ହେଡଲାଇନସ୍:

 ଏସେଲ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଟାଇଗର ଆଣ୍ଡ ଟାଇଗର ଚାମ୍ପିଆନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯୋଡ଼ା/ବଡ଼ବିଲ (ଚିତ୍ତରଞ୍ଜନ କର) : କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ ଜଜାଙ୍ଗ ଗ୍ରାମର ଖେଳପଡିଆରେ ଏସ ଆଣ୍ଡ ଏସ ସ୍ପୋର୍ଟ୍ସ ଆସୋସିଏସନ ଓ ଏସେଲ ମାଇନିଂର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା  ଏସେଲ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଜଜାଙ୍ଗ ଟାଇଗର ଆଣ୍ଡ ଟାଇଗର ଚାମ୍ପିଅନ ହୋଇଛି | ଫାଇନାଲରେ ମୁରୁସୁଆଁ ଦଳକୁ ହରାଇ ଟାଇଗର ଆଣ୍ଡ ଟାଇଗର  ଚମ୍ପିଆନ ହୋଇଛି ।

 ଚଳିତବର୍ଷର ଏହି ତ୍ରିଦିବସୀୟ ପ୍ରତିଯୋଗିତାରେ କେନ୍ଦୁଝର,ମୟୂରଭଞ୍ଜ ଓ ସିଂହଭୂମ ଜିଲ୍ଲାର ମୋଟ ୩୨ ଗୋଟି ଦଳ ଅଂଶଗ୍ରହଣ କରିଥିଲେ । ପ୍ରଥମ ଦିନ ଏସେଲ ମାଇନିଂର ମାନବସମ୍ବଳ ମୁଖ୍ୟ ରଂଜିତ  କୁମାର ମହାନ୍ତି ଏହି ପ୍ରତିଯୋଗିତାକୁ ଆନୁଷ୍ଠାନିକ  ଭାବେ ଉଦ୍ଘାଟନ କରିଥିଲେ । ଅନୁଷ୍ଠିତ ହୋଇଥିବା ସମସ୍ତ ମ୍ୟାଚ ସଂଘର୍ଷପୂର୍ଣ୍ଣ ରହିଥିଲା । ଉଦ୍ଯାପନୀ ଉତ୍ସବରେ ଏସେଲ ମାଇନିଂର ମୁଖ୍ୟ ପରିଚାଳକ ଚିତ୍ତରଞ୍ଜନ ବାହିନୀପତି ମୁଖ୍ୟଅତିଥି ଭାବେ ଯୋଗଦେଇ ବିଜେତା ଦଳକୁ ଟ୍ରଫି ଏବଂ ୨୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ । ମୁରୁସୁଆଁ ଦଳ ଉପ ବିଜେତା ହୋଇ ଟ୍ରଫି ଏବଂ ୧୫ ହଜାର ଟଙ୍କା ପୁରସ୍କାର ଗ୍ରହଣ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ବ୍ୟକ୍ତିଗତ ଭାବେ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିଥିବା  ମୁରୁସୁଆଁ ଦଳର ବାଦଲ ନାୟକଙ୍କୁ  ପୁରସ୍କାର ସ୍ୱରୂପ ଏକ ସାଇକେଲ ପ୍ରଦାନ କରାଯାଇଥିଲା । ଏସେଲ ମାଇନିଂର ସିଏସଆର ପ୍ରବନ୍ଧକ ସ୍ମୃତିରେଖା କର ଓ ଏସ ଆଣ୍ଡ ଏସ ସ୍ପୋର୍ଟ୍ସ ଆସୋସିଏସନର ସଞ୍ଜୟ କୁମାର ନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ  ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଶାନ୍ତ କୁମାର ଘଣା,ରେଘା ମାଝୀ,ଭରତ ମାଝୀ ପ୍ରମୁଖ ଖେଳ ପରିଚାଳନାରେ ସଂଯୋଗ କରିଥିଲେ | ଫାଇନାଲ ଖେଳ ଦେଖିବା ନିମନ୍ତେ ଆଖପାଖ ଗ୍ରାମରୁ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ପ୍ରତିଯୋଗିତାକୁ ମନଭରି ଉପଭୋଗ କରିଥିବାର ଦେଖାଯାଇଥିଲା । 

0
0
0
s2sdefault