ହେଡଲାଇନସ୍:

ଇଷ୍ଟକୋଷ୍ଟ ରେଲୱେ ଲୋକାଲ ଚାମ୍ପିୟନ, ମେଗା ଟୁର୍ଣ୍ଣାମେଣ୍ଟ ଆଜିଠାରୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୨୦ତମ ହୃଦାନନ୍ଦ ମଲ୍ଲିକ ସର୍ବଭାରତୀୟ କ୍ରିକେଟ

ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ) :  ଭଦ୍ରକ ନେହେରୁ ଷ୍ଟାଡିୟମରେ ଚାଲିଥିବା ୨୦ତମ ହୃଦାନନ୍ଦ ମଲ୍ଲିକ ସର୍ବ ଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଲୋକାଲ ଗୃପ୍ ଫାଇନାଲରେ ଆୟୋଜକ ସୂର୍ଯ୍ୟଶିଖା ଟିମକୁ ଚରମ୍ପା ଇଷ୍ଟକୋଷ୍ଟ ରେଲୱେ ୭ ଉଇକେଟରେ ହରାଇ ଚଳିତ ବର୍ଷ ପାଇଁ ଚାମ୍ପିୟନ ହୋଇଛି । ସୂର୍ଯ୍ୟଶିଖା ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ୧୮ ଓଭରରେ ୭ ଉଇକେଟ ହରାଇ ୧୭୧ରନ ସମ୍ମାନ ଜନକ ସ୍କୋର କରିଥିଲା । ଦଳର ନିର୍ଭରଯୋଗ୍ୟ ଖେଳାଳି ଶୁଭମ ନାୟକ ୩୩ ବଲ୍ରୁ ଧୂଆଁଦାର ୮୧ରନ କରିଥିବା ବେଳେ ସରୋଜ ବେହେରା ୪୨ ରନ କରିଥିଲେ । ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ଆର୍.କେ. ମହାରଣା ୪ ଓଭରରେ ୧୯ ରନ ଦେଇ ୪ଟି ଉଇକେଟ ନେଇଥିବା ବେଳେ ସନ୍ତୋଷ ପରିଡା ୩ ଉଇକେଟ ନେଇଥିଲେ । ଦ୍ୱିତୀୟାର୍ଦ୍ଧରେ ବ୍ୟାଟିଂ କରି ଇଷ୍ଟକୋଷ୍ଟ ରେଲୱେ ଦଳ ନିର୍ଦ୍ଧାରିତ ଲକ୍ଷ୍ୟକୁ ୧୫.୨ ଓଭରରେ ମାତ୍ର ୩ ଉଇକେଟ ହରାଇ ସହଜସାଧ୍ୟ ବିଜୟ ହାସଲ କରି ଚାମ୍ପିୟନ ହୋଇଥିଲା । ଦଳ ପକ୍ଷରୁ ହର୍ଷିତ ରାଠୋର ୫୬ରନ ଓ ଜ୍ୟୋତି ରଂଜନ ମହାରଣା ୫୨ ରନ କରିଥିଲେ । ସୂର୍ଯ୍ୟଶିଖା ପକ୍ଷରୁ ଗଙ୍ଗାଧର ସାହୁ ଏବଂ ସ୍ୱାଭିମାନ ଦାସ ଉଭୟେ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ । ହର୍ଷିତ ରାଠୋରଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାରପ୍ରଦାନ କରାଯାଇଥିଲା । ଆଜି ଫାଇନାଲ ମ୍ୟାଚକୁ ଲଲାଟ କେଶରୀ ନନ୍ଦ ଏବଂ ବିଜୟ ରାୟ ଅମ୍ପାୟାର ଭାବେ ପରିଚାଳନା କରିଥିଲେ । ଆସନ୍ତ କାଲିଠାରୁ ମେଗା ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ପ୍ରତ୍ୟେକ ଦିନ ଦୁଇଟି ଲେଖାଏ ମ୍ୟାଚ ଦିବାରାତ୍ର ଖେଳାଯିବାକୁ ଥିବା ବେଳେ ଫାଇନାଲ ମ୍ୟାଚ ୧୩ ତାରିଖ ଖେଲାଯିବ । ଏହାର ପ୍ରଥମ ମ୍ୟାଚ ଭଦ୍ରକ ଇଲେଭେନ ସହିତ ଖଡଗପୁର ସେର୍ସା ଏବଂ ଦ୍ୱିତୀୟ ମ୍ୟାଚ କଟକ ରାଇଜିଂ ଷ୍ଟୁଡେଣ୍ଟ୍ସ ଓ ଭୁବନେଶ୍ୱରର ପ୍ରଗତି ସ୍ପୋର୍ଟିଂ ସହ ଖେଳାଯିବ । 

 

0
0
0
s2sdefault