୧୯ତମ ସନରାଇଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ:ଚଣ୍ଡିପାଲି ଦଳ ଚମ୍ପିୟାନ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼ ଜିଲ୍ଲା ପ୍ରତିନିଧି ନିଳ ଦୀପ

ପଦ୍ମପୁର ବ୍ଳକ ଜମଲା ପଞ୍ଚାୟତ ଜମଲା ଗ୍ରାମରେ ଜମଲା ସ୍ପୋଟର୍ଷ ଏସୋସିଏସନ ଆନୁକୂଲ୍ୟରେ ବିଗତ ଛଅ ଦିନ ଧରି ଚାଲୁଥିବା ୧୯ତମ ସନରାଇଜ କ୍ରକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ ଚଣ୍ଡିପାଲି ଓ ମହୁଲପାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ଚଣ୍ଡିପାଲି ଦଳ ଟସଜିତି ପ୍ରଥମେ ବ୍ୟାଟିଙ୍ଗ କରିବାକୁ ନିଷ୍ପତ୍ତି ନେଇଥିଲେ ଓ ୧୦ଓଭର ବିଶିଷ୍ଟ ମ୍ୟାଚରେ ୧୦୦ ରନ ସଂଗ୍ରହ କରିଥିଲେ ।୧୦୧ ରନର ଲକ୍ଷ୍ୟ ନେଇ ମହୁଲପାଲି ଦଳ ବ୍ୟାଟିଙ୍ଗ କରିଥିଲେ ଏବଂ କେବଳ ୮୮ରନ ସଂଗ୍ରହ କରିପାରିଥିଲେ ଏବଂ ଚଣ୍ଡିପାଲି ଦଳ ଚମ୍ପିୟାନ ହୋଇଥିଲେ ।ଉଦଯାପନୀ ଉତ୍ସବରେ ମୂଖ୍ୟ ଅତିଥି ଭାବରେ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ବଢେଇ ଓ ସମ୍ମାନିତ ଅତିଥି ଭାବରେ ଜମଲା ସରପଞ୍ଚ ତୁଳାରାମ ବେହେରା ଯୋଗଦେଇ ବିଜୟୀ ଦଳକୁ ୧୫୦୦୦ ଟଙ୍କା ପୁରଷ୍କାର ରାଶି ସହ କପ ଓ ଉପବିଜେତା ଦଳକୁ ୧୦୦୦୦  ଟଙ୍କା ପୁରଷ୍କାର ରାଶି ସହ କପ ପ୍ରଦାନ କରିଥିଲେ ।ରବିଶଙ୍କର ଭୋଇ ଓ ମୄତୁଞ୍ଜୟ ସେଠୀ ଖେଳପରିଚାଳନା ।ମୁନୁ ଭୋଇ ଓ ଖିତିଶ ଆଚାର୍ଯ୍ୟ ସ୍କୋରର ଦାୟିତ୍ୱ ତୁଲାଇଥିବା ବେଲେ ଶ୍ୟାମବନ୍ଧୁ ବେହେରା ଓ ଆନନ୍ଦ ଯୁଏଡ଼ ଧାରାବିବରଣୀ ପ୍ରଦାନ କରିଥିଲେ ।ଅନିଲ କୁମାର ପାଣିଗ୍ରାହୀ, ରବିଶଙ୍କର ଭୋଇ, ମନୋରଞ୍ଜନ ପୁରୋହିତ, ପ୍ରଦୀପ ଭୋଇ, ରକି ବେହେରା, ଦଳ ସେଠ,ରାଜୁ ମହାଲିଙ୍ଗ ଓ ପିଣ୍ଟୁ ଅଦାବର ପରିଚାଳନାରେ ସହଯୋଗ କରିଥିଲେ ।

0
0
0
s2sdefault