକଙ୍କ ପାଇଁ କୌଣସି ଆଇନ ପ୍ରଣୟନ କରୁନଥିବାର ସୁଯୋଗ ନେଇ କିଛି ଖଳ ପ୍ରକୃତିର ଲୋକେ ବାରମ୍ବାର ଏ ଭଳି ଆକ୍ରମଣ କରୁଥିବା ନଜିର ରହିଛି । ତେଣୁ ସରକାର ଯଥା ଶିଘ୍ର ସାମ୍ବାଦିକ ମାନଙ୍କ ସୁରକ୍ଷା ନିମନ୍ତେ ଏକ କଠୋର ଆଇନର ପ୍ରଣୟନ କରିବା ପାଇଁ ଦାବୀ ହେଉଛି । ଏହି ସ୍ମାରକପତ୍ର ପ୍ରଦାନ ସମୟରେ ବରିଷ୍ଠ ସାମ୍ବଦିକ ବଦଲ କୁମାର ତା, ରଂଜନ ରଥ, ଗୋପାଳ ସିଂ ଅଧିକାରୀ, ରଶ୍ମୀରଂଜନ ଦୋରା, ରବୀନ୍ଦ୍ର ପାଟଖଣ୍ଡାଳ, ରାମଦାସ ଲିମା, ଗୋପରଂଜନ ବକ୍ସିପାତ୍ର, ଅଜୟ ରଥ ପ୍ରମୂଖ ଉପସ୍ଥିତ ଥିଲେ ।

 

0
0
0
s2sdefault