ହେଡଲାଇନସ୍:

ମାଓବାଦୀମାନଙ୍କ ଦ୍ୱାରା ନିହତ ବ୍ୟକ୍ତିଙ୍କ ପରିବାରଙ୍କୁ ସହାୟତାରାଶି ପ୍ରଦାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପ୍ରତ୍ୟେକ ପରିବାରକୁ ୩ ଲକ୍ଷ ତାଙ୍କ ଲେଖାଏ ସହାୟତା 

ନୂଆପଡା,(ଅମିତ  ପୁରୋହିତ) : ବଣଜଙ୍ଗଲରେ ପରିପୁର୍ଣ୍ଣ ନଦୀନାଳ ଘେରା ଶାନ୍ତ ସରଳ ନୂଆପଡା ଜିଲ୍ଲା । କଳାହାଣ୍ଡି ଠାରୁ ଅଲଗା ହୋଇ ୧୯୯୩ମସିହାରେ ନୂତନ ଜିଲାର ମାନ୍ୟାତା ପ୍ରାପ୍ତ ହୁଏ । ନୂତନ ଜିଲା ମାନ୍ୟତା ପାଇବାପରେ କେତେ ଯେ ଆଶା ବାନ୍ଧିଥିଲେ ନୂଆପଡାବାସୀ,ସବୁଗାଁ କୁ ରାସ୍ତା ପାନୀୟ ଜଳର ସୁବିଧା, ଶିକ୍ଷା ସ୍ୱାସ୍ଥ୍ୟ ସବୁକ୍ଷେତ୍ରରେ ଆଗେଇଯିବ ନୂଆପଡା । କିନ୍ତୁ ହଠାତ ୨୦୦୮/୦୯ ମସିହା ବେଳକୁ ନୂଆପଡାର ପ୍ରଚୀର ସଦୃଶ ସୁନାବେଡା ଅଭୟାରଣ୍ୟରେ ମାଓବାଦୀ ମାନେ ନିଜର ଉପସ୍ଥିତି ଜାହିର କଲେ । ପ୍ରଥମେ ଟାର୍ଗେଟ କଲେ ନିରୀହ ଆଦିବାସୀମାନଙ୍କୁ | ସେମାନଙ୍କୁ  ପ୍ରଲୋଭିତ କରି ନିଜଆଡକୁ ଟାଣିବାରେ ସକ୍ଷମ ହେଲେ । କିନ୍ତୁ ମାଓବାଦୀମାନଙ୍କ ଅସଲ ଚେହେରା ସେତେବେଳେଜଣାପଡିଲା, ଯେତେବେଳେ ୧୫/୧୧/୨୦୦୯ ମସିହାରେ  କୋମନା ବ୍ଲକ ଅନ୍ତର୍ଗତ ଢେକୁନପାନି ଗ୍ରାମର କିରନ ରାଉତଙ୍କୁ ମାଓବାଦୀମାନେ ପୁଲିସ ଇନଫର୍ମର ସନ୍ଦେହରେ ନିର୍ମମ ହତ୍ୟା କରିଥିଲେ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତା ହେଉ ବା ନୂଆପଡାବାସୀଙ୍କ ଦୁର୍ଭାଗ୍ୟ, ମାଓବାଦୀମାନେ ଜିଲ୍ଲାରେ ସେମାନଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଲେ |  ମାଓବାଦୀମାନେ ୧୪ଜଣ ସାଧାରଣ ଜନତା ଓ ୪ଜଣ ସରକାରୀ କର୍ମଚାରୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲେ  । ସେମାନଙ୍କ ପରିବାର ଅସହାୟ ହୋଇ ପଡିଲା ରୋଜଗାରିଆ ମଣିଷ ଗୁଡାକୁ ହରାଇ | ସରକାରଙ୍କ ଥଇଥାନ ଯୋଜନାରେ ଏଇ ମାଓବାଦୀମାନଙ୍କ ଦ୍ୱାରା ନିହତ ପରିବାରଙ୍କୁ ଆର୍ଥିକ  ସହାୟତା ଯୋଗାଇଦିଆଯାଉଛି କିନ୍ତୁ ତାହା ସମୁଦ୍ରକୁ ଶଙ୍ଖେପରି | ସେ ଯାହା ବି ହେଉ ଏହି କ୍ରମରେ ଆଜି ନୂଆପଡା ଜିଲ୍ଲାର ୮ଜଣଙ୍କ ପରିବାରକୁ  କେନ୍ଦ୍ରୀୟ ସହାୟତାରାଶି ପ୍ରତ୍ୟେକ ପରିବାର ପିଛା ୩ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି । ଆଉ ତାହା ପୁଣି ବ୍ୟକ୍ତିଙ୍କ ମୃତ୍ୟୁର ସାଢେ ତିନି ବର୍ଷରୁ ୯ ବର୍ଷ ପରେ |   ଆଜି ସହାୟତା ପାଇଥିବା ପରିବାର ହେଲେ   ୧୮/୧୧/୨୦୦୯ରେ ମୃତ୍ୟୁବରଣ କରିଥିବା ସୁନାବେଡାର ଚନ୍ଦ୍ରସିଂ ବର୍ଗେ(୯, ୨୭/୫/୨୦୧୧ରେ ମୃତ୍ୟୁବରଣ କରିଥିବା ଡାଲିପଖନା ଗ୍ରାମର ନାଗବଡୁ ମାଝୀ, ୨୭/୫/୧୧ରେ ମୃତ୍ୟୁବରଣ କରିଥିବା କଲମିଦାଦର ଗ୍ରାମର ପରସରାମ ମାଝୀ, ୧୯/୧୧/୧୧ରେ ମୃତ୍ୟୁବରଣ କରିଥିବା ତକ୍ରାଳିନ ନୂଆପଡା ପଞ୍ଚାୟତସମିତି ଅଧ୍ୟକ୍ଷ ଧରମବନ୍ଧାର ସୁନିଲ ଦେୱାଙ୍ଗନ,୧୯/୯/୧୨ରେ ମୃତ୍ୟୁବରଣ କରିଥିବା ନଙ୍ଗଲବୋଡର ଅବ୍ଦୁଲ ସତ୍ତାର, ୮/୨/୧୩ରେ ମୃତ୍ୟୁବରଣ କରିଥିବା କୋମନା ପାଟପାଣି ଗ୍ରାମର ଏକମାତ୍ର ଶିକ୍ଷିତ ଯୁବକ ଚୈତନ୍ୟ ମାଝୀ, ୨୮/୧୦/୧୩ରେ ମୃତ୍ୟବରଣ କରିଥିବା  ବଲାଙ୍ଗିର କୁଷପାଲି ଗ୍ରାମର ବିଷ୍ନୁୁମେହେର ଓ ୧୮/୪/୨୦୧୬ରେ ମୃତ୍ୟୁବରଣ କରିଥିବା ବୋଡେନ ପାଟଧରାର ଗଜପତି ମାଝୀଙ୍କ ପରିବାର ଆଜି ନୂଆପଡା ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପସ୍ଥିତ ରହି ନୂଆପଡା ଜିଲାପାଳ ମଧୁସ୍ମିତା ସାହୁ, ଆରକ୍ଷୀ ଅଧିକ୍ଷକ ବିନିତ ଅଗ୍ରୱାଲ, ଅତିରିକ୍ତ ଜିଲାପାଳ ସୀତାରାମ ପଟେଲଙ୍କ ଠାରୁ ଏହି ସହାୟତା ରାଶି ଗ୍ରହଣ କରିଥିଲେ । ଆଜି ଏହି ପରିବାର ବର୍ଗଙ୍କୁ କେନ୍ଦ୍ରୀୟ  ସହାୟତା ୩ଲକ୍ଷ ଲେଖାଏଁ ପରିବାର ପିଛା  ପ୍ରଦାନ କରାଯାଇଥିଲା । ଏହା ପୂର୍ବରୁ ରାଜ୍ୟ ସହାୟତା ରାଶୀ ୨ଲକ୍ଷ ଲେଖାଏଁ ସମସ୍ତଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲାପାଳ ମଧୁସ୍ମିତା ସାହୁ ଙ୍କ କହିବା ମୁତାବକ ଆଜିର ଏହି ସହାୟତା ରାଶି ସପୃକ୍ତ ବ୍ୟକ୍ତବିଶେଷଙ୍କ ଉତ୍ତରାଧିକାରୀଙ୍କ ବ୍ୟାଙ୍କ ଖାତାରେ ସ୍ଥାୟୀ ଜମା ଆକାରରେ ରଖାଯିବ |  ୩ ବର୍ଷ ପର୍ଯ୍ୟନ୍ତ ସେହି ଟଙ୍କାକୁ ଉଠାଣ କରିପାରିବେ ନାହିଁ | କେବଳ ଏହି ଜମାରାଶିର  ସୁଧ ନେଇପାରିବେ । ୩ବର୍ଷ ପରେ ସେମାନେ ଏହି ଟଙ୍କା ଉଠାଣ କରିପାରିବେ । ଯଦି କାହାର ଅତ୍ୟାବଶ୍ୟକ ପଡେ ସେ ଲିଖିତ ଭାବରେ ଜିଲପାଳଙ୍କୁ ଆବେଦନ କରି ଟଙ୍କା ଉଠାଇପାରିବେ । ଆଜିର ଏହି କାର୍ଯ୍ୟକ୍ରମରେ ନୂଆପଡା ପୁଲିସ ଏସଆଇ ଦେବାଶିଷ ରାଉତ,   ଜିଲ୍ଲା କାର୍ଯ୍ୟାଳୟର ମଦନ ସୁନ୍ଦର ସାହୁ, ମଦନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । 

 

0
0
0
s2sdefault