ହେଡଲାଇନସ୍:

କ୍ରିଷ୍ଣା କପ୍ କ୍ରିକେଟ: ଖଇରପାଲି ଫାଇନାଲରେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକ ପ୍ରଶାସକ) : ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡିଆ ରେ କେ.ସି.ସି. ଦ୍ଵାରା ଆୟୋଜିତ ୧୮ତମ କ୍ରିଷ୍ଣା କପ୍ କ୍ରିକେଟ ର ପଞ୍ଚମ ଦିନରେ ବୁଧାପାଲି କୁ ହରାଇ ଖଇରପାଲି ଦଳ ଫାଇନାଲରେ ପ୍ରବେଶ କରିଛି। ସେମିଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି  ବୁଧାପାଲି ଦଳ ନିର୍ଦ୍ଧାରିତ ୧୦ ଓଭରରେ ୩ ଉଇକେଟ ହରାଇ ୧୦୮ ରନ ସଂଗ୍ରହ କରିଥିଲେ। ଏହାର ଜବାବ ରେ ଖଇରପାଲି ଦଳ ୯ ଓଭର ରେ ୩ ଉଇକେଟ ହରାଇ ‍‍‌‌୧୧୧ ରନ ସଂଗ୍ରହ କରି ବିଜୟୀ ହୋଇଥିଲେ ।  ପୁରସ୍କାର ବିତରଣୀ ଉତ୍ସବ ରେ ଅତିଥି ମାଧବ ସାହୁ ଓ ଅକ୍ଷୟ ସାହୁ  ଖଇରପାଲି ଦଳର ଅର୍ଜୁନଙ୍କୁ କୁ ମେନ ଅଫ ଦି ମ୍ୟାଚ ଟ୍ରଫି ପ୍ରଦାନ କରିଥିଲେ। ଆଜିର ମ୍ୟାଚକୁ ଅମ୍ପାୟାର ଆଲୋକ ଓ ସନମ ପରିଚାଳନା କରିଥିଲେ ଏବଂ ଅମିତ ଓ ଅଙ୍କିତ ସ୍କୋରିଂ ଦାୟିତ୍ଵ ରେ ଥିଲେ। ଦେବାଶିଷ ପଣ୍ଡା ଓ  ଜୟ ପଟେଲ ଧାରାବିବରଣୀ ପ୍ରଦାନ କରିଥିଲେ। କେଶ, ସୁମିତ, କୁନୁ, ବାଦଲ ଓ ଆକାଶ ସହଯୋଗ କରିଥିଲେ।

0
0
0
s2sdefault