ହେଡଲାଇନସ୍:

ଜେଏସପିଏଲ ଫାଉଣ୍ଡେସନପକ୍ଷରୁ ଆନ୍ତଃ–ବିଦ୍ୟାଳୟ ସ୍ତରୀୟ ଖୋ-ଖୋ ଏବଂ କବାଡି ପ୍ରତିଯୋଗିତା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଅନୁଗୋଳ : ଜିନ୍ଦଲ ଷ୍ଟିଲ ଏବଂ ପାୱାର ଲିମିଟେଡର ସାମାଜିକ ଦାୟିତ୍ଵବୋଧ ଶାଖା ରୂପେ କାର୍ୟ୍ୟ କରୁଥିବା ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ଆନ୍ତଃ-ବିଦ୍ୟାଳୟ ସ୍ତରୀୟ ଦ୍ଵି-ଦିବସୀୟ ଖୋ-ଖୋ ଏବଂ କବାଡି ପ୍ରତିଯୋଗିତା  ସ୍ଥାନୀୟ ବଡମହିତଳାସ୍ଥିତ  ଡିଏଭି ସାବିତ୍ରୀ ଜିନ୍ଦଲ ହାଇସ୍କୁଲରଖେଳ ପଡିଆ ଠାରେ ସମ୍ପନ୍ନ ହୋଇଯାଇଅଛି |  ଏହି ଦ୍ଵି-ଦିବସୀୟ ଟୁର୍ନକ୍ଷମେଣ୍ଟରେ ସର୍ବମୋଟ ୧୪ ଗୋଟି ବିଦ୍ୟାଳୟର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ | ଉଦଯାପନ କାର୍ୟ୍ୟକ୍ରମରେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ମହେନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଏବଂ ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ସିହ୍ନା ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ବିଜୟୀ ଚମ୍ପିୟନ ଏବଂ ରନର୍ସ-ଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ କ୍ଷ ଏହି ଉତ୍ସବରେ ଜେଏସପିଏଲ ଜିଏମ-ସିଏସଆର ଶ୍ରୀମତୀ ପୁଷ୍ପଲତା ସତପଥୀ, ଡିଏଭି ସାବିତ୍ରୀ ଜିନ୍ଦଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀ ଫକୀର ମୋହନ ସାହୁଙ୍କ ସହ ଅନ୍ୟାନ୍ୟ ଗଣ୍ୟ ମାନ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ |

ଏହି ମେଗା କ୍ରୀଡା ପ୍ରତିଯୋଗୀତାରେ ୨୬୦ ଜଣ ବାଳକ ଏବଂ ୮୦ ଜଣ ବାଳିକା ବିଭିନ୍ନ ବିଦ୍ୟାଳୟରୁ ଅଂଶ ଗ୍ରହଣ କରିଥିଲେ | ଖୋ-ଖୋ ଏବଂ କବାଡି ବାଳିକା ବର୍ଗରେ ଡିଏଭି ସାବିତ୍ରୀ ଜିନ୍ଦଲ ହାଇସ୍କୁଲ ଚମ୍ପିୟନ ହୋଇଥିବା ବେଳେ ବ୍ରଜମୋହନ ହାଇସ୍କୁଲ ଏବଂ ସେଣ୍ଟିନାରୀ ଟ୍ରାଇବଲ ହାଇସ୍କୁଲ ପରଙ୍ଗ ରନର୍ସ-ଅପ ହୋଇଥିଲେ କ୍ଷ ସେହିଭଳି ଖୋ-ଖୋ ବାଳକ ବର୍ଗରେ ଡିଏଭି ସାବିତ୍ରୀ ଜିନ୍ଦଲ ହାଇସ୍କୁଲ ଚମ୍ପିୟନ ହୋଇଥିବା ବେଳେ ସେଣ୍ଟିନାରୀ ଟ୍ରାଇବଲ ହାଇସ୍କୁଲ ପରଙ୍ଗ ରନର୍ସ-ଅପ ହୋଇଥିଲେ ଏବଂ କବାଡି କ୍ଷେତ୍ରରେ ତୁକୁଡା ହାଇସ୍କୁଲ ଚମ୍ପିୟନ ହୋଇଥିବା ବେଳେ ବଡକେରଜାଙ୍ଗ ହାଇସ୍କୁଲ ରନର୍ସ-ଅପ ହୋଇଥିଲେ |

ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ମହେନ୍ଦ୍ର କୁମାର ସାହୁ ଛାତ୍ର ଛାତ୍ରୀଙ୍କୁ ନିୟମିତ କ୍ରୀଡା ଅଭ୍ୟାସ ଜାରି ରଖିବା ସହ କ୍ରୀଡାକୁ ନେଇ ନିଜର କ୍ୟାରିଅର ଗଠନ କଲେ ତୁମେ ଯେମିତି ଆଗାମୀ ଦିନରେ ଦିଲୀପ ତିର୍କୀଙ୍କ ପରି ରାଜ୍ୟ ତଥା ଦେଶ ପାଇଂ ସୁନାମ ଆଣି ପାରିବ ବୋଲି ଛାତ୍ର ଛାତ୍ରୀଙ୍କୁ ଉପଦେଶ ପ୍ରଦାନ କରିଥିଲେ | ସେହିଭଳି ସମ୍ମାନିତ ଅତିଥି ଶ୍ରୀ ପ୍ରଶାନ୍ତ କୁମାର ସିହ୍ନା ଜେଏସପିଏଲ ଫାଉଣ୍ଡେସନ ତରଫରୁ ନିଆଯାଉଥିବା କ୍ରୀଡା ଭିତ୍ତିକ କାର୍ୟ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହ ଏହା ଦ୍ଵାରା ନୂଆ ନୂଆ କ୍ରୀଡା ପ୍ରତିଭା ଲୋକଲୋଚନକୁ ଆସି ପାରିବ ବୋଲି ମତ ପ୍ରକାଶ କରିଥିଲେ | ଏହି ମେଗା କ୍ରୀଡା ପ୍ରତିଯୋଗୀତାରେ ବିଶେଷ କରି ନନ୍ଦିନି ଭୋଇ, ରୀନା ଭୋଇ, କାହ୍ନା ପଟନାୟକ ଏବଂ ସୂର୍ୟ୍ୟକାନ୍ତ ବେହେରାଙ୍କୁଉଚ ସ୍ତରୀୟ କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରିଥିବା ନିମିତ୍ତ ସ୍ଵତନ୍ତ୍ର ଭାବେ ପୁରସ୍କାର ପ୍ରଦାନ କରଯାଇଥିଲା |

0
0
0
s2sdefault