ହେଡଲାଇନସ୍:

ଜାତୀୟ ବିଦ୍ୟାଳୟସ୍ତରୀୟ କ୍ରିକେଟ ପ୍ରତିଯୋଗିତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ିଶା ଟିମରେ ମୟୂରଭଞ୍ଜରୁ ଚିତ୍ରସେନ ରାଜ ସାମିଲ


ବାରିପଦା/Dillip Mohanty  -ଡ଼ିସେମ୍ବେ ୨୫ରୁ-୩୦ ପର୍ଯ୍ୟନ୍ତ  ମହାରାଷ୍ଟ୍ରର ମୁମ୍ବାଇଠାରେ ଆୟୋଜିତ ହେବାକୁ ଯାଉଛି ୧୭ ବର୍ଷରୁ କମ୍ ଜାତୀୟ ବିଦ୍ୟାଳୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଏଥିରେ ଅଂଶ ଗ୍ରହଣ କରିବାକୁ ଯାଉଥିବା ବାଳକ ବିଭାଗରେ ଓଡ଼ିଶା ଟିମରେ ମୟୂରଭଞ୍ଜ ଜିଲାର ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ଚିତ୍ରସେନ ରାଜ ପ୍ରତିନିଧିତ୍ୱ କରୁଛନ୍ତି । ଚିତ୍ରସେନ ରାଜ ରାଇରଙ୍ଗପୁର ଅଞ୍ଚଳର ଜିତେନ୍ଦ୍ର ନାଥ ରାଜ ଓ ମାତା ଲକ୍ଷ୍ମୀ ରାଜଙ୍କ ପୁତ୍ର ଅଟନ୍ତି ଏବଂ ସେ ଓଡ଼ିଶା ଟିମ ସହିତ ଯାତ୍ରା ଆରମ୍ଭ କରିଥିବାରୁ ତାଙ୍କର ସଫଳତା କାମନା କରିଛନ୍ତି ମୟୂରଭଞ୍ଜ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀମାନଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ସହପାଠୀମାନେ ।

0
0
0
s2sdefault