ହେଡଲାଇନସ୍:

ସମ୍ବେଦନଶୀଳ ପ୍ରସଙ୍ଗରେ ହୀନ ଅପପ୍ରଚାରରୁ କ୍ଷାନ୍ତ ରୁହନ୍ତୁ ପ୍ରଦୀପ : ଦାସବର୍ମା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ(ସରୋଜ ସାହୁ) :ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା ଠାରେ ଘଟିଥିବା ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ କଂଗ୍ରେସର ପୂର୍ବତନ ସାଂସଦ ଓ ନବରଙ୍ଗପୁର ଜିଲ୍ଲାର ପୁରୁଖା କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ବିବାଦୀୟ ବୟାନକୁ ଖଣ୍ଡନ କରିଛନ୍ତି ପୂର୍ବତନ ମଂତ୍ରୀ ତଥା ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା |  ଆଜି ସ୍ଥାନୀୟ ହୋଟେଲ ତେଜସ୍ୱୀରେ ଏକ ସମ୍ବାଦିକ ସମ୍ମିଳନୀର ଅୟୋଜନ କରି  ଶ୍ରୀ ଦାସବର୍ମା କହିଥିଲେ ଯେ, କୋଷାଗୁମୁଡା ଗାଁରେ ଘଟିଥିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ସମ୍ବେଦନଶୀଳ । ଶିଶୁ ଓ ମହିଳା ମାନଙ୍କ ପ୍ରତି ହେଉଥିବା ଅପରାଧ ଅତ୍ୟନ୍ତ ଉଦବେଗଜନକପୂର୍ଣ୍ଣ ଅଟେ | ଏହା ସମାଜର ଅନେକ କ୍ଷତି ଘଟାଇଥାଏ । ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ଏପରି ପରିଚାଳନା  କରିବା ଦରକାର ଯେପରି ପୀଡିତା ଓ ତାଙ୍କ ପରିବାରର ସମ୍ମାନ ହାନୀ ନ ହୁଏ । ଅପରପକ୍ଷରେ  କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କର ବ୍ୟବହାର ଓ କାର୍ଯ୍ୟକୁ ନିନ୍ଦା କରିଛନ୍ତି ଶ୍ରୀ ଦାସବର୍ମା | ଅତି ଦୁଃଖର କଥା ସେ ମୋର ମନ୍ତବ୍ୟକୁ ବଦଳାଇ ଅଭିସନ୍ଧି ମୂଳକ ଭାବରେ ବ୍ୟବହାର କରିଛନ୍ତି ଯାହାକି ଦୁର୍ଭାଗ୍ୟ ଜନକ ଅଟେ ବୋଲି ସେ ପ୍ରକାଶ କରିଥିଲେ । ଶ୍ରୀ ମାଝୀ ଓ ଅନ୍ୟାନ୍ୟ ଦଳ ଏପରି ସମ୍ବେଦନଶୀଳ ବିଷୟ ଉପରେ ରାଜନୀତି ନକରି ସମବେଦନା ପ୍ରକାଶ କରିବା ସହ ସମାଧାନ କରିବା ଓ ମିଥ୍ୟା ଅପପ୍ରଚାରରୁ କ୍ଷାନ୍ତ ରହିବାକୁ ଶ୍ରୀ ଦାସବର୍ମା ପରାମର୍ଶ ଦେଇଥିଲେ ।

0
0
0
s2sdefault