ହେଡଲାଇନସ୍:

ଏସୀୟ ମହିଳା ରଗବି ଚାମ୍ପିଅନସିପ: ୨୬ ଜଣିଆ ଭାରତୀୟ ଦଳରେ ୭ ଓଡ଼ିଆ ଖେଳାଳୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, (ଶାସକ ପ୍ରଶାସକ) : ଚଳିତ ମାସ ୧୭ରୁ ୨୩ ତାରିଖ ପର୍ଯ୍ୟନ୍ତ ଫିଲି ପାଇନ୍ସର ମାନିଲାଠାରେ ଅନୁଷ୍ଠିତ ହେବାକୁ ଯାଉଥିବା  ଏସୀୟ ମହିଳା ରଗବି ଚାମ୍ପିଅନସିପ ନିମନ୍ତେ ୨୬ ଜଣିଆ ଭାରତୀୟ ମହିଳା ରଗ୍ବି ଦଳ ପ୍ରତିନିଧିତ୍ୱ କରିବୋ ଦଳରେ ଓଡ଼ିଶାରୁ ୭ ଜଣ ସ୍ଥାନ ପାଇଛନ୍ତିା ମୁଞ୍ଚାଇ ଓ ଲୁଧିଆନାରେ ଦୁଇଟି ଡିଭିଜନ୍ରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟରେ ମନୋନୟନ କ୍ରମେ ଚଳିତ ମାସ ୨ରୁ ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ଅନୁଷ୍ଠିତ ଏକ ଜାତୀୟ ତାଲିମ ଶିବିର ଅନୁଷ୍ଠିତ ହୋଇ ଏହି ୨୬ ଜଣିଆ ଦଳକୁ ଚୟନ କରାଯାଇଛିା ରଗ୍ବି ଇଣ୍ଡିଆ ସମେତ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବାବିଭାଗ ତଥା କିଟ୍ ସହଯୋଗ କ୍ରମେ ଏହି ଶିବିର ଅନୁଷ୍ଠିତ ହୋଇଥିଲାା ୨୦୨୧ରେ ନ୍ୟୁଜିଲାଣ୍ଡରେ ହେବାକୁଥିବା ମହିଳା ରଗବି ଓ୍ୱାର୍ଲଡ୍ କପରେ  ମାନିଲା ଚାମ୍ପିଅନସିପ ଏକ କ୍ୱାଲିଫାୟର ହେବ |

କ୍ରୀଡ଼ା ସଚିବଙ୍କ ଶୁଭକାମନା

ମାନିଲା ଚାମ୍ପିଅନସିପରେ  ପ୍ରତିନିଧିତ୍ୱ କରିବାକୁ ଯାଉଥିବା ଖେଳାଳୀମାନଙ୍କୁ ଅଭିନନ୍ଦନ ଜଣାଇ କ୍ରୀଡ଼ା ଓ ଯୁବସେବାବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀବିଶାଳ କୁମାର ଦେବ ସେମାନଙ୍କ ସଫଳତା କାମନା କରିଛନ୍ତିା ଏହି ଦଳରେ ଓଡ଼ିଶାର ୭ ଜଣ ଖେଳାଳୀ ହୁପି ମାଝୀ, ଲକ୍ଷ୍ମୀ ପ୍ରିୟା ସାହୁ, ମୀନାରାଣୀ ହେଞ୍ଚ୍ରମ୍, ଶୁଭଲକ୍ଷ୍ମୀ ବାରିକ, ସୁମିତ୍ରା ବାରିକ, ପାର୍ବତୀ କିସ୍କୁ ଓ ରଜନୀ ଶବର ମନୋନୀତ ହୋଇଥିବାରୁ ଶ୍ରୀ ଦେବ ଏହା ରାଜ୍ୟ ପାଇଁ ଗୌରବ ବୋଲି ପ୍ରକାଶ କରିବା ସହିତ ରଗ୍ବି ନିମନ୍ତେ ଭିତ୍ତିଭୂମି, ତାଲିମ ଓ ମାର୍ଗଦର୍ଶନ ଇତ୍ୟାଦି ଉପରେ ଗୁରୁତ୍ୱ ଦେବାକୁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି କହିଥିଲୋ ମାନିଲାରେ ଭାରତୀୟ ଦଳ କୃତିତ୍ୱ ହାସଲ କରିବା ସହିତ ଓଡ଼ିଶାର ଖେଳାଳୀମାନେ ଆମ ପାଇଁ ଗୌରବ ଆଣିବେ ବୋଲି ଶ୍ରୀ ଦେବ ଆଶା ପ୍ରକଟ କରିଛନ୍ତିା ଦଳର ଚିଫ୍ କୋଚ ଲୁଡ଼ୁଇଚି ଭାନ୍ ଦେବେନ୍ତର (ଦକ୍ଷିଣ ଆଫି୍ରକା) କହିଲେ ଯେ  ଭାରତୀୟ ଦଳର ପ୍ରସ୍ତୁତି ଉପଯୁକ୍ତ ତାଲିମ ଓ ଦକ୍ଷତା ତଥା ପ୍ରତିଶ୍ରୁତି ଉ ପରେ ପର୍ଯ୍ୟବସିତ ଏବଂ ମାନିଲା ଟୁର୍ଣ୍ଣମେଣ୍ଟରେ ମହିଳା ଖେଳାଳୀମାନଙ୍କ କୃତିତ୍ୱ ପ୍ରତିଫଳିତ ହେବ |
ମହରାଷ୍ଟ୍ରର ଭବିଜ୍ ଭାରୁଚାଙ୍କ ଅଧିନାୟକତ୍ୱରେ ମାନିଲା ଯାଇଥିବା ଭାରତୀୟ ଦଳରେ ଅନ୍ୟ ଖେଳାଳୀମାନେ ହେଲେ ନେହା ପରଦେଶୀ (ମହାରାଷ୍ଟ୍ର) ହିମାନୀ ଦତ୍ତ, ଶୀତଲ ଶର୍ମା, ନମିତା ଭୋଜ୍, ପ୍ରିୟା, ନେହା, ପି୍ରୟାବଂଶଲ, ଜ୍ୟୋତି ଚୌଧୁରୀ, ଗୋହର ଆରା, ଶିଖା ଯାଦବ ଓ ସୁଲତାନା (ଦିଲ୍ଲୀ), ରାମ୍ନିକ୍ କୌର( ପଞ୍ଜାବ), ଲଛମୀ ଓରାଓଁ, ଆଶା ଓରାଓଁ, ଛନ୍ଦା ଓରାଓଁ, ସଂଗୀତା ବେରା ( ପଶ୍ଚିମବଙ୍ଗ), ସ୍ୱିଟୀ କୁମାରୀ, ଶେ୍ୱତା ସାହି (ବିହାର) | ନାସ୍ ବୋଥା(ଦକ୍ଷିଣ ଆଫି୍ରକା) ଭାରତୀୟ ଦଳର କୋଚ, ଜେନୀବ୍ରୁକ୍ସ୍ (ସାଉଥ୍ ଆଫି୍ରକା) ସ୍ୱାସ୍ଥ୍ୟ ଓ ଦକ୍ଷତା ଦାୟିତ୍ୱରେ ରହିବୋ ସେହ ପରି ମହାରାଷ୍ଟ୍ରର ରେହେମୁଦିନ୍ ଶେଖ୍ ଦଳର ମ୍ୟାନେଜର ଭାବେ ରହିଥିବାବେଳେ ସବ୍ରେଜ୍ ମୁକଦମ୍(ମହାରାଷ୍ଟ୍ର) ଖେଳାଳୀମାନଙ୍କ ସ୍ୱାସ୍ଥ୍ୟ ଦାୟିତ୍ୱରେ ରହିବୋ


0
0
0
s2sdefault