ହେଡଲାଇନସ୍:

“ଖେଳ ମନ ଓ ଶରୀରକୁ ସୁସ୍ଥ ରଖିବା ସହ ସଦ୍ଭାବନା ମନୋଭାବ ସୃଷ୍ଟି କରିଥାଏ”

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଫୁଟବଲ ପ୍ରତିଯୋଗିତା-୨୦୧୯ ଉଦ୍ଘାଟିତ

ବଲାଙ୍ଗିର/ ନିରୋଜ ମିଶ୍ର -  ସ୍ଥାନୀୟ ମିଶନ ପଡିଆ ଠାରେ ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ପରିଚାଳିତ ୧୭ ବର୍ଷରୁ କମ୍ ବାଳକ ଓ ବାଳିକା ବିଭାଗର ତିନି ଦିନ ଧରି ହେବାକୁ ଥିବା  ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ବଲାଙ୍ଗିର ବ୍ଲକ ଶିକ୍ଷା ଅଧିକାରୀ ରିଚପାଲ ସାଗରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ତ୍ତିକେଶ୍ୱର ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳ ମନ ଓ ଶରୀରକୁ ସୁସ୍ଥ ରଖିବା ସହ ସଦ୍ଭାବନା ମନୋଭାବ ସୃଷ୍ଟି କରିଥାଏ ବୋଲି ମତ ବ୍ୟକ୍ତ କରିବା ସହ ପାଠ ପଢା ସହ ଖେଳ ପ୍ରତି ମଧ୍ୟ ଛାତ୍ର ଛାତ୍ରୀମାନେ ଆଗ୍ରହ ପ୍ରକାଶ କରିବା ଉଚିତ୍ ବୋଲି ଉଦ୍ବୋଧନ ଦେଇଥିଲେ । ଜିଲ୍ଲା କ୍ରୀଡା ଶିକ୍ଷା ନିରୀକ୍ଷକ ଜ୍ୟୋତି ପ୍ରସାଦ ପରିଡା, ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ, ସମାଜସେବୀ ମନୋଜ ମିଶ୍ର, ବଲାଙ୍ଗିର ଫୁଟବଲ କୋଚ୍ ପରାସର ବାଗ, ଅବସରପ୍ରାପ୍ତ ଶାରିରୀକ ଶିକ୍ଷା ଶିକ୍ଷକ ସୁନୀଲ ଚନ୍ଦ୍ର ବିଶ୍ୱାଳ, ନବଜୀବନ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ କିଶୋର ବାଗ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ହେମନ୍ତ ପଧାନ । ଉଦଘାଟନୀ ଦିବସରେ ଅନୁଷ୍ଠିତ ହୋଇଥିବା ପାଞ୍ଚୋଟି ମ୍ୟାଚରେ ସଇଁନ୍ତଳା ଦଳ ଲୋଇସିଂହା ଦଳ କୁ ୪-୨ (ଟାଇ ବ୍ରେକର) ରେ, ମୁରିବାହାଲ ଦଳ ଦେଓଗାଁକୁ ୪-୧ (ଟାଇ ବ୍ରେକର), ତୁରେକେଲା ଦଳ ପାଟଣାଗଡକୁ ୩-୦ ରେ, ଆଗଲପୁର ଦଳ ବେଲପଡାକୁ ୧-୦ ରେ, ଖପ୍ରାଖୋଲ ଦଳ ପୁଇଁନ୍ତଳାକୁ ୪-୧ (ଟାଇ ବ୍ରେକର) ଗୋଲରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ଉଦଘାଟନୀ ମ୍ୟାଚକୁ ସଞ୍ଜିତ ମହାନ୍ତି, ନରସିଂହ ସ୍ୱାମୀ ନାଇଡୁ, ସୁଦର୍ଶନ ସେଠ, ସୁଶାନ୍ତ ନାଗ, ପ୍ରଦୀପ କୁମାର ସ୍ୱାଇଁ, ଦୁର୍ବାଦଳ ବାଗ, ପ୍ରଫୁଲ୍ଲ ପ୍ରଧାନ, ରାଜ କୁମାର ପାଣିଗ୍ରାହୀ, ଜ୍ୟୋତି ରଞ୍ଜନ ମହାନନ୍ଦ, ମୋହନ ପ୍ରଧାନୀ, ବୈକୁଣ୍ଠ ଜେନା, ରାଜେନ୍ଦ୍ର ସେଠ, ଦଳ ଗୋବିନ୍ଦ ମୁଣ୍ଡ, ଆଶୀର୍ବାଦ ଶାହା, ରାଜେନ୍ଦ୍ର ଧରୁଆ, ଚୈତନ୍ୟ ସାହୁ  ପ୍ରମୁଖ ପରିଚାଳନା କରିଥିଲେ ।

0
0
0
s2sdefault