ଆରମ୍ଭ ହେଲା ଓଡଗାଁ ଦ୍ୱାଦଶତମ କ୍ରିକେଟ ଲିଗ୍

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପ୍ରଥମ ଦିନରେ ୟଙ୍ଗଷ୍ଟାର ଏକାଦଶ ଓ ଜୟ ଶ୍ରୀରାମ  ବିଜୟୀ

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ରଘୁନାଥ ଆଥଲେଟିକ ଆସୋସିଏସନ ଆନୁକୁଲ୍ୟରେ ଆୟୋଜିତ ଦ୍ୱାଦଶ ତମ ଓଡଗାଁ କ୍ରିକେଟ ଲିଗ୍ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଉଦଘାଟିତ ହୋଇଯାଇଛି । ଉଦଘାଟନ ଦିବସର ପ୍ରଥମ ମ୍ୟାଚ୍ ୟଙ୍ଗଷ୍ଟାର ଏକାଦଶ ସହିତ ଲାୟନ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ବ୍ୟାଟିଙ୍ଗ୍ କରି ୟଙ୍ଗଷ୍ଟାର ଏକାଦଶ ୧୦ ଓଭର ଖେଳି ୯୭ ରନ୍ ସଂଗ୍ରହ କରି ବିଜୟ ହାସଲ କରିଥିଲା । ଏହାର ଜବାବରେ ଲାୟନ ଏକାଦଶ ୧୦ ଓଭରରେ ମାତ୍ର ୭୯ ରନ୍ କରି ପରାଜୟ ବରଣ କରିଥିଲା । ବିଜୟୀ ୟଙ୍ଗଷ୍ଟାର ଏକାଦଶ ପକ୍ଷରୁ ଟିଟିଲ ମହାପାତ୍ର ୨୭ ବଲରେ ୪୫ରନ ସଂଗ୍ରହ କରିଥିଲେ।
ସେହିପରି  ସ୍ପାଟର୍ନ ଷ୍ଟ୍ରାଇକର ସହିତ ଜୟ ଶ୍ରୀରାମ ମଧ୍ୟରେ ୨ୟମ୍ୟାଚ ଅନୁଷ୍ଠିତ  ହୋଇଥିଲା । ପ୍ରଥମ ବ୍ୟାଟିଙ୍ଗରେ ସ୍ପାଷ୍ଟ୍ରନ ଷ୍ଟ୍ରାଇକର ନିର୍ଦ୍ଧାରିତ ୧୦ ଓଭରରେ ୯୭ ରନ୍ ସଂଗ୍ରହ କରିଥିଲେ । ସ୍ପାଷ୍ଟ୍ରନ ଷ୍ଟ୍ରାଇକର ପକ୍ଷରୁ ରୋହନ ମହାରଣା ୨୮ ବଲରେ ୩୩ ରନ ସଂଗ୍ରହ କରିଥିଲେ । ଏହାର ଜବାବରେ ଜୟ ଶ୍ରୀରାମ ଦଳ  ୮ ଓଭରରେ ୧ଶହ ରନ୍ କରି ସ୍ପାଷ୍ଟ୍ରନ ଷ୍ଟ୍ରାଇକର ଦଳକୁ ପରାଜିତ କରିଥିଲା । ଜୟ ଶ୍ରୀରାମ ଦଳ ପକ୍ଷରୁ  ଅଜୟ ବେହେରା ୨୭ ବଲରେ ୩୫ ରନସଂଗ୍ରହ କରି ଦଳ ପାଇଁ ବିଜୟ ପାଠ ପରିସ୍କାର  ହୋଇଥିଲା ।
ଉଦଘାଟନୀ ମ୍ୟାଚ ପ୍ରାରମ୍ଭରେ ଆସୋସିଏସନର ବରିଷ୍ଠ ସଦସ୍ୟ ପ୍ରକାଶ ମିଶ୍ର ଟୁର୍ନାମେଣ୍ଟକୁ ଉଦଘାଟନ କରିଥିବା ବେଳେ ଦିବାକର ନାୟକ, ସୁଶାନ୍ତ କୁମାର ପାତ୍ର, ନରେଶ ପାଣିଗ୍ରାହୀ , ପ୍ରଦ୍ୟୁମ୍ନ ନାୟକ  ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ |  ୧୧  ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟ  ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଲିଗରେ ୧୬ ଟି ଦଳ ଏଥିରେ ଅଂଶ ଗ୍ରହଣ କରିବେ । ବୁଧବାର ସକାଳେ ପ୍ରଥମ ମ୍ୟାଚ ୧୧ ଇମ୍ପନେସ ସହିତ ଜୟହୋ ମଧ୍ୟରେ ଏବଂ ଦିତୀୟ ମ୍ୟାଚ ସିଭିଲିୟାନ ଏକାଡେମୀ ସହିତ ମହାବୀର ନାଇଟ ମାଷ୍ଟର ମଧ୍ୟରେ ଅନୁଷ୍ଠିତ  ହେବା | ଏବଂ ଅପରାହ୍ନରେ ପ୍ରଥମ କ୍ୱାର୍ଟର ଫାଇନାଲ ୟଙ୍ଗଷ୍ଟାର ଏକାଦଶ ଓ ଜୟ ଶ୍ରୀରାମ ମଧ୍ୟରେ ଅନୁଷ୍ଠିତ  ହେବ | ଉଦ୍ଘାଟନୀ ଦିବସର ଦୁଇଟି ମ୍ୟାଚଲୁ ପପୁ, ବିଜୟ, ଚିତ, ବିଶ୍ୱ, ଟିକିଲି ପରିଚାଳନା କରିଥିଲେ ।

0
0
0
s2sdefault