ଶୀତରେ ଥରଛୁ ବୀରମହାରାଜପୁର, ଅସହ୍ୟ ଜାଡରେ ଜନଜୀବନ ଅସ୍ତବ୍ୟସ୍ତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୀରମହାରାଜପୁର -  (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସମଗ୍ର ଦେଶରେ ଜାରି ରହିଥିବା ଶୀତ ଲହରୀ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ଅନୁଭୂତି ହେଉଥିବା ବେଳେ ଗତ କିଛି ଦିନ ହେବ ଏହାର ମାତ୍ରା ଯଥେଷ୍ଟ ବୃଦ୍ଧି ପାଇଛି । ଶୀତ ଯୋଗୁଁ ମଣିଷ ଅପେକ୍ଷା ପଶୁ ପକ୍ଷୀ ଅବସ୍ଥା ସଙ୍ଗିନୀ ହୋଇପଡିଛି । ଗରିବ ପରିବାରର ଲୋକେ ଶୀତରୁ ରକ୍ଷା ପାଇଁ କାଠ, କୁଟା ଜାଲି ନିଆଁ ଲଗେଇ ଉଷ୍ମତା ନେଉଥିବା ଦେଖିବାକୁ ମିଳିଛି । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ମଣିଷ ନିଜ ପାଇଁ ନିଆଁ ଜଳୁଥିବା ବେଳେ ବାହାରେ ବୁଲୁ ଥିବା ଗାଇ ଗୋରୁ ମଧ୍ଯ ଉଷ୍ମତା ପାଇଁ ନିଆଁ ପାଖ ଛାଡୁଥିବା ଦେଖିବାକୁ ମିଳିଛି । ଆଜି ସୁଦ୍ଧା ବୀରମହାରାଜାପୁର ଅଞ୍ଚଳରେ ୪.୦ ଡିଗ୍ରୀ ତଲେ ରହୁଥିବା ହେତୁ ବୟଷ୍କ ମାନଙ୍କ ନିମନ୍ତେ ଏହି ତାପମାତ୍ରା ବିପଦ ସୃଷ୍ଟି କରୁଛି । ସରକାରଙ୍କ ତରଫରୁ ବୃଦ୍ଧା ବୃଦ୍ଧି ମାନଙ୍କୁ ଓ ଅସାହ ପରିବାର ଲୋକଙ୍କୁ ଶୀତ ଦାଉରୁ ରକ୍ଷା ପାଇବା ନିମନ୍ତେ ଶୀତବସ୍ତ୍ର ବ୍ୟବସ୍ଥା କରାଯାଇ ନଥିବା ବେଳେ କିଛି ସମାଜସେବୀ  ନିଜସ୍ବ ଉଦ୍ୟମରେ ଶୀତବସ୍ତ୍ର ବଣ୍ଟନ କରିଥିଲେ ହେଁ ତାହା ସମୁଦ୍ରକୁ ଶଙ୍ଖେ ସଦୃଶ । ସାମାଜିକ ସୁରକ୍ଷା ନାଁରେ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଥିଲେ   ହେଁ  ଶୀତରୁ ରକ୍ଷା ପାଇବା ନିମନ୍ତେ ଶୀତବସ୍ତ୍ର ଟିଏ ଗରିବଙ୍କୁ ଯୋଗାଇ ଦେବା ନିମନ୍ତେ କୌଣସି ବ୍ୟବସ୍ଥା କରିନଥିବା ବେଶ୍ ଦୁର୍ଭାଗ୍ଯ ଜନକ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ପ୍ରବଲ ଶୀତ ଯୋଗୁଁ ଛାତ୍ରଛାତ୍ରୀମାନେ ସକାଳୁ ବାହାରକୁ ବାହରି ପାରୁନାହାନ୍ତି ଫଳରେ ଟିଉସନ ଯିବା ଆସିବା ବାରେ ବାଧା ସୃଷ୍ଟି ହେଉଛି ।  ଜନସାଧାରଣ ମଧ୍ଯ ଶୀତ ଦାଉରୁ  ସକଳ ୧୦ ପଯ୍ୟନ୍ତ ଘରୁ ବାହାରି ପାରୁନଥିବା ଦେଖିବାକୁ ମିଳିଛି । ଏପରିକି ବିଭିନ୍ନ ସ୍ଥାନରେ , ବସଷ୍ଟାଣ୍ଡ, ଛକମାନଙ୍କରେ   ବହୁ ଗୃହ ଶୂନ୍ଯ ଲୋକ ଯାଯାବର ଭଲି ବୁଲୁଥିବା ଲୋକମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ କେବଳ ସହରାଞ୍ଚଳ ରେ  ସେଲଟର ହୋମ ବ୍ୟବସ୍ଥା ରହିଥିବାରୁ ବ୍ଲକ ଓ ପଞ୍ଚାୟତର ପ୍ରମୁଖ ସ୍ଥାନ ଗୁଡିକରେ ଏହି ଏହି ଯାଯାବର ପରିବାର ସେଲଟର ହୋମ ଅଭାବରୁ ବେଶ ଦୟନୀୟ ଭାବେ ପଡ଼ିରହିଥିବା ଦେଖିବାକୁ ମିଳୁଛି ।

0
0
0
s2sdefault