ହେଡଲାଇନସ୍:

ଖୋ ଖୋ ରେଫରୀ ସଂଘ ତରଫରୁ କ୍ରୀଡା ପ୍ରତିଭା ସମ୍ମାନ ସମାରୋହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

19-02-18-kho-kho.jpg - 95.47 kB

ବଲାଙ୍ଗିରରୁ ନିରୋଜ ମିଶ୍ର - ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ  ପୁଇଁନ୍ତଲା ହାଇସ୍କୁଲ ପଡିଆ ଠାରେ ବଲାଙ୍ଗିର ଜିଲ୍ଲା ଖୋ ଖୋ ରେଫରୀ ସଂଘ ତରଫରୁ ଚଳିତ ବର୍ଷ ପ୍ରଥମ କରି କ୍ରୀଡା ପ୍ରତିଭା ସମ୍ମାନ ସମାରୋହ ଅନୂଷ୍ଠିତ    ହୋଇଯାଇଛି । ସଂଘର ସଭାପତି ପଦ୍ମଚରଣ ଦାସ ଓ ବୁଦ୍ଧିରାଜ ବିଶ୍ୱାଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ସମାରୋହରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଶିକାନ୍ତ ଯୋଶୀ ଅଧ୍ୟକ୍ଷତା କରିଥିଲେ ।  ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ ହୋଇଥିଲା ।  ମୁଖ୍ୟ ଅତିଥି ଭାବେ ଜିଲ୍ଲା ନ୍ୟାୟାଧିଶ ସୂର୍ଯ୍ୟ ପ୍ରକାଶ କର ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା କ୍ରୀଡା ସଂସଦର ସହ ସମ୍ପାଦକ ପଦ୍ମଚରଣ ଆାଚାର୍ଯ୍ୟ, କୋଷାଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ, ଦୌଡରାଣୀ ସୁଶ୍ରୀ ଆନନ୍ଦିନୀ ଦର୍ଜି, ସୋନପୁର ଜିଲ୍ଲାର ଶାରିରୀକ କ୍ରିଡା ନିରୀକ୍ଷକ ଦୁର୍ଯ୍ୟୋଧନ  ରାଉତ ଓ ଅବସର ପ୍ରାପ୍ତ ଶାରିରୀକ ଶିକ୍ଷା ନିରୀକ୍ଷକ ରାଜ ନନ୍ଦିନୀ ବହିଦାର ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଓ ଅତିଥିଙ୍କ ଦ୍ୱାରା କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଆଣିଥିବା ‘କିସ୍’ ଭୁବନେଶ୍ୱରର ପ୍ରଶିକ୍ଷକ କାଳନ୍ଦି ଚରଣ ରାଉତ, ରାଜ୍ୟ ଖୋ ଖୋ ସଂଘର ପ୍ରଶିକ୍ଷକ ପ୍ରଶାନ୍ତ କୁମାର ମଲ୍ଲିକ ଓ ବଲାଙ୍ଗିର ଜିଲ୍ଲାର ଗର୍ବ ଗୌରବ ଆସିଷ୍ଟାଣ୍ଟ କମିଶନର ସେଣ୍ଟ୍ରାଲ ଏକ୍ସାଇଜର କଷ୍ଟମ ଓ ଶୁଳ୍କ ଅଧିକାରୀ ଉମେଶ ଚନ୍ଦ୍ର ପ୍ରଧାନଙ୍କୁ ପୁଷ୍ପ ଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଜାତୀୟ ଖୋ ଖୋ ଖେଳାଳି ରିତା ସନ୍ୟାସୀ ଓ ଗୀତା ସନ୍ୟାସୀ, ଜାତୀୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଥିବା ଦୀପ୍ତିପ୍ରିୟା ନାଗ, ଅଷ୍ଟମୀ ମଲ୍ଲିକ ଓ ନମିତା ସାହୁ, ଜାତୀୟ ଜୁନିୟର ଖୋ ଖୋ ପ୍ରତିଯୋଗିତାରେ ସୁଜାତା ମଲ୍ଲିକ, ସସ୍ମିତା ପାତ୍ର ଏବଂ ଯାଜ୍ଞସେନୀ ବିଶ୍ୱାଲଙ୍କୁ ଟ୍ରଫି ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମାରୋହର ପ୍ରଥମ ଅଧିବେଶନରେ ଅନୁଷ୍ଠିତ  ଖୋ ଖୋ ପ୍ରତିଯୋଗିତାରେ ଚମ୍ପିଅନ ଦଳ ଗଇଁନ୍ତଲା ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ପୁରସ୍କୃତ କରାଯାଇଥିଲା ଓ ଉପ ବିଜେତା ବନ୍ଧପାଲି ଦଳକୁ ଉପ ବିଜେତା ଭାବେ ପୁରସ୍କୃତ କରାଯାଇଥିଲା । ଉତ୍ସବରେ  ଗଇଁନ୍ତଲା ପ୍ରଧାନ ଶିକ୍ଷୟତ୍ରୀ ରେବାବତୀ ପତି, ଭଲିବଲ ପ୍ରଶିକ୍ଷକ ପ୍ରଶାନ୍ତ କୁମାର ପଟ୍ଟନାୟକ, ହକି ସମ୍ପାଦକ ପ୍ରଫୁଳ୍ଲ ବେହେରା, ପୁଇଁନ୍ତଲା ବ୍ଲକ କ୍ରୀଡା ସମ୍ପାଦକ ଦେବୀ ପ୍ରସାଦ ରାଉତ, ପ୍ରକୃତି ବନ୍ଧୁ ଶିକ୍ଷକ ଦିଗାମ୍ବର ନାଏକ, ସମାଜ ସେବୀ ଶିକ୍ଷକ ରାମ ନାରାୟଣ ଦାଶ, ସୁଖିରାଜ ବିଶ୍ୱାଲ, ନିରୋତ୍ତମା ବିଶ୍ୱାଲ, ସସ୍ମିତା ଗଡତ୍ୟା, ଯଶୋବନ୍ତ ନାଏକ, ପ୍ରଦ୍ୟୁମ୍ନ  ରାଉତ, ପୁରନ୍ଦର ସେଠ୍, ଦନାର୍ଦ୍ଧନ ସାହୁ, ସୁଦର୍ଶନ ସେଠ୍, ସ୍ୱାଗତିକା ବଗର୍ତ୍ତୀ, ମମତା ମୟୀ ମିଶ୍ର, ସ୍ୱାଗତିକା ନାଏକ, ଖିତେଶ୍ୱର ବିଶ୍ୱାଲ, ରଞ୍ଜିତ ବେହେରା, ବିଭୁତି ବେହେରା,  ମିତା ସାହୁ ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ  କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ଧନ୍ୟବାଦ ଦେଇଥିଲେ କ୍ରୀଡା ଶିକ୍ଷକ ବାସୁଦେବ ଦାସ ।

0
0
0
s2sdefault