ହେଡଲାଇନସ୍:

ଆଜାଦ କପ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଘାଟିତ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ମେଲଛାମୁଣ୍ଡା :  ବରଗଡ ଜିଲ୍ଳା ମେଲଛାମୁଣ୍ଡା ପଂଚାୟତ ଅଧିନସ୍ଥ ମାଟିଆମହୁଲସ୍ଥିତ ଆଜାଦ କ୍ଳବ ଆନୁକୁଲ୍ୟରେ ଆଜାଦ କପ କ୍ରିକେଟ ଟୁର୍ଣ୍ଣମେଂଟ - ୨୦୧୯ ରବିବାର ଦିନ ଉଦଘାଟିତ ହୋଇଯାଇଛି । ଉଦ୍ଘାଟନୀ  ଉତ୍ସବରେ ସାମ୍ବାଦିକ ମନୋଜ କୁମାର ଭୋଇ ମୁଖ୍ୟ ଅତିଥି ଏବଂ ସ୍ଥାନୀୟ ସମିତି ସଭ୍ୟାଙ୍କ ପ୍ରତିନିଧି ପ୍ରତିବୋଧ ବାଗ, ରୁଦ୍ରମଣି ମାଝୀ, ସଚି ବରିହା, ସୁରେଶ ସାହୁ ପ୍ରମୁଖ ସମ୍ମନୀତ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଂଟଟିକୁ ଉଦଘାଟିତ କରିଥିଲେ । ଟୁର୍ଣ୍ଣାମେଂଟରେ ୧୬ଟି ଦଳ ମଧ୍ୟରେ ପ୍ରତିଯୋଗିତା ହେବାକୁ ଥିବା ବେଳେ ର୍କୁଲୁବାହାଲ ଓ ଝୁନୁଙ୍ଗାପାଲି ଦଳ ମଧ୍ୟରେ ଉଦଘାଟନୀ ମ୍ୟାଚ ଅନୁଷ୍ଠିତ  ହୋଇଥିଲା । ମ୍ୟାଚଟିକୁ ରୁଦ୍ରମଣି ମାଝୀ ଓ ସୁଧିର ସୁନା ଅମ୍ପାୟାର  ଦାୟିତ୍ୱ ତୁଲାଇଥିବା ବେଳେ ସଚି ବରିହା ସ୍କୋରିଙ୍ଗ ଏବଂ ରମାକାନ୍ତ ସୁନା ଧାରାବିବରଣୀ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ସବୁକୁ ଅମିତ, ରିଙ୍କୁ, ମନବୋଧ, ପିଂଟୁ, ରବିନ୍ଦ୍ର, ପ୍ରହଲ୍ଳାଦ, ରଂଜନ, ଭିଷ୍ମ, ସୁବାଷ, ସୁନିଲ, କୁଲ ପ୍ରମୁଖ ସ୍ୱେଚ୍ଛାସେବି ସହଯୋଗ କରିଥିଲେ । 

0
0
0
s2sdefault