ହେଡଲାଇନସ୍:

୬-୦ ଗୋଲରେ କଟକ ସାଇ ହଷ୍ଟେଲ ବିଜୟୀ :  ଆଜି ସମ୍ବଲପୁର ସ୍ପୋର୍ଟ୍ସ ହେଷ୍ଟଲ ଓ ଅନୁଗୁଳ ପତାକା କ୍ଲବ ମଧ୍ୟରେ ମ୍ୟାଚ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଜ୍ୟସ୍ତରୀୟ ଓଡଗାଁ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଓଡ଼ଗାଁ : ସ୍ଥାନୀୟ ମିନିଷ୍ଟାଡିୟମ ଠାରେ ଚାଲିଥିବା ୨ୟ ରାଜ୍ୟସ୍ତରୀୟ ଓଡଗାଁ କପ୍ ଫୁଟ୍ବଲ ଟୁର୍ଣ୍ଣାମେଂଟର ଶନିବାର  ୩ୟ ଦିନରେ ଏକତରଫା ଭାବେ କଟକ ସାଇ ହଷ୍ଟେଲ ୬-୦ ଗୋଲରେ ଭୁବନେଶ୍ୱର ଜଗା ସ୍ପୋର୍ଟିଂକୁ  ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି ।ସାଇ ହଷ୍ଟେଲପକ୍ଷରୁ ଜର୍ସି ନମ୍ବର୧୯ ଡୋମନ ମରାଣ୍ଡି ଖେଳର ୬ ଓ ୭ମିନିଟରେ ପ୍ରତିପକ୍ଷକୁ ୨ଟି ଗୋଲ ଦେଇଥିଲେ । ଜର୍ସି ନମ୍ବର୧୧ଏମ୍ ତ୍ରିନାଥ ୧୩ ମିନିଟରେ, ଜର୍ସି ନମ୍ବର୬ ରାଜେଶ ନାୟକ ୭୩ ମିନିଟରେ, ଜର୍ସି ନମ୍ବର୧୦ ଅବିନାଶ ସାମଲ ୭୫ମିନିଟରେ, ଜର୍ସି ନମ୍ବର ୮ ସାକିବ୍ ସେହଜାଦ ୮୨ମିନିଟରେ ପ୍ରତିପକ୍ଷ ଜଗା ସ୍ପୋଷ୍ଟିଙ୍ଗ ଭୁବନେଶ୍ୱରକୁ ଲଗାତର କ୍ରମାନ୍ୱୟରେ ଏକତରଫା ଭାବେ ୬ଟି ଗୋଲ ଦେଇଥିଲେ । ଉନ୍ନତ ଖେଳ ପ୍ରଦର୍ଶନ ପାଇଁ ବିଜୟୀ ଦଳର ଡୋମନ ମରାଣ୍ଡିଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା । ରେଫରୀ ମହାବୀର ନାଥ ଖେଳପରିଚାଳନା କରିଥିବା ବେଳେ ତାଙ୍କୁ ଲାଇନରେ ସୁଦୀପ ଦାଶ, ରୋଶନ ଖାନ୍ ଓ ରାଜେଶ ଭଇଁସା ସହାୟତା କରିଥିଲେ । ଆଜି ସମ୍ବଲପୁର ସ୍ପୋର୍ଟ୍ସ ହେଷ୍ଟଲ ଓ ଅନୁଗୁଳ ପତାକା କ୍ଲବ ମଧ୍ୟରେ ମ୍ୟାଚ ଅନୁଷ୍ଠିତ  ହେବ  । 

0
0
0
s2sdefault