ହେଡଲାଇନସ୍:

କବିତାରେ କବିଙ୍କ ବାର୍ତ୍ତା ସମାଜ ମଙ୍ଗଳ ପାଇଁ ଅଭିପ୍ରେତ : ଜିଲ୍ଲାପାଳ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଚଇତି କବିତା ଆସର-୨୦୧୯  

ରାୟଗଡ(ସରୋଜ ସାହୁ) ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ସଦ୍ଭାବନା ସଭାଗୃହରେ ଚଇତି କବିତା ଆସର-୨୦୧୯ ଅନୁଷ୍ଠିତ ହୋଇଯାଇଛି । କବିତା ଆସରର ଉଦ୍ଘାଟନୀ ଉତ୍ସବରେ ରାୟଗଡ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆସରର ଶୁଭ ଉଦ୍ଘାଟନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ କବିମାନେ ହେଉଛନ୍ତି ଦିବ୍ୟଦ୍ରଷ୍ଟା । ତେଣୁ ସେମାନେ ସମାଜର ଦିଗ୍ଦର୍ଶକର ଭୂମିକା ନିଭାଇଥାନ୍ତି । କବିତା ମାଧ୍ୟମରେ ସେମାନେ ଯେଉଁ ବାର୍ତ୍ତା ଦେଇଥାନ୍ତି ତାହା ସମାଜର ମଙ୍ଗଳ ପାଇଁ ଅଭିପ୍ରେତ ହୋଇଥାଏ । ଏହି ଆସରରେ ଅତିଥି ଭାବରେ ଉପ-ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଟୁକୁ ବାରିକ୍, ଜିଲ୍ଲା ସଂସ୍କୃତି ପରିଷଦ ସଂଯୋଜକ ଡଃ.ଦୁଷ୍ମନ୍ତ କୁମାର ମହାନ୍ତି, ସହ ସଂଯୋଜକ ରମେଶ ଲିମା, ଜିଲ୍ଲା ସଂସ୍କୃତି ଅଧିକାରୀ ବସନ୍ତ କୁମାର ପ୍ରଧାନ ଯୋଗ ଦେଇଥିଲେ । ଆବାହକ ସୁଶାନ୍ତ କୁମାର ନାୟକ ସଭା ପରିଚାଳନା କରିଥିଲେ । 

ଏହାପରେ କବିତା ପାଠୋତ୍ସବ ଅନୁଷ୍ଠିତ  ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ରିତ ଋତୁରାଜ ଏବଂ ସମ୍ମାନିତ ଅତିଥି ଭାବେ ବାସୁଦେବ ପାତ୍ର ଏବଂ ଡମ୍ବରୁଧର ପଟ୍ଟନାୟକ ଯୋଗ ଦେଇଥିଲେ । କବିତା ଆସରର ସଂଯୋଜନା କରିଥିଲେ କବି ପ୍ରଫୁଲ୍ଲ ଚନ୍ଦ୍ର ପାଢୀ, କବି ଶ୍ରୀଧର ପଟ୍ଟନାୟକ, କବି ଉତ୍ତମ  ଦାସ ତଥା ଉପସ୍ଥାପିକା ସୁନୀତା ପଣ୍ଡା । ବିଶେଷ ଅତିଥି ଭାବେ ଏହି ଆସରରେ ଯୋଗ ଦେଇଥିଲେ ଅପୂର୍ବା ପତ୍ରିକାର ସଂପାଦକ କ୍ଷୀରୋଦ ପତି, କାବ୍ୟଲୋକ ପତ୍ରିକାର ସଂପାଦକ ଭିକାରୀ ଧଳ, ବ୍ରହ୍ମପୁର ସାହିତ୍ୟ ପରିଷଦର ସଭାପତି ସୁଶାନ୍ତ ଦାଶ, କବି ଗୌର ଷଡଙ୍ଗୀ । ଏହି ମନୋରମ କବିତା ଆସରରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ଆସିଥିବା ଶତାଧିକ କବି କବୟତ୍ରୀ ସ୍ୱରଚିତ କବିତା ପାଠ କରି ଆସରକୁ ସାଫଲ୍ୟମଣ୍ଡିତ କରିଥିଲେ । 

0
0
0
s2sdefault