ହେଡଲାଇନସ୍:

 ଆଜାଦ କପ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ: ବୁଢିମାଲ ଦଳ ଚଂପିଆନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମେଲଛାମୁଣ୍ଡା-(ମନୋଜ କୁମାର ଭୋଇ) ବରଗଡ ଜିଲ୍ଳା ମେଲଛାମୁଣ୍ଡା ପଂଚାୟତ ଅଧିନସ୍ଥ ମାଟିଆମହୁଲସ୍ଥିତ ଆଜାଦ କ୍ଳବ ଆନୁକୁଲ୍ୟରେ ରବିବାର ଦିନରୁ ଆରମ୍ଭ ହୋଇଥିବା ପ୍ରଥମ ଆଜାଦ କପ କ୍ରିକେଟ ଟୁର୍ଣ୍ଣମେଂଟ - ୨୦୧୯ ମଙ୍ଗଲବାର ଦିନ ସଂଧ୍ୟାରେ ଉଦଯାପିିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ପଦ୍ମପୁର ଟାଉନ ବିଜେଡି ସଭାପତୀ ନବକିଶୋର ସାହୁ ମୁଖ୍ୟ ଅତିଥି, ସାମ୍ବାଦିକ ମନୋଜ କୁମାର ଭୋଇ ମୁଖ୍ୟ ବକ୍ତା, ରାଜେଶ ସାହୁ, ଜନକ ସାହୁ, କରମସାନୀ ସାହୁ, ମିନିକାନ୍ତ ସୁନା, ଶ୍ରୀମନ୍ତ ସୁନା ପ୍ରମୁଖ ସମ୍ମନୀତ ଅତିଥି ଭାବେ ଯୋଗଦେଇ ଖେଳାଲି ଏବଂ କ୍ରିଡା ପ୍ରେମିମାନଙ୍କୁ ଉତ୍ସାହିତ କରିବା ସହ ଟୁର୍ଣ୍ଣାମେଂଟଟିକୁ ଉଦଯାପିତ କରିଥିଲେ । ପ୍ରକାଶ ଯୋଗ୍ୟ ଯେ ଟୁର୍ଣ୍ଣାମେଂଟରେ ୧୬ଟି ଦଳ ମଧ୍ୟରେ ପ୍ରତିଯୋଗିତା ହୋଇଥିବାବେଳେ ବୁଢିମାଲ ଦଳ ସମସ୍ତ ଦଳଙ୍କୁ ମାତ ଦେଇ ଚଂପିଆନ ହୋଇଥିଲା । ଉଦଯାପନୀ ଦିବସରେ ୨ଟି ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚ ଅନୁଷ୍ଠିତ  ହୋଇଥିଲା । ପ୍ରଥମ ସେମି ଫାଇନାଲ ବୁଢିମାଲ ଓ କେଲେଣ୍ଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇ ବୁଢିମାଲ ଦଳ ବିଜୟି ହୋଇଥିବା ବେଳେ ଦ୍ୱିତୀୟ ସେମିଫାଇନାଲ ବାଟର୍ତେମା ଓ ବରପଦର ଦଳ ମଧ୍ୟରେ ଅନୁଷ୍ଠିତ ହୋଇ ବାଟର୍ତେମା ଦଳ ବିଜୟୀ ହୋଇଥିଲା । ସେମିଫାଇନାଲରେ ଉତିନ୍ନ ଉଭୟ ବାଟର୍ତେମା ଓ ବୁଢିମାଲ ଦଳ ମଧ୍ୟରେ ଅନୁଷ୍ଠିତ ହୋଇ ୮ ଉଇକେଟରେ ବୁଢିମାଲ ଦଳ ଚଂପିଆନ ହୋଇଥିଲା । ଅୟୋଜକଙ୍କ ତରଫରୁ ଚଂପିଆନ ବୁଢିମାଲ ଦଳକୁ ୫୦୦୦ଟଙ୍କା ସହ ଟ୍ରଫି ଏବଂ ରନର ବାଟର୍ତେମା ଦଳକୁ ୩୦୦୦ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା । ଖେଳ ଗୁଡିକୁ ରିଙ୍କ ମାଝୀ ଓ ଦିବ୍ୟ ବାଗ ପରିଚାଲନା କରିଥିବା ବେଳେ ବସନ୍ତ ସାହୁ ସ୍କୋରିଙ୍କ ଏବଂ ସଚି ବରିହା ଧାରା ବିବରଣି ପ୍ରଦାନ କରିଥିଲେ । ଟୁର୍ଣ୍ଣାମେଂଟଟିକୁ ଅମିତ, ମନବୋଧ, ପିଂଟୁ, ରବିନ୍ଦ୍ର, ପ୍ରହଲ୍ଳାଦ, ରଂଜନ, ଭିଷ୍ମ, ସୁବାଷ, ସୁନିଲ, କୁଲ ପ୍ରମୁଖ ସ୍ୱେଚ୍ଛାସେବି ସହଯୋଗ କରିଥିଲେ । ଶେଷରେ ସଚି ବରିହା ଧନ୍ୟବାଦ ଜ୍ଞାପନ କରିଥିଲେ ।

 

0
0
0
s2sdefault