ହେଡଲାଇନସ୍:

ଓଡଗାଁ ଦ୍ୱାଦଶ ତମ କ୍ରିକେଟ ଲିଗ୍ ଉଦଯାପିତ: ଦଲକ ହ୍ୟାକର୍ସକୁ ହରାଇ ଇଲେଭେନ ଏମ୍ପୋରର୍ସ ଚମ୍ପିୟାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ୧୬ଟି ଦଳକୁ ନେଇ ୧୧ ତରିଖରୁ ୧୬ ତାରିଖ ୬ ଦିନ ଧରି ସ୍ଥାନୀୟ ମିନିଷ୍ଟାଡିୟମରେ ରଘୁନାଥ ଆଥଲେଟିକ ଆସୋସିଏସନ ଆନୁକୁଲ୍ୟରେ ଆୟୋଜିତ ଦ୍ୱାଦଶ ତମ କ୍ରିକେଟ୍ ଲିଗ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ଇଲେଭେନ ଏମ୍ପୋରିୟର ନିର୍ଦ୍ଧାରିତ ୧୫ ଓଭରରେ ୬ ଉଇକେଟ ହରାଇ ୯୨ରନ ସଂଗ୍ରହ କରି ଓଡଗାଁ କ୍ରିକେଟ ଲିଗ ୨୦୧୯ର ଚମ୍ପିୟାନ ଟ୍ରଫି ଆଖ୍ୟା ହାସଲ କରିଛି । ପ୍ରତିପକ୍ଷ ଦଲକ ହ୍ୟାକରର୍ସ ଚାପରେ ଆସି ନିର୍ଦ୍ଧାରିତ ଓଭରରେ ୫ ଉଇକେଟ ହରାଇ ୬୯ ରନ ସଂଗ୍ରହ କରି ରନର୍ସ ଟ୍ରଫି ପାଇ ସନ୍ତୁଷ୍ଟ ହେବାକୁ ପଡିଥିଲା । ଜ୍ୟୋତିପ୍ରକାଶ ମାଝୀ  ମ୍ୟାନଅଫ ଦି ମ୍ୟାଚ ଏବଂ ସିରିଜ, ରାଜେଶ ପାଣିଗ୍ରାହୀ  ଶ୍ରେଷ୍ଠ  ବୋଲର, ଅଭୟାନନ୍ଦ ବେହେରା ଶ୍ରେଷ୍ଠ  ବ୍ୟାଟସମ୍ୟାନ, ସନ୍ତୋଷ ପ୍ରଧାନ ଶ୍ରେଷ୍ଟ କ୍ୟାଚ, ଚାଇନା ମହାନ୍ତି ବେଷ୍ଟ ଏମରଜିଙ୍ଗ ପ୍ଲେୟାର(ଜୁନିୟର), ଜହର ମହମଦ ବେଷ୍ଟ ୟୁଥ୍ ଏମରଜିଙ୍ଗ୍ ପ୍ଲେୟାର  ବାବେ ଉପସ୍ଥିତ ସମସ୍ତ ଅତିଥର ମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ଫାଇନାଲ ମ୍ୟାଚ ପୂର୍ବରୁ ଦଲକ ହ୍ୟାକରର୍ସ ଏବଂ ଛାମୁସ ଲାୟନ ୨ ସେମିଫାଇନାଲିଷ୍ଟଙ୍କ ମଧ୍ୟରେ ସକାଳ ବେଳା ମ୍ୟାଚ ଅନୁଷ୍ଠିତ  ହୋଇଥିଲା । ଦଲକ ହ୍ୟାକରର୍ସ ପ୍ରତିପକ୍ଷକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା । ଅପରାହ୍ନରେ ଫାଇନାଲ ମ୍ୟାଚ ସରିବା ପରେ ରଘୁନାଥ ଆଥଲେଟିକ ଆସୋସିଏସନର ସଭାପତି ଗୋବିନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ  ହୋଇଥିଲା । ନୟାଗଡ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଲୋକନାଥ ସାହୁ ମୁଖ୍ୟ ଅତିଥି, ଓଡଗାଁ ବାର କାଉନସିଲର ସଭାପତି ତଥା ଆଇନଜୀବୀ ଇନ୍ଦୁଭୁଷଣ ମିଶ୍ର, ଆସୋସିଏସନର ପୁରାତନ ତଥା ବରିଷ୍ଠ ସଦସ୍ୟ ପ୍ରକାଶ ମିଶ୍ର, କବିନ୍ଦ୍ର ମହାରଣା, ସନ୍ତୋଷ ପଟ୍ଟନାୟକ, ଚିତରଞ୍ଜନ ଦାଶ, କୁମାର ଦେବଦତ୍ତ , ପ୍ରମୋଦ ପାତ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଅନୁଷ୍ଠାନର ସମ୍ପାଦକ ତଥା ଜଣାଶୁଣା କ୍ରୀଡା ସଂଗଠକ ଦିବାକର ନାୟକ ପ୍ରତ୍ୟକ୍ଷ ତତ୍ୱାବଧାନରେ ୬ ଦିନ ଧରି ଚାଲିଥିବା ଏହି ୧୬ଟି ଦଳକୁ ଏକାଠି କରି ୪୩ ଡିଗ୍ରୀ ପ୍ରଚଣ୍ଡ ରୌଦ୍ର ସତ୍ତ୍ୱେ ସୁଚାରୁ ରୂପେ ପରିଚାଳିତ ହୋଇଥିଲା  । ସହ ସମ୍ପାଦକ ସୁଶାନ୍ତ ପାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହେଯାଗ କରିଥିଲେ ।

0
0
0
s2sdefault