ହେଡଲାଇନସ୍:

ସାଇ ହଷ୍ଟେଲ କଟକ ସହିତ ପତାକା କ୍ଲବ ମଧ୍ୟରେ ପ୍ରଥମ ସେମିଫାଇନାଲ ଆଜି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  ରାଜ୍ୟସ୍ତରୀୟ ଓଡଗାଁ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ :୧-୦ ଗୋଲରେ ପତାକା କ୍ଲବ୍ ଅନୁଗୁଳ ବିଜୟୀ

ଓଡଗାଁ(ଶ୍ରୀକାନ୍ତ ମିଶ୍ର ) : ସ୍ଥାନୀୟ ମିନିଷ୍ଟାଡିୟମ ଠାରେ ଚାଲିଥିବା ୨ୟ ରାଜ୍ୟସ୍ତରୀୟ ଓଡଗାଁ କପ୍ ଫୁଟବଲ  ଟୁର୍ଣ୍ଣାମେଣ୍ଟର ଆଜି ୪ର୍ଥ  ଦିନରେ ପତାକା କ୍ଲବ୍ ଅନୁଗୁଳ ସମ୍ବଲପୁର ସ୍ପୋର୍ଷ୍ଟ ହଷ୍ଟେଲ ହରାଇ ୧-୦ ଗୋଲରେ ବିଜୟ ହାସଲ କରିଛି । ଖେଳ ଆରମ୍ଭର ୧୬ ମିନିଟ ବେଳେ ପତାକା କ୍ଲବ୍ ଅନୁଗୁଳର ଜର୍ଷି ନମ୍ବର ୧୧ ଅମ୍ବିକା ଲାକ୍ରା ପ୍ରତିପକ୍ଷକୁ ଏକ ଗୋଲଦେଇ ଦଳକୁ ସମ୍ମାନଜନକ ସ୍ଥିତିକୁ ପହଁଚାଇଥିଲେ । ପରେ ଅବଶିଷ୍ଟ ଖେଳ ସଂଘର୍ଷ ପୁର୍ଣ୍ଣ ଥିବା ବେଳେ କେହି କାହାରିକୁ ଆଉ ଗୋଲ ଦେଇ ପାରିନଥିବାରୁ ପତାକା କ୍ଲବ୍ ଅନୁଗୁଳ ବିଜୟ ହାସଲ କରିଥିଲା । ଏବଂ ପତାକା କ୍ଲବ୍ ଅନୁଗୁଳର ଜର୍ସିନମ୍ବର ୧୧ ଅମ୍ବିକା ଲାକ୍ରା ଆଜିର ଅତିଥି ସନ୍ତୋଷ ପାତ୍ରଙ୍କ ଠାରୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଗ୍ରହଣ କରିଥିଲେ । ସୁଶାନ୍ତ କୁମାର ପାତ୍ର ଆଜିର ଖେଳର ସ୍ଥିତି ସମ୍ପର୍କରେ ଦର୍ଶକ ମାନଙ୍କୁ କମେଣ୍ଟ୍ରି  ମାଧ୍ୟମରେ ସୂଚନା ଦେଉଥିଲେ । ଫଳରେ ଦର୍ଶକ ମାନଙ୍କ କରତାଳିରେ ଖେଳ ପଡିଆ କମ୍ପି ଉଠିଥିଲା । ରେଫରୀ ରାଜୁ ମହାନ୍ତି ରାଭୁବରର  ଖେଳକୁ ପରିଚାଳନା କରିଥିବା ବେଳେ ତାଙ୍କୁ ଲାଇନରେ ମହାବୀର ନାଥ , ରୋଶନ ଖାନ୍  ଓ ରାଜେଶ ଭଇଁସା ସହାୟତା କରିଥିଲେ । ସୋମବାର ଅପରାହ୍ନରେ ସାଇ ହଷ୍ଟେଲ କଟକ ସହିତ ପତାକା କ୍ଲବ ଅନୁଗୁଳ ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ  ହେବ ।

0
0
0
s2sdefault