ହେଡଲାଇନସ୍:

ରୋମିଓ କ୍ରିକେଟ: ଗନିଆପଡାକୁ ହରାଇ ବୁଦ୍ଧିକୋମନା ଚାମ୍ପିୟନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କୋମନା/ଭାଗିରଥୀ ଭୋଇ - କୋମନା ବ୍ଲକ ନୂଆଗାଁ ରୋମିଓ କ୍ରିକେଟ କ୍ଲବ ଦ୍ଵାରା ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମେଚ ରେ ଗନିଆପଡା ଦଳକୁ ହରାଇ ବୁଦ୍ଧିକୋମନା ଦଳ ଚାମ୍ପିୟନ ହୋଇଛି । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ବୁଦ୍ଧିକୋମନା ଦଳ ନିର୍ଦ୍ଧାରିତ ୧୫ ଓଭର ରେ ୭ ଓ୍ଵିକେଟ ହରାଇ ୧୮୨ ରନ ସଂଗ୍ରହ କରିଥିଲା । ଜବାବରେ ଗନିଆପଡା ଦଳ ୧୧ ଓଭର ରେ ସମସ୍ତ ଓ୍ଵିକେଟ ହରାଇ ୫୧ ରନ ସଂଗ୍ରହ କରିପାରିଥିଲା । ଫଳରେ ‍୧୩୧ ରନ ରେ ମେଚ ଜିତି ବୁଦ୍ଧିକୋମନା ଦଳ ଚାମ୍ପୟନ ହୋଇଥିଲା । ଉଦଯାପନୀ  ମ୍ୟାଚର ମୁଖ୍ୟ  ଅତିଥି ଭାବରେ ସମାଜସେବୀ ନୀଳମଣୀ ଭୋଇ, ଲୋକନାଥ ବାଗ, ପରଦା ଅନୁଷ୍ଠାନର କର୍ମୀ ଷଷ୍ଠି ପ୍ରସାଦ ବାଗ, ଜୟ ପ୍ରକାଶ ରଣା ପ୍ରମୁଖ  ଯୋଗ ଦେଇଥିଲେ । କ୍ଷୀରୋଦ ହଂସ ଓ ପିଙ୍କୁ ରଣା ଖେଳ ପରିଚାଳନା କରିଥିବା ବେଲେ ନବରାଜ ବାଗ ସ୍କୋରର୍ ଦାୟିତ୍ଵ ତୁଲାଇଥିଲେ । ଆୟୋଜକ କମିଟୀର ବସୁଦେବ ରଣା, ଲିଙ୍ଗରାଜ ରଣା,ନିକୁ ଭୋଇ,ବିବେକ ଭୋଇ,ଡୋଳାମଣୀ ଭୋଇ ପ୍ରମୂଖ ସହଯୋଗ କରିଥିଲେ ।  

0
0
0
s2sdefault