ହେଡଲାଇନସ୍:

  ରାଜ୍ୟସ୍ତରୀୟ ଓଡଗାଁ କପ୍ ଫୁଟବଲ ଟୁର୍ଣ୍ଣାମେଂଟଣ୍ଟ : ଟ୍ରାଇବ୍ରେକରରେ ବାଜି ମାରିନେଲା କଟକ ମଙ୍ଗଳା କ୍ଲବ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) :  ଓଡଗାଁ ମିନି ଷ୍ଟାଡିୟମ ଠାରେ ଚାଲିଥିବା ୨ୟ ରାଜ୍ୟସ୍ତରୀୟ ଓଡଗାଁ କପ୍ ଫୁଟ୍ବଲ ଟୁର୍ଣ୍ଣାମେଂଟର ୨ୟ ଦିନରେ କଟକ ମଙ୍ଗଳା କ୍ଲବ ଟ୍ରାଇବ୍ରେକରରେ ୪-୨ଗୋଲରେ ଭୁବନେଶ୍ୱର କିଶୋର କ୍ଲବକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ପ୍ରଥମାର୍ଦ୍ଧ ଖେଳର ୨୮ ମିନିଟରେ ମଙ୍ଗଳା କ୍ଲବର ୧୦ନଂ ଖେଳାଳୀ ଦିନବନ୍ଧୁ ଦାଶ ଏକ ଗୋଲସ୍କୋର କରି ଦଳକୁ ଅଗ୍ରଣୀ କରାଇଥିଲେ । ଦିତୀୟାର୍ଦ୍ଧର ୯ମିନିଟ ସମୟରେ କିଶୋର କ୍ଲବର  ୧୪ନଂ ଖେଳାଳୀ ଶଶୀକାନ୍ତ ସାନ୍ଦିଲି ପ୍ରତିପକ୍ଷ ମଙ୍ଗଳା କ୍ଲବକୁ ଗୋଲଦେଇ ସମାନ ସ୍ଥିତିକୁ ଆଣିଥିଲେ । ଦିତୀୟାର୍ଦ୍ଧର ୨୧ମିନିଟ ରେ ମଙ୍ଗଳା କ୍ଲବର ଦିନବନ୍ଧୁ ନିଜର ୨ୟ ଗୋଲ ସ୍କୋର କରି ଦଳକୁ ଅଗ୍ରଣୀ କରିଥିବା ବେଳେ ୩୦ ମିନିଟରେ କିଶୋର କ୍ଲବର ୧୬ନଂ ଖେଳାଳୀ ରାମ ମୂର୍ମୁ ଏକ ସୁନ୍ଦର ଗୋଲ ସ୍କୋର କରିବାରୁ ସ୍ଥିତି ୨-୨ ଗୋଲରେ ବରାବର ରହିଥିଲା ।  ଫଳରେ ଟ୍ରାଇବ୍ରେକରର ପଦ୍ଧତରେ ମଙ୍ଗଳା କ୍ଲବ ୪-୨ ଗୋଲରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରିଥିଲା । ଖେଳର ଦିତିୟାର୍ଦ୍ଧ ଅତ୍ୟନ୍ତ ସଂଗର୍ଷପୂର୍ଣ୍ଣ ଥିବା ବେଳେ ଆକର୍ଷଣୀୟ ଖେଳ ପ୍ରଦର୍ଶନ ପାଇଁ ବିଜୟୀ ଦଳର ଦିନବନ୍ଧୁ ଦାଶଙ୍କୁ ମ୍ୟାନ୍ ଅଫଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା । ରେଫରୀ ରାଜେଶ ଭଇଁବା ଖେଳପରିଚାଳନା କରିଥିବା ବେଳେ ତାଙ୍କୁ ଲାଇନରେ ମହାବୀର ନାଥ, ରୋଶନ ଖାନ୍ ଓ ସନ୍ଦୀପ ଦାଶ ସହାୟତା କରିଥିଲେ । ଗତକାଲି ଉଦ୍ଘାଟନୀ ମ୍ୟାଚରେ ଉତ୍କଳ ସ୍ପୋର୍ଟିଂ ଜଟଣୀ  ୩-୨ ଗୋଲରେ ଗତଥରର ବିଜେତା ସଂଘର୍ଷ କ୍ଲବ ଭୁବନେଶ୍ୱରକୁ ପରାସ୍ତକରି ସେମିଫାଇନାଲକୁ ଉନ୍ନୀତ ହୋଇଛି । ଆସନ୍ତାକାଲି ସାଇ ହଷ୍ଟେଲ କଟକ ସହିତ ଭୁବନେଶ୍ୱର ଜଗା ସ୍ପୋର୍ଟିଂ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ଆବାହକ ଲୋକନାଥ ସାହୁ ସୂଚନା ଦେଇଛନ୍ତି ।

0
0
0
s2sdefault